author

ପୁଣି ଥରେ ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ ମଜୁମଦାର

ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଜିତ ମଜୁମଦାର। ଭୁବନେଶ୍ଵର ଏମ୍‌ସର ଆଇସିୟୁରେ ରଖି ତାଙ୍କୁ ଚିକିତ୍ସା କରାଯାଉଛି। ସେ ଏବେ ବି କୋମାରେ ରହିଛନ୍ତି। ଶରୀରର ସ୍ନାୟବିକ ସ୍ଥିତିରେ ସୁଧାର ଆସି ନ ଥିବା ଡାକ୍ତର କହିଛନ୍ତି। ତେବେ ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଅଭିଜିତ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ। ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ ଓ […]

ଜୟ ପୋଷ୍ୟ ପୁଅ, ସେଥିପାଇଁ ବିଜେପିରେ ମିଶିଲେ: ପ୍ରତାପ ଜେନା

ବିଜେପିରେ ଜୟ ଢୋଲକିଆ ମିଶିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ। ଜୟଙ୍କ ମୁଖା ଖୋଲିଗଲା। ସେ କହିଛନ୍ତି, ନୂଆପଡାବାସୀ ସବୁ କିଛି ଦେଖୁଛନ୍ତି । ଠିକ ସମୟରେ ନୂଆପଡାବାସୀ ଜବାବ ଦେବେ । ପ୍ରାର୍ଥୀ ନମିଳିବାରୁ ବିଜେପି ଘୋଡା ବେପାର କରିଛି । ଜୟଙ୍କ ପ୍ରଭାବ […]

ଓଡ଼ିଶାରେ ବଡ ମାଛ ମାର୍କେଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି

ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଭିସି ଯୋଗେ ଭୁବନେଶ୍ୱର ପାଣ୍ଡରାଠାରେ ହେବାକୁ ଥିବା ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ଓ ସମ୍ବଲପୁର ଆକ୍ବା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିତ୍ତିପ୍ରସ୍ତର ସ୍ଥାପନା ପରେ ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ମୋଦି । ଏଥିସହ ଦେଶର ଦୁଇଟି ନୂଆ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି […]

ଦିଲ୍ଲୀରେ ମହିଳା ସାମ୍ବାଦିକଙ୍କୁ ହଟାଇ ଦେଲେ ତାଲିବାନ ! ଆଫଗାନିସ୍ତାନ ମନ୍ତ୍ରୀ କହିଲେ ମୁଁ ମନା କରିନି

ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତକ୍କୀ ନୂଆ ଦିଲ୍ଲୀରେ କରିଥିବା ସାମ୍ବାଦିକ ସମ୍ମିଳନୀକୁ ନେଇ ଭାରତର ରାଜନୀତି ସରଗରମ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ପତ୍ରକାରଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହାକୁ ନେଇ ବିରୋଧୀଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏହାକୁ ନେଇ ମୁତକ୍କୀ ସଫେଇ ଦେଇଛନ୍ତି । ସେ କହିଛନ୍ତି କି, ମହିଳା ପତ୍ରକାରଙ୍କୁ ନିମନ୍ତ୍ରଣ କରିବାକୁ ମୁଁ ମନା କରିନଥିଲି । ତାଲିବାନ ଶାସନ ଆଫଗାନିସ୍ତାନରେ ମହିଳା ଅଧିକାରକୁ […]

ପଦ୍ମ ଧରିଲେ ଜୟ ଢୋଲକିଆ

ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ । ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ । ସ୍ବର୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ । ଏକ ମିଶ୍ରଣ ପର୍ବ ମାଧ୍ୟମରେ ଢୋଲକିଆ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଉପସ୍ଥିତ ଥିଲେ । […]

ଚିଲିକାରେ ଭୟଙ୍କର ଟର୍ଣ୍ଣାଡୋ । ହଠାତ ଜୋରରେ ବହିଲା ପବନ

ଶୁକ୍ରବାର ଅପରାହ୍ଣରେ ଚିଲିକାରେ ଏକ ବିରାଟକାୟ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପଜନିତ ବର୍ଷାରେ ଚିଲିକାରେ ପ୍ରବଳ ଲହଡ଼ି ମାରିବା ସହ ଚିଲିକା ଅଶାନ୍ତ ହୋଇପଡିଥିଲା। ଶୁକ୍ରବାର ଅପରାହ୍ଣରେ ପ୍ରବଳ ପବନ ସାଙ୍ଗକୁ ଚିଲିକା ଅଧିଷ୍ଠାତ୍ରୀ ମାଆ କାଳିଜାଇଙ୍କ ପୀଠର ଦକ୍ଷିଣ ପଶ୍ଚିମ ଦିଗରେ ଏକ ବିରାଟକାୟ ଘୁର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା।ଏହା ହାତୀ ଶୁଣ୍ଢ ପରି ଦେଖା ଯାଉଥିଲା । ଏହି ସମୟରେ ଚିଲିକା ମଧ୍ୟରେ ଥିବା ନାଉରିଆ ଓ […]

ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଜଣେ ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ବଳାତ୍କାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାଟି ଶୁକ୍ରବାର ରାତିରେ ଘଟିଛି। ପୀଡିତା ଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ଏବଂ ଦୁର୍ଗାପୁରର ଶୋଭାପୁର ଅଞ୍ଚଳର ଏକ ଘରୋଇ ମେଡିକାଲ କଲେଜରେ MBBS ଡିଗ୍ରୀ କରୁଛନ୍ତି ବୋଲି ସୂଚନା ମିଳିଛି ।ଛାତ୍ରୀ ଜଣକ ଗତକାଲି ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। […]

ମଇଁଷିର ଦାମ୍ ୮ କୋଟି ଟଙ୍କା । ଯାହାର ନାମ ’ବିଧାୟକ

ସାମ୍ନାକୁ ଆସିଲା ଏକ ବିଶାଳ ମଇଁଷି । ଯାହାର ନାମ ’ବିଧାୟକ । ତା’ର ଚମକଦାର ତ୍ବଚା ଏବଂ ରାଜକୀୟ ଚାଲିଚଳଣ ପାଇଁ ସେହି ମଇଁଷିର ମୂଲ୍ୟ ପ୍ରାୟ ୮ କୋଟି ରହିଛି । IIM-T ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଅଖିଳ ଭାରତୀୟ କିଶାନ ମେଳାରେ ହରିୟାଣାର ଏକ ମହିଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଏହି ବିଶାଳ କଳା ରଙ୍ଗର ମଇଁଷିଟି ହରିୟାଣାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚାଷୀ […]

ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ

ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜଭୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ରେଡ ଜୋନ ଅବଧି ୩ ବର୍ଷା ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ବୈଧତା ରହିଛି । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା । ପୂର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ […]

ଏଣିକି ଦେଓମାଳିରେ ବାହାର ତମ୍ବୁ ମନା

ଏଣିକି ଦେଓମାଳିରେ ବାହାର ତମ୍ବୁ ମନା। ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ରହିଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ରାତ୍ରୀଯାପନ ପାଇଁ ବାହାର ତମ୍ବୁ ବା ଟେଣ୍ଟ ଉପରେ ବାରଣ କରାଯାଇଛି। ଏବେଠାରୁ ରାତ୍ରୀଯାପନ ପାଇଁ କୋଟିଆ ଗ୍ରାମପଞ୍ଚାୟତ ପକ୍ଷରୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଟେଣ୍ଟ। ଏହାକୁ ଖିଲାପ କଲେ ପଡିବ ୫ ହଜାର ଟଙ୍କାର ଜରିମାନା। ସୂଚନାମୁତାବକ ଓଡିଶାର ଉଚ୍ଚତମ […]

ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ :ଜଣେ ଯବାନ ଶହୀଦ

ଓଡ଼ିଶା-ଝାଡଖଣ୍ଡ ସୀମାରେ ଚାଲୁଥିବା ସନ୍ଧାନ ଅଭିଯାନ ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଏକ ସିଆରପିଏଫ ଯବାନ ଶହୀଦ ହୋଇଥିବା ଖବର ପରେ ସୁରକ୍ଷା ବଳ ଓ ଅଞ୍ଚଳ ଭିତରେ ଶୋକର ଛାୟା ଖେଳିଯାଇଛି। ସୂଚନାମୁତାବକ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମାଓବାଦୀମାନଙ୍କ ପ୍ରସ୍ତୁତ ବିସ୍ଫୋରଣରେ ୬୦ ବାଟାଲିୟନର ଇନ୍ସପେକ୍ଟର […]

ଚୀନ୍ ଉପରେ ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ, ନଭେମ୍ବର ୧ ରୁ ଲାଗୁ

ଚରମ ସୀମାରେ ପହଞ୍ଚିଲା ଚୀନ୍ , ଆମେରିକାର ବାଣିଜ୍ୟ ଯୁଦ୍ଧ। ଡ୍ରାଗନ୍ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ । ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ସେ ଘୋଷଣା କରିଛନ୍ତି ।ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି । ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା […]