author

୮୩ ବର୍ଷରେ ପାଦ ଥାପିଲେ ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ

ବଡ଼ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ। ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜି ଅକ୍ଟୋବର ୧୧ ​​ତାରିଖରେ ତାଙ୍କର ୮୩ତମ ଜନ୍ମଦିନ । କେତେକ ତାଙ୍କୁ “ବିଗ୍ ବି” ବୋଲି ଡାକୁଥିଲେ ମଧ୍ୟ ଅନ୍ୟମାନେ “ଶହେନଶାହ” ବୋଲି […]

ଆସନ୍ତା ୧୫ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିପାରେ

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍‌ ରହିପାରେ । ଏ ସବୁ ସ୍ଥାନରେ ଶିଶିରପାତ ବା କୁହୁଡ଼ି ଦେଖାଦେବ।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ […]

ରାଜ୍ୟରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ରାଜ୍ୟରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  ଆଗାମୀ ୨-୩ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସଂପୂର୍ଣ୍ଣ ଅନୁକୁଳ ରହିଛି । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉତ୍ତର ବଙ୍ଗୋପସାଗର ଉପକୂଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ରହିଛି । […]

ଆଜିର ରାଶିଫଳ(୧୧ ଅକ୍ଟୋବର, ୨୦୨୫)

ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]

ରାଜ୍ୟସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା

ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ” ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ […]

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଡିଙ୍କ ଉତ୍ପାତ,ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ । ଖୁଲମଖୁଲା ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଦୁର୍ବ୍ୟବହାର । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଜଣେ ଅଣ ସେବାୟତ ନିଶା ସେବନ କରି ଟଳମଳ ଅବସ୍ଥାରେ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ନିଜର ଭାରସାମ୍ୟ ରଖି ନପାରି ତଳେ ମଧ୍ୟ ପଡ଼ି ଯାଉଥିଲେ । ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରୁଛନ୍ତି । […]

ଚଳନ୍ତା ଟ୍ରେନରୁ ଖସି ପଡିଥାନ୍ତେ ବୃଦ୍ଧା, ଭିଡ଼ି ଆଣିଲେ ଆରପିଏଫ ଅଧିକାରୀ

ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଖସିପଡ଼ି ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଗଲେ। ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ସତର୍କତା ଏବଂ ତୁରନ୍ତ ପଦକ୍ଷେପ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି । ରାତି ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।ସୂଚନା ଅନୁଯାୟୀ, ଜାନକୀ ରାଉତ ନାମକ ମହିଳା ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଟ୍ରେନ ଚାଲିବା ଆରମ୍ଭ […]

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରଯାଇଛି।ବରିଷ୍ଠ ଆଇଏଏସ୍ ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ଏନ୍‌.ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି । ମାନସୀ ନିମ୍ଭାଲଙ୍କୁ ଉଠା ଜଳସେଚନ ନିଗମର ଏମ୍‌ଡି ଦାୟିତ୍ୱ ଦିଆଯାଇଛି । ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ […]

କୋହଳ ହେଲା ଗାଡି ଚାଲାଣ ଫାଇନ: ୧୦ ହଜାର ବଦଳରେ ୫ ହଜାର

ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ କୋହଳ ହୋଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଫାଇନ ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର । ୫୦ ହଜାର ବଦଳରେ ଦେବାକୁ ହେବ ୨୫ ହଜାର ଟଙ୍କା । ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଏବଂ […]

ଖରାପ ସ୍ୱାସ୍ଥ୍ୟାବସ୍ଥା ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ପ୍ରେମାନନ୍ଦ ଜୀ ମହାରାଜ

ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ ମହାରାଜଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ପାଇଁ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଥିବା କେଳି କୁଞ୍ଜ ଆଶ୍ରମର ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏବେ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ସ୍ଥଗିତ ରଖିଛନ୍ତି ।ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡିତ ଅଛନ୍ତି […]

ଜିଲ୍ଲାସ୍ତ୍ରରୀୟ ବରିଷ୍ଠ ନାଗରିକ ଦିବସ 2025 ପାଳିତ ହେଲା।

ରାୟଗଡା ସହରର ଅଶୋକ କଲ୍ୟାଣ ମଣ୍ଡପ ରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,ପୌରପାଳିକା ଅଧ୍ୟକ୍ଷ, ପି ମହେଶ ପଟ୍ଟନାୟକ,ପୌରପାଳିକା ଅଧ୍ୟକ୍ଷା, ସୁଭ୍ରା ପଣ୍ଡା ବିଡ଼ିଓ,ସୁଜିତ କୁମାର ମିଶ୍ର, ବରିଷ୍ଠ ଶିକ୍ଷାବିତ ଓ ତ୍ମୁଖ୍ୟବକ୍ତା ଡ: ଦୁଷ୍ମନ୍ତ କୁମାର ମହାନ୍ତିଙ୍କ,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ,ଗୁଣପୁର ଏସଡିପିଆରଓଧନଜୟ ବେହେରା ମଞ୍ଚାସିନ ହୋଇଥିଲେ । ଏହି […]

୪ ବର୍ଷ ପରେ ଭାରତ କାବୁଲରେ ପୁଣି ଥରେ ଦୂତାବାସ ଖୋଲିବ

ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲାଗିଥିବା ଯାତ୍ରା କଟକଣା କୋହଳ କରିବାପରେ ସେ ଏହି ଯାତ୍ରା କରିଛନ୍ତି। ତେବେ ୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତାକୁ ଫେରିବାପରେ ଏହା କୌଣସି ତାଲିବାନ୍‌ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଭାରତ ଗସ୍ତ ଅବସରରେ ଆଫ୍‌ଗାନ ମନ୍ତ୍ରୀ ଆଜି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ […]