ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ। ଏନେଇ ସେମାନେ ଆଜି କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ସହ କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ଓକିଲମାନେ ଲଢ଼ିବେ।
ମେଷଆଜିର ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନଆଜି […]
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଥାନା ଅଞ୍ଚଳର ଝାମ୍ପୁଲୀ ଗାଁର ରଞ୍ଜିତ ପ୍ରଧାନ(୫୦) ଗୁରୁବାର କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ବାମ ହାତଟିକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିଛି । କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାଜକିଶୋରନଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। […]
ପୂର୍ବତଟ ରେଳପଥ ଏହାର ପରିସୀମାରେ ଯାତ୍ରା କରୁଥିବା ସମସ୍ତ ରେଳଯାତ୍ରୀ ଙ୍କୁ – ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ବିଶାଖାପାଟଣା ଏବଂ ସମ୍ବଲପୁର ଭଳି ପ୍ରମୁଖ ଷ୍ଟେସନ ସମେତ – ରେଳ ଷ୍ଟେସନରେ ଲାଗୁ ହୋଇଥିବା ଭିଡ଼ ପରିଚାଳନା ଏବଂ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି।ପୂର୍ବତଟ ରେଳପଥ ବ୍ୟାପକ ପଦକ୍ଷେପ କାର୍ଯ୍ୟକାରୀ କରିଛି, ଯେଉଁଥିରେ ୩୬୭ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା, ରେଳ ସୁରକ୍ଷା ବଳ (RPF) ଏବଂ ସରକାରୀ ରେଳବାଇ ପୋଲିସ (GRP) […]
ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୁଷଣର ସମ୍ମୁଖୀନ ଦିଲ୍ଲୀରେ ଆଗାମୀ ତିନି ଦିନରେ ପ୍ରଥମ ଥର କୃତ୍ରିମ ବର୍ଷା ଦେଖିବାକୁ ମିଳିପାରେ। ନ୍ୟୁଜ୍ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ, କ୍ଲାଉଡ୍ ସିଡିଂ ଅପରେସନ ପାଇଁ ସେସନା ବିମାନ କାନପୁରରୁ ମିରଟ ପାଇଁ ପ୍ରସ୍ଥାନ ହୋଇପାରେ। ଯଦି ପାଣିପାଗର ସ୍ଥିତି ଅନୁକୂଳ ହୁଏ, ତ ଆଗାମୀ ତିନି ଦିନରେ କେବେ ବି କୃତ୍ରିମ ବର୍ଷା କରାଯାଇ ପାରେ। ଅଧିକାରୀମାନେ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ଗୋପନୀୟ ଏବଂ […]
ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ଼ ପ୍ରକଳ୍ପ । ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ଆଲୁମିନିୟମ୍ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି |ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି […]
ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବ୍ଲକ ପାଇଁ ଦାୟିତ୍ୱ ବାଣ୍ଟିଛନ୍ତି। ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ନୂଆପଡା ବ୍ଲକ ପାଇଁ ଶ୍ରୀ ସୁଧିର ସାମଲ ,ଶ୍ରୀ ଶ୍ରୀକାନ୍ତ ସାହୁ ,ଶ୍ରୀ ମୁକେଶ କୁମାର ପାଲ ,ଶ୍ରୀ ପ୍ରଦୀପ କୁମାର ସାହୁ ,ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ,ଶ୍ରୀ ମନ୍ମଥ ରାଉତରାୟ ,ଡଃ ଦେବାଶିଷ ମରାଣ୍ଡି ତେବେ କୋମନା ବ୍ଲକ […]
ଭାରତରେ ବିମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ବିମାନରେ ପାଓ୍ବାର ବ୍ୟାଙ୍କ ବ୍ୟବହାର ଉପରେ ରୋକ ଲାଗିପାରେ । ଏପରିକି ଯାତ୍ରୀଙ୍କୁ ନିଜ ସାଥିରେ ପାଓ୍ବାର ବ୍ୟାଙ୍କ ନେବାକୁ ଅନୁମତି ମିଳିନପାରେ । ଏହି ନିୟମ ଭାରତରେ ଖୁବଶୀଘ୍ର ଲାଗୁ ହେବାର ସମ୍ଭାବନା ମଧ୍ୟ ରହିଛି । ଅନେକ ବିଦେଶୀ ଏୟାରଲାଇନ୍ସ ପୂର୍ବରୁ ପାୱାର ବ୍ୟାଙ୍କ ଉପରେ […]
ଯାହା କଲେ ବି ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ବନ୍ଦ ହେଉନାହିଁ । ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ବାହାରିଛି । ଆମାଜନ୍ରେ କ୍ରିଷ୍ଟାଲ ଭିଜନ ନାମକ ସେଲର ତରଫରୁ ଏହି ଭୋଗ ଯୋଗାଇ ଦିଆଯାଉଛି । ସେପଟେ ଶ୍ରୀପ୍ରସାଦ ନାମକ ୱେବ୍ସାଇଟରେ ରହିଛି ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ । ଶ୍ରୀମନ୍ଦିର ରୋଷ ଘରୁ ସିଧାସଳଖ ଆଣି ମହାପ୍ରସାଦ ଯୋଗାଇଦେବା ନେଇ ବିଜ୍ଞାପନ […]
“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ । ବିଲ୍ ଗେଟ୍ସ ଅଭିନେତ୍ରୀରୁ ରାଜନେତା ହୋଇଥିବା ସ୍ମୃତି ଇରାନୀଙ୍କ ଶୋ’ “କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ଏକ ଛୋଟ ଅଭିନୟ କରିବାକୁ ଯାଉଛନ୍ତି। ଶୋ’ର ଲାଟେଷ୍ଟ ଏପିସୋଡ୍ରେ ସ୍ମୃତି ଇରାନୀ ଏବଂ ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ଭିଡିଓ କଲ୍ ଦେଖାଯିବ। କାହାଣୀଟିକୁ ଦୁଇଟି ଏପିସୋଡ୍ରେ ବିଭକ୍ତ ହେବ, ଯାହା […]
ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍ଓପି ଲାଗୁ ହେବ। ଏ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। କହିଛନ୍ତି ବିଏମସି ଆଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନଫୋର୍ସମେଣ୍ଟ କଡାକଡି ହେବ । ଜରିପାଲ ଟାଣିପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ଦୋକାନୀ […]
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବିକ୍ରମ ପଣ୍ଡା ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସ୍ପି । ଏହା ସହ ସେ ବଡ ଖୁଲାସା କରି କହିଥିଲେ ଯେ […]
