ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ୧୮ ଦିନର ମିଶନ ପରେ ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ଛଅ ବର୍ଷର ପୁଅ କିୟାଶ ଶୁକ୍ଳାଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଶୁଭାଂଶୁ ଶୁକ୍ଳା ପରିବାର ସହିତ ସାକ୍ଷାତ କରିବାର ଭାବପ୍ରବଣ ମୁହୂର୍ତ୍ତଗୁଡ଼ିକୁ ସୋସିଲ ମିଡ଼ିଆରେ ଶେୟାର କରିଛନ୍ତି। ତେବେ ଶୁଭାଂଶୁ କ୍ୱାରେଣ୍ଟାଇନ୍ ଏବଂ ସମସ୍ତ ଡାକ୍ତରୀ ପରୀକ୍ଷା ପରେ ତାଙ୍କ ପରିବାରକୁ ଭେଟିଥିଲେ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ […]
ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି।ଗୁରୁବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କିଛି ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟ୍କା ପବନ ଓ ବଜ୍ରପାତ ସମ୍ଭାବନା ରହିଥିବାରୁ ଏଥିପାଇଁ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି […]
ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟା ୩୦ରୁ ରାତି ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି। ବନକଲାଗିରେ […]
ଟ୍ବିନସିଟିରେ ଗଡ଼ୁନି ଆମ ବସ୍ । କଟକ ଓ ଭୁବନେଶ୍ବରରେ କଂଗ୍ରେସର ଓଡ଼ିଶା ବନ୍ଦର ପ୍ରଭାବ। ନେତାଜୀ ବସ୍ ଟର୍ମିନାଲରୁ ଗଡ଼ୁନି ବସ୍ । ମାଷ୍ଟରକ୍ୟାଣ୍ଟିନରୁ ବି ଗଡ଼ୁନି କୌଣସି ବସ୍ । ବସ୍ ଗଡ଼ୁନଥିବାରୁ ଟର୍ମିନାଲରେ ବସିଛନ୍ତି ଯାତ୍ରୀ । ବନ୍ଦ ଡାକରା ଯୋଗୁଁ ବସ, ଅଟୋ ଏବଂ ଟ୍ରକ ଚଳାଚଳ ମଧ୍ୟ ପ୍ରଭବିତ ହେଉଛି । ବାଲେଶ୍ୱର, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯାଞ୍ଚ […]
ରାୟଗଡ଼:- ତା ୧୬/୭-ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ ଓ ଗୁଣୁପୁରର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ରାୟଗଡ଼ ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ୬୬ ତମ ଓ ଗୁଣୁପୁର ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ୬୧ ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ରାଜ୍ୟ ସରକାର କ୍ୟାବିନେଟ୍ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୟୂରଭଞ୍ଜ ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଖୋଲିବ । ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ । ଏମର୍ଜେନ୍ସି […]
ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ବୁଧବାର ଦିନ ଅପରାହ୍ଣରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ବାଗଲପୁର ଗ୍ରାମର ବୁଢ଼ୀ ମା’ ମଙ୍ଗଳା ଟ୍ରଷ୍ଟ ରେଜିଷ୍ଟେସନ କରାଇ ଦେବାକୁ ଲାଞ୍ଚୁଆ ବାବୁ ୫ ହଜାର ଟଙ୍କା ଦାବି କରିଥିଲେ। ତେବେ ୨,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।ସମସ୍ତ ଲାଞ୍ଚ ଟଙ୍କା ସେମାନଙ୍କଠାରୁ ଜବତ କରାଯାଇଛି।
ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏନେଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍ବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ର ଡିଏସ୍ପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ ତାଙ୍କୁ ଇନ୍ସପେକ୍ଟର ପାଞ୍ଚାଳି ରାଉତ ସହଯୋଗ କରିବେ ବୋଲି ଜଣାପଡ଼ିଛି।ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚର ମହିଳା ଶାଖା ନିଜଆଡୁ ବାଲେଶ୍ବର ଯାଇ ତଦନ୍ତ କରିଥିଲା । ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ […]
ଆସନ୍ତା ଜୁଲାଇ ୨୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏହି ଦିନ ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି l ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।
ଏଫ୍ଏମ୍ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍ ଆସୋସିଏଶନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ।ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଗୁରୁବାର କଂଗ୍ରେସ ଦେଇଥିବା ଓଡିଶା ବନ୍ଦ ଡାକରା ଯୋଗୁ ସଂଘ ନୀତିଗତ ଭାବେ ଏହି ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ […]
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମହତ୍ୟା ପଛରେ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ସମୀର କୁମାର ସାହୁଙ୍କ ବିକୃତ ମାନସିକତାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ ଲମ୍ବା । ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧାପକ ଜଣକ ବିବାଦୀୟ ଥିଲେ । ଢେଙ୍କାନାଳ ଜିଲା ଭୁବନର ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ । ଏହି […]
