author

ଆଜିର ରାଶିଫଳ(୧୪ ଅକ୍ଟୋବର, ୨୦୨୫)

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

କରୁରରେ ଦଳାଚକଟା ଘଟଣା; ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର୍‌ କରିବାକୁ ୩ ଜଣିଆ କମିଟି ଗଠନ ହୋଇଛି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଘଟଣାର ତଦନ୍ତ ନିରପେକ୍ଷ ହେବା ଉଚିତ୍‌ ବୋଲି କହିଛନ୍ତି ସର୍ବୋଚ୍ଚ […]

ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସୋମବାର ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ପ୍ରାୟ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗ ମଞ୍ଚରେ କଳା ପ୍ରଦର୍ଶନ କରିବେ କଳାକାର। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସେହିଭଳି ସବୁଥର ଭଳି ଏଥର ମଧ୍ୟ କଂସ ଚରିତ୍ର ପାଇଁ ହେବ କଳାକାର ଚୟନ କରାଯିବ।ଗତବର୍ଷ ରାଜ୍ୟ ସରକାର ବରଗଡ଼଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଅନୁଦାନ […]

ବଦଳିଲେ ଚୌଦ୍ଵାର ଜେଲର

ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍‌ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁମର ଖୋଲିଲେ ଜେଲ୍ ଡିଆଇଜି ଅନୁସୟା ଜେନା । କହିଲେ, ଡ୍ୟୁଟିରେ ଅବହେଳା କରିଥିଲେ […]

ରାଜଧାନୀରେ ମହିଳା ହଷ୍ଟେଲରେ ପଶି ଯୁବତୀଙ୍କୁ ଦୁଷ୍କର୍ମ

ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର। ଗତକାଲି ବିଳମ୍ବିତ ରାତିରେ ଏକ ମହିଳା ହଷ୍ଟେଲରେ ଜଣେ ଦୁର୍ବୃତ୍ତ ପଶି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସୂଚନା ମିଳିଛି। ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ପିଜି (ପେଇଂ ଗେଷ୍ଟ) ମହିଳା ହଷ୍ଟେଲରେ ଏହି ଘଟଣା ଘଟିଛି।ସୂଚନା ଅନୁଯାୟୀ, ଜଣେ ଦୁର୍ବୃତ୍ତ ଗେଟ ଡେଇଁ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ମହିଳା ହଷ୍ଟେଲ କୋଠାରେ ପ୍ରବେଶ କରିଥିଲେ। ସେ କୌଣସି ପ୍ରକାରେ ପ୍ରଥମ […]

ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ୨୦୨୫ ନୋବେଲ ପୁରସ୍କାର

ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା। ୨ ଆମେରିକୀୟ ଜୋଏଲ୍ ମୋକିର, ପିଟର୍ ହାୱିଟ ଏବଂ ଜଣେ ବ୍ରିଟିଶ ନାଗରିକ ଫିଲିପ୍ ଏଘିଅନଙ୍କୁ ପ୍ରଦାନ କରାଯାଇଛି ଅର୍ଥନୀତିରେ ନୋବେଲ। ଆର୍ଥିକ ବିକାଶରେ ଇନୋଭେସନ ପାଇଁ ନୋବେଲ ପ୍ରଦାନ କରାଯାଇଛି।ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁମତି ଦେଉଥିବା ପ୍ରମୁଖ ପରିସ୍ଥିତି ଚିହ୍ନଟ କରିବା ପାଇଁ ଜୋଏଲ୍ ମୋକିରଙ୍କୁ ସମ୍ମାନିତ କରାଯିବ । ସେହିପରି ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋୱିଟ୍ ମିଳିତ ଭାବରେ ଅର୍ଥନୀତି ବିକାଶରେ “ସୃଜନଶୀଳ […]

ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା

ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟଭି କ୍ୟାମେରା। କେନ୍ଦ୍ର ଓ ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅପରାଧ ଦୁର୍ନୀତି ରୋକିବାକୁ ବଡ ପଦକ୍ଷେପ ନିଆଯାଇଛି । ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ କରିବ। ଏପରିକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ଉକ୍ତ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି। ଯୋଜନା ସମ୍ପର୍କରେ ଆସନ୍ତା ୧୭ ତାରିଖରେ ବଡ଼ ବୈଠକ ବସିବ ବୋଲି […]

ପୋଲିସ ଏସଆଇ ପରୀକ୍ଷା ଠକେଇ ମାମଲା, ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି

ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍‌ ସର୍କୁଲାର ଜାରି କରିଛି।ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି । କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଝାଡ଼ଖଣ୍ଡ ଏବଂ ବିହାରରେ ମଧ୍ୟ ଚଢାଉ ଏବଂ ତଦନ୍ତ ଜାରି ରଖିଛନ୍ତି ।

ଆସନ୍ତାକାଲି ଏହିସବୁ ସ୍ଥାନରେ ବର୍ଷା ହୋଇପାରେ

ଆଜିଠୁ ରାଜ୍ୟରୁ ଫେରିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍‌, ତେଲେଙ୍ଗାନାର କିଛି ଅଞ୍ଚଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରର ଅବଶିଷ୍ଟ ଅଂଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବ। ପରବର୍ତ୍ତୀ ୨ରୁ […]

ପୁରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ପଇଡ଼ ପିଇ​‌ଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଇଡ଼ ପଇବା ବେଳେ ବ୍ୟବସାୟୀ ଶ୍ରୀଧର ମହାପାତ୍ର ସହ କଥା ହୋଇଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷା ହେଉଥିବାରୁ ବେପାର କମ୍ ହେଉଛି ବୋଲି ଶ୍ରୀଧର କହିଥିଲେ। ମହାବାତ୍ୟା ପରଠୁ ସାକ୍ଷୀଗୋପାଳରେ ନଡ଼ିଆ ଉତ୍ପାଦନ କମିଛି । ୧୯୯୯ ମହାବାତ୍ୟାରେ ଅନେକ ଗଛ ମରିଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଇଡ଼ ପିଇବା […]

ମହାପ୍ରଭୁଙ୍କୁ ଅସମ୍ମାନ: ପିନ୍ଧା ଧୋତିରେ ଶ୍ରୀଜଗନ୍ନାଥ

କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ । ଧୋତିରେ ଶ୍ରୀଜଗନ୍ନାଥଙ୍କ ମୁଣ୍ଡମଣ୍ଡଳ ଚିତ୍ରଥିବା ଧୋତି ପିନ୍ଧି ଶ୍ରୀମନ୍ଦିର ଆସିଲେ ଜଣେ ଶ୍ରଦ୍ଧାଳୁ । ଏହାକୁ ଶ୍ରୀମନ୍ଦିର ସେବାୟତ ଘୋର ବିରୋଧ କରିଛନ୍ତି । ସୂଚାନମୂତାବକ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରଵେଶ ପାଇଁ ଥିବା ବ୍ୟାରିକେଡ଼ରେ କିଛି ଶ୍ରଦ୍ଧାଳୁ ପ୍ରଵେଶ ପାଇଁ ଠିଆ ହୋଇଥିଲେ । ଜଣେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଚିତ୍ରିତ ହୋଇଥିବା ଧୋତି ପରିଧାନ କରି ଆସିଥିଲେ । ଯାହା ସେବାୟତଙ୍କ ନଜରକୁ ଆସିଥିଲା […]

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଭୁବନେଶ୍ୱରରେ ଆକ୍ରମଣ

ରାୟଗଡ଼ା ଜିଲ୍ଲାର ସ୍ବନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ରେଳବାଇ ଷ୍ଟେସନ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି I ସୂଚନାରୁ ଜଣାଯାଇଛି ଆଜି ଶ୍ରୀସାହୁ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ I ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରେ ସେ ଚାଲିଚାଲି ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ଜଣାପଡିଛି Iଫଳରେ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]