author

 ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି

ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି ।୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ମୟୂରଭଞ୍ଜ, ଦେଓଗଡ, କେଉଝର, ବାଲେଶ୍ବର, ସୁନ୍ଦର ଗଡ, ଝାରସୁଗୁଡ଼ା, ସମ୍ବଲପୂର୍, ସୋନପୁର, ବରଗଡ଼ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ୭ ଜିଲ୍ଲା ରୁ ଅଧିକାଂଶ ସ୍ଥାନରୁ ବିଦାୟ […]

ଦୁଇ ହାର୍ଡକୋର ମାଓବାଦୀଙ୍କ ଥାନାରେ ହେଲା ବିବାହ

ଛତିଶଗଡ଼ ମାଓ ପ୍ରଭାବିତ କାଙ୍କେର ଜିଲ୍ଲାର ପାଖଞ୍ଜୁରରୁ ଆସିଛି ଏକ ବିରଳ ଦୃଶ୍ୟ | ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଏବେ ଥାନାରେ କରିଛନ୍ତି ବିବାହ। ବେକରେ ବରଣମାଳା ପଡିଛି ଆଉ ପୂରା ଧୂମଧାମ୍ ରେ ହୋଇଛି ବାହାଘର । ସାଗର ଡିର୍ଡୋ ଓ ସଚିଲା ମାଣ୍ଡାଭି ସାତ ଜନମର ସାଥୀ ହୋଇ ଚାଲିବାର ନିଷ୍ପତ୍ତି ନେଇଛନ୍ତି। ହିସାଂର ବାଟ ଧରୁଥିବା ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବାର୍ତ୍ତା ବି ଦେଇଛନ୍ତି […]

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ମନମୋହନ

ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ମମତା ନାମକୁ ମାତ୍ର ଶାସନ ବ୍ୟବସ୍ଥାରେ ବସିଛନ୍ତି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁ ନାହାନ୍ତି।ମମତାଙ୍କ ହାତରେ କ୍ଷମତା ନାହିଁ, ତାଙ୍କୁ ପୋଲିସ ମାନୁ ନାହାନ୍ତି।ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିଛି । ମମତା ବାନାର୍ଜୀ ଯେଭଳି ପ୍ରତିକ୍ରିୟା ରଖିଲେ ତାହା ମଧ୍ୟ ଦୁର୍ଭାଗ୍ୟ ଜନକ । ସୂଚନାମୁତାବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ […]

ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି

ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି । ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଜେଲ ଡିଜି ସୁଶାନ୍ତ ନାୟକ । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ । ଜେଲ ଭିତରେ ଅନେକ  ଅନୈତିକ କାରବାର ହୋଇଥିବା ନେଇ ଏକାଧିକ ଅଭିଯୋଗ ପୂର୍ବରୁ  ମଧ୍ୟ ଆସିଛି ।  ବିଭିନ୍ନ ସମୟରେ ଜେଲରେ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ , ଫୋନ ଏବଂ ମାରଣାସ୍ତ୍ର ମଧ୍ୟ […]

କାର୍‌ ଦେବେ ମୋହନ ସରକାର

ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ପୂର୍ବ ସରକାରଙ୍କ ସ୍କୁଟି ଯୋଜନାର ରୂପରେଖ ବଦଳିଲା । ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣାଇଦେବେ ସରକାର । ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର୍‌ । ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍‌ । ଚତୁର୍ଥ ବର୍ଷରେ ୩୫୦ […]

ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । କେନ୍ଦ୍ର ସରକାରଇ- କେୱାଇସି ବନ୍ଦ କରିଛନ୍ତି, ସମୟ ବଢେଇଲେ ଆମେ ବଢେଇବୁ । ବାଦ ପଡିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ।ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଏଥର ଦୀପାବଳୀରେ ୨ ଘଣ୍ଟା ପାଇଁ ଫୁଟିବ ବାଣ

ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି […]

ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ ।

ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ ଟି ଟିମ୍ ଗଠିତ କରାଯାଇଛି । ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍‌ […]

ବଢିଲା ସରକାରୀ ଡାକ୍ତରଖାନା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

ପ୍ରତ୍ୟେକ ଜିନିଷରେ ଦରଦାମ ବୃଦ୍ଧି ହୋଇଛି। ଖାଇବା ଜିନିଷ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରୋଗୀଙ୍କୁ ପୁଷ୍ଟିକର ଓ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ଦେବା ଲକ୍ଷ୍ୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରୋଗୀଙ୍କ ପାଇଁ ସାଧାରଣ ଖାଦ୍ୟ ଦର ପୂର୍ବରୁ ୧୧୦ ଟଙ୍କା ରହିଥିବା ବେଳେ ଏହା ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଶୁ ରୋଗୀଙ୍କ ଖାଦ୍ୟ ଦର […]

ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡା ପ୍ରାର୍ଥୀ

ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡା ପ୍ରାର୍ଥୀ । ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ କେବଳ ଘୋଷଣା ବାକି ଥିବା ସୂଚନା ମିଳିଛି । ମନୋଜ ମିଶ୍ରଙ୍କ ନାଁରେ ମୋହର ବାଜିଥିବା ବି ଚର୍ଚ୍ଚା ହେଉଛି । ବିଜେଡିର ପୂର୍ବତନ ନୂଆପଡା ଜିଲ୍ଲା ସଭାପତି ହେଉଛନ୍ତି, ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ […]

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଛେଳିଛୁଆ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥାଏ । ହଠାତ୍‌ ଜଣେ ବ୍ୟକ୍ତି ବ୍ୟାଗ୍‌ରେ ଏକ କଳା ରଙ୍ଗର ଛେଳି ଛୁଆ ନେଇ ସେଠି ପହଞ୍ଚିଲେ । କହିଲେ, ‘ସାର୍‌ ମୋ ଘର ଉପରେ ୧୧ କେଭି ବିଜୁଳି ତାର ଯାଇଛି । ଏହାର ସଂସ୍ପର୍ଶରେ ଆସି ମୋର ୩ଟି ଛେଳି ମରି ସାରିଲେଣି । ଏବେ ଏଇ ଗୋଟାକୁ ଆପଣ ବଞ୍ଚାଇ ଦିଅନ୍ତୁ ।ତେଣୁ ଛେଳିର ମାଲିକ ନିଆଳି ଅଠାନ୍ତରର ବିଷ୍ଣୁଚରଣ ‌ବେହେରା ଏହାକୁ ଏକ ବ୍ୟାଗ୍‌ରେ ନେଇ […]

ରାଜ୍ୟରେ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଜାରି ହେଲା SOP

ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ ନୂଆ ମାନକ ପ୍ରକ୍ରିୟା (SOP) ଜାରି କରିଛି। ଏହା ପୂର୍ବ ନିୟମଗୁଡ଼ିକୁ ବାତିଲ କରି ଏକରୂପତା ଓ ଜନସାଧାରଣଙ୍କ ସୁବିଧା ପାଇଁ କାମ କରିବ।। ଏଥିରେ ମୁଖ୍ୟତଃ ଚାରିଟି ଦିଗ ଉପରେ ଫୋକସ କରାଯାଇଛି । ଗ୍ରାମାଞ୍ଚଳରେ ଜଳାଶୟ କିସମକୁ ଛାଡ଼ି, ପାର୍ଟ ପ୍ଲଟ୍ ପଞ୍ଜୀକରଣ ବିନା କୌଣସି ପୂର୍ବ ସର୍ତ୍ତରେ ଅନୁମତିପ୍ରାପ୍ତ । ଉପବିଭାଜନ […]