author

କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ

କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଆଳୁ […]

ଦିଲ୍ଲୀରୁ ଫେରିଲେ ନବୀନ

ଦିଲ୍ଲୀରୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ଆସି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।ତେବେ ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ନବୀନ ଓଡିଶା ଫେରିଛନ୍ତି। ତାଙ୍କ ଫେରିବା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଆଗକୁ ନୂଆପଡ଼ା ବିଧାନସଭା ନିର୍ବାଚନ ଥିବାରୁ ନବୀନଙ୍କ ରଣନୀତି ଅତି ଗୁରୁତ୍ଵପୂର୍ଣ୍ଣ […]

ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ ଭେନୁଜୁଏଲାର ମାରିଆ କୋରନା ମାଚାଡୋ

ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର । ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି […]

ମହାକାଳପଡା ତହସିଲଦାର ଗିରଫ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତହସିଲଦାରଙ୍କ ଆୟଠାରୁ ୧୯୦ ପ୍ରତିଶତ ସମ୍ପତ୍ତି ଅଧିକ ଥିବା ସୂଚନା ମିଳିଛି। ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ ପ୍ଲଟ, ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଟଙ୍କା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କ୍ୟାସ୍ ଠାବ କରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ […]

ଲକ୍ଷ୍ମୀନରସିଂହ ଭବନରେ ଜିଲ୍ଲାସ୍ତରୀୟ ଗୋପବନ୍ଧୁ ଜୟନ୍ତୀ ପାଳିତ।

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଉପକଣ୍ଠ ଦେଉଳି ଗ୍ରାମସ୍ଥିତ ଲକ୍ଷ୍ମୀ ନରସିଂହ ଭବନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରତିଜ୍ଞା କିଶୋର ଓ ଯୁବ କଳାକାର ଗ୍ରାମୀଣ ସଂଘ ଆନୁକୂଲ୍ୟରେ ଆୟୋଜିତ ତଥା ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର କବି କବୟିତ୍ରୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଏବଂ ଚରିତ୍ର ଉପରେ ନିଜ ନିଜର ସ୍ବରଚିତ କବିତାମାନ ପାଠ କରିଥିଲେ। […]

୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଆରପିଏଫ୍ ଯବାନଙ୍କୁ ଧରିଲା ସିବିଆଇ

ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆର୍‌ପିଏଫ୍ ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ୍ ହାବିଲଦାର ମହମ୍ମଦ ଇଜହାର୍‌ କାବୁ ସିବିଆଇ ହାତରେ ଧରାପଡିଛନ୍ତି।ସୂଚନା ମୁତାବକ, ବନ୍ଧମୁଣ୍ଡା ରେଲୱେ କଲୋନୀ ଅଞ୍ଚଳରେ ଜଣେ ମହିଳା ପ୍ଲାଷ୍ଟିକ ବୋତଲ ଓ ପୁରୁଣା ଜିନିଷଗୁଡ଼ିକ ସଂଗ୍ରହ କରି ବିକ୍ରି କରି ଚଳନ୍ତି । ଗତ କିଛି ଦିନ ହେବ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ କାର୍ଯ୍ୟରତ ଯବାନ ମହମ୍ମଦ ଇସରାର ସେହି ମହିଳାଙ୍କୁ ଧମକଚମକ ଦେବା ସହ ୧୫ ହଜାର […]

ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ, ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଗୁଜବ […]

ନୂଆପଡ଼ା ଉପନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି । ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । […]

୪୩ତମ କାଳୀ ପୂଜା ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ

ରାୟଗଡ (ନିପ୍ର) ୦୯/୧୦ – ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୪୩ ତମ କାଳୀ ପୂଜା (ଦଶ ମହାବିଦ୍ୟା) ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ ହୋଇଯାଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ନଳିନୀକାନ୍ତ ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଶୁଭ ଖୁଂଟି ସ୍ଥାପନ ବେଳେ କର୍ତା ଭାବେ ଶିବ ପଟ୍ଟନାୟକ ଓ ସହ କର୍ତା ଭାବେ ଶିବାଜୀ ଦାଶ ଉପସ୍ଥିତ […]

ପାକିସ୍ତାନକୁ ଆମେରିକା ଦେଲା ଧୋକା, ଦେବନି AIM-120 ମିସାଇଲ

ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଦେବନି ଆମେରିକା। ପାକିସ୍ତାନକୁ ନୂତନ AMRAAM କ୍ଷେପଣାସ୍ତ୍ର ମିଳିବା ରିପୋର୍ଟକୁ ଆମେରିକା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟ ଭିତ୍ତିହୀନ। “AIM-120 ଆଡଭାନ୍ସଡ୍ ମିଡିୟମ୍ ରେଞ୍ଜ” ହେଉଛି ଏୟାର-ଟୁ-ଏୟାର ମିସାଇଲ୍।ଅନ୍ୟପଟେ ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ନିକଟରେ ଏହି ମିସାଇଲ ଥିଲା । ତେବେ ବାଲାକୋଟ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଶକ୍ତି […]

ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

ସମୁଦ୍ରରେ ବୁଡିଗଲା ମତ୍ସ୍ୟଜୀବୀ ବୋଟ୍‌ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ରାଜନଗର ସାତଭାୟା ସମୁଦ୍ରରେ ଏକ ମତ୍ସ୍ୟଜୀବୀଙ୍କ ବୋଟ ବୁଡି ଯାଇଛି । ସୌଭାଗ୍ୟ ବଶତଃ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି 8 ମତ୍ସ୍ୟଜୀବୀ । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଇଞ୍ଜିନ ଖରାପ ହୋଇଯିବାରୁ ‘ତାରିଣୀ -୨’ ବୋଟ୍‌ଟି ବୁଡି ଯାଇଥିଲା । ଏହି ବୋଟଟି ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି ।ଗତ 8 ଅକ୍ଟୋବରରେ […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ୍ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ […]