ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍ଓପି ଲାଗୁ ହେବ। ଏ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। କହିଛନ୍ତି ବିଏମସି ଆଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନଫୋର୍ସମେଣ୍ଟ କଡାକଡି ହେବ । ଜରିପାଲ ଟାଣିପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ଦୋକାନୀ […]
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବିକ୍ରମ ପଣ୍ଡା ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସ୍ପି । ଏହା ସହ ସେ ବଡ ଖୁଲାସା କରି କହିଥିଲେ ଯେ […]
ନୂଆପଡା ଉପନିର୍ବାଚନକୁ ନେଇ ୮ ମନ୍ତ୍ରୀଙ୍କୁ ୮ଟି ଜୋନ ପାଇଁ ଦାୟିତ୍ୱ ଦେଲା ବିଜେପି । ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବଞ୍ଜରୀ ଦାୟିତ୍ୱ , ସୁନାଦେଇ ଦାୟିତ୍ୱରେ ଗଣେଶରାମ ସିଂ ଖୁଣ୍ଟିଆ , ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ମିଳିଛି । କୋନାଭଇରା ପାଇଁ ବିଭୂତି ଭୂଷଣ ଜେନାଙ୍କୁ ଦାୟିତ୍ୱ ମିଳିଛି । ଯୋଗେଶ୍ୱର ଜୋନ ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ମିଳିଛି […]
ରିଲ୍ସ କରି ,ତାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା ନିଶାରେ ମାତିଛନ୍ତି ଯୁବସମାଜ । ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ । ଏପରି ସମାନ ଘଟଣା ଘଟିଯାଇଛି ପୁରୀ ସମୁଦ୍ରକୂଳରେ । ରିଲ୍ସ ନିଶାରେ ସମୁଦ୍ର ଭିତରକୁ ସ୍କୁଟି ନେଇ ଜଣେ ଯୁବକ ପଶିଯାଇଥିଲେ। ଏହି ସମୟରେ ସମୁଦ୍ରରେ ଲହଡ଼ି ମାଡ଼ି ଆସିଥିଲା। ମଦ୍ୟପ ଯୁବକ ସ୍କୁଟରକୁ ବାହାର କରିବାକୁ […]
ଭୁବନେଶ୍ୱର ଜନତା ମଇଦାନ୍ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। IRC ଅଧିବେଶନରେ ଦେବେ ଯୋଗ। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଦେଶବ୍ୟାପୀ ପ୍ରାୟ ୨ ହଜାର IRC ପ୍ରତିନିଧି ଯୋଗ ଦେବେ। ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରିଚାଳନା […]
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରମୁଖ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।RBI କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ବୋଲି ବିବେଚନା କରାଯିବ, ଅର୍ଥାତ୍ ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହା ବ୍ୟତୀତ, ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ […]
ଛୋଟ କଣ୍ଟେଣ୍ଟ କ୍ରିଏଟର୍ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍କା। ଲାଇଭ୍ ଫିଚର ବଦଳାଇଲା ମେଟା। ଲାଗୁ ହେଲା ନୂଆ ନିୟମ। ଲାଇଭ୍ରେ ଆସି ଏବେ ଆଉ ମନ ଇଚ୍ଛା ଗପି ପାରିବେନି କ୍ରିଏଟର୍। ଲାଇଭ୍ ଯିବା ପାଇଁ ହେଲେ ମାନିବାକୁ ପଡ଼ିବ ଏହି ନିୟମ।ଇନଷ୍ଟାଗ୍ରାମରେ ପୂର୍ବରୁ ଯେକୌଣସି ୟୁଜର ଲାଇଭ୍ ଯିବାର ସୁବିଧା ଥିଲା। ଫଲୋୟର୍ସ ସଂଖ୍ୟା କମ୍ ଥିଲେ ମଧ୍ୟ ଲାଇଭ୍ ଯିବାରେ କୌଣସି ଅସୁବିଧା ନଥିଲା। ଏବେ କେବଳ ପବ୍ଲିକ ଆକାଉଣ୍ଟ ଓ ହଜାରେରୁ ଅଥିକ […]
ପଶ୍ଚିମବଙ୍ଗ ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଟିଆଇ ପରେଡ ଆସନ୍ତାକାଲି କରାଯିବ । ଜେଲ୍ରେ ସମସ୍ତ ୬ ଅଭିଯୁକ୍ତଙ୍କୁ ନେଇ ଟିଆଇ ପରେଡ କରିବାକୁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେମାନଙ୍କୁ ଅକ୍ଟୋବର ୨୭ ତାରିଖରେ ପୁଣି ଥରେ କୋର୍ଟରେ ହାଜର କରାଯିବ। ସୂଚନାମୁତାବକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟା ପୀଡିତା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଗତ ୧୦ ତାରିଖ […]
ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଫେଲ୍ ବ୍ୟବସ୍ଥା | ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଟିଇ ଆଣ୍ଡ୍ […]
ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଜିଓ ପଲିଟିକାଲ୍ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି।। ୫ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି। ଅନ୍ୟପକ୍ଷରେ, ସପ୍ତାହ ମଧ୍ୟରେ ୩୨୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର। […]
ଅବପାତରେ ପରିଣତ ହେବନି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆଜି ସୁଦ୍ଧା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଏହା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଆସନ୍ତା 12 ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି […]
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। […]
