author

ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ଥିବା ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଭୋଟଦାନ ପାଇଁ ୫୬ଟି ବୁଥ୍ ହୋଇଛି । ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣବିଧି ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ନୂଆପଡା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ […]

ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରାରେ ସାମିଲ ହେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କର ଜନ୍ମଦିନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା ଏପରି ସୂଚନା ଦେଇଛନ୍ତି ।ସୂଚନାମୁତାବକ, ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ଗଙ୍ଗ ନଗର ଓ୍ୱାର୍ଡ ନଂ ୫୨ରେ ବିରୋଧୀଙ୍କୁ ଦେଖାଇବେ ତାଙ୍କର ନିର୍ବାଚନ ରଣନୀତି । ଜନସମ୍ପର୍କ ପଦଯାତ୍ରା କରିବେ […]

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥା ଓ ପରମ୍ପରା ଅନୁଯାୟୀ, […]

ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ମିଳିଛି । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ସୂଚନା ଥାଉକି, ଭୁବନେଶ୍ବର ଏମ୍‌ସ କର୍ମଚାରୀଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ । ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସିବାବେଳେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କ ୩ ରାଉଣ୍ଡ ଗୁଳିମାଡ଼ […]

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ପ୍ରଭାତୀ । ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର’ ବୋଲି […]

ନୂଆପଡ଼ା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୧ରେ ଭୋଟ

ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର ୧୧ରେ ଭୋଟ ହେବ । ୧୪ରେ ଫଳାଫଳ ଘୋଷଣା ହେବ। ଉପନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏସବୁ ଭିତରେ କେବଳ କଂଗ୍ରେସ ଘାସିରାମ ମାଝୀଙ୍କୁ […]

ଚାଲିଛି ପୁଣ୍ୟର ମାସ କାର୍ତ୍ତିକ, ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ

ଚାଲିଛି ପୁଣ୍ୟର ମାସ କାର୍ତ୍ତିକ । ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ ।ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକ ରେ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା […]

ଆଜିର ରାଶିଫଳ(୧୩ ଅକ୍ଟୋବର, ୨୦୨୫)

ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]

ୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନମେଳା ଅନୁଷ୍ଠିତ

ନୟାଗଡ,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାସ୍ଥିତ ଯୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୯ ଜଣ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ, ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ବିଷୟରେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ସମସ୍ତ ପାଠ୍ୟ ବିଷୟରେ ଏଭଳି ଏକ ଶିକ୍ଷା ପ୍ରଦର୍ଶନୀ  ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ବନଲତା […]

ଆଜିର ରାଶିଫଳ(୧୨ ଅକ୍ଟୋବର, ୨୦୨୫)

ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]

ବନ୍ଦ ରହିବ SBI ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ଆଜି କରିପାରିବେନି Online ପେମେଣ୍ଟ

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯଦି ଆପଣ ପ୍ରତିଦିନ ଡିଜିଟାଲ ପେମେଣ୍ଟ ପାଇଁ UPI ବ୍ୟବହାର କରୁଛନ୍ତି, ତେବେ ବ୍ୟାଙ୍କର UPI ସେବା କିଛି ସମୟ ପାଇଁ ଅସ୍ଥାୟୀ ଭାବରେ ବନ୍ଦ ରହିବ । ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ଏକ ସିଡ୍ୟୁଲ ମେଣ୍ଟେନାନ୍ସ (Scheduled Maintenance) ପ୍ରକ୍ରିୟା, ଯାହା ମାଧ୍ୟମରେ ବ୍ୟାଙ୍କ ଏହାର ଡିଜିଟାଲ ସିଷ୍ଟମକୁ ଅଧିକ ସୁରକ୍ଷିତ ଏବଂ ଦକ୍ଷ କରୁଛି […]

ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁଣି ପଶ୍ଚିମବଙ୍ଗରେ ଲଜ୍ଜା । ଏବେ ବି ମନରୁ ଲିଭିନି ଆର୍ ଜି କର ମେଡ଼ିକାଲ କଲେଜରେ ମହିଳା ଡ଼ାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ପଶ୍ଚିମବଙ୍ଗରେ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଦ୍ବିତୀୟ ବର୍ଷରେ ପଢୁଥିବା ଓଡ଼ିଆ ମେଡ଼ିକାଲ ଛାତ୍ରୀ। ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଜଡ଼ିତ ରହିଥିବା ବେଳେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ବର୍ଦ୍ଧମାନ ଜିଲ୍ଲା ପୋଲିସ କହିଛି । ତେବେ ଓଡ଼ିଆ ଡାକ୍ତରୀ […]