ଉପର ପଡିଆ ଏବଂ ତଳ ପଡିଆରେ ବାଲିଯାତ୍ରା ହେବାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଲା ବଡ ଖବର । ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜି ୯ ତାରିଖ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । […]
କଟକର ଗୋଷ୍ଠୀ ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ,ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରଥମେ ନିଜ କଥା ନିଜେ ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା ତାହା ଗୋଟେ ଦୁର୍ଘଟଣା ଥିଲା । ସରକାର ସକ୍ଷମତାର ସହ ଦୁର୍ଘଟଣାକୁ ହ୍ୟାଣ୍ଡେଲ୍ କରିଛନ୍ତି । କଟକର ପରିସ୍ଥିତି ଆଉ ପାରିବେଶ ଯେଉଁ ଏବେ ଶାନ୍ତ ଅଛି । […]
ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ନୂଆପଡାରେ ମୋଟ ଭୋଟର ୨ ଲକ୍ଷ ୫୩ ହଜାର ୬୨୪ ଜଣ । ପୁରୁଷ-୧ ଲକ୍ଷ ୨୪ ହଜାର ୧୦୮, ମହିଳା – ୧ ଲକ୍ଷ ୨୯ ହଜାର ୪୯୫ । ବରିଷ୍ଠ ନାଗରିକ- ୧୭୮୬, ଯୁବ ଭୋଟର- ୯୪୨୯, ଭିନ୍ନକ୍ଷମ- ୩୯୮୮ ରହିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର […]
କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଦୁଇ ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଘର ଘର ବୁଲି କମିଶନରେଟ୍ ପୁଲିସ୍ କେନ୍ଦ୍ରୀୟ ଫୋର୍ସ ସହ ମିଶି ଯାଞ୍ଚ କରୁଛି।ଅନ୍ୟପଟେ ସ୍ବାଭାବିକ ହୋଇଛି ସିଲଭର୍ ସିଟି। ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ । ଭାଇଚାରାର ସହରରେ […]
OPS ସ୍ତରରେ ଅଦଳବଦଳ। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି। ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ସେ ତାଳଚେର ଅତିରିକ୍ତ ଏସ୍ପି କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଦାୟିତ୍ୱ ଦିଆଯାଇଛି।କଟକ ASP ସତ୍ୟବିକାଶ ଭୂୟାଁଙ୍କୁ ଭଦ୍ରକ ବଦଳି କରାଯାଇଛି । ସମ୍ବଲପୁରର ଅତିରିକ୍ତ ଏସପି ପ୍ରକାଶ କୁମାର ଟପ୍ପୋଙ୍କୁ ରାଉରକେଲା ବଦଳି କରାଯାଇଛି । ଭୁବନେଶ୍ବରର ଅତିରିକ୍ତ ଏସପି ସଞ୍ଜୀବ କୁମାର ଶତପଥୀଙ୍କୁ ଆଡିସନାଲ ଏସପି ସ୍ପେଶାଲ […]
୧୯୭୦ରୁ ପ୍ରତି ବର୍ଷ ଅକ୍ଟୋବର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ବିଜର୍ଲାଣ୍ତ୍ର ବର୍ନ୍ରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍’ ସ୍ଥାପିତ ହୋଇଥିଲା ଏବ˚ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ସୀମା-ସରହଦ ଡେଇଁ ଚିଠି ଦୂର-ଦୂରାନ୍ତରକୁ ଯିବା ଆରମ୍ଭ ହୋଇଥିଲା। ୧୯୬୯ରେ ଟୋକିଓରେ ଅନୁଷ୍ଠିତ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍’ର ଅଧିବେଶନରେ, ଅକ୍ଟୋବର ୯କୁ ‘ବିଶ୍ବ ଡାକ ଦିବସ’ ରୂପେ ପାଳିବା ପାଇଁ […]
ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ ।ଏହି କାର୍ଯ୍ୟାନୁଷ୍ଠାନ ଅକ୍ଟୋବର ୮ ତାରିଖ ରାତିରେ ନିଆଯାଇଥିଲା। ଗିରଫ ହେବା ପରେ, ଏମପି ଏସଆଇଟି ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମଧ୍ୟପ୍ରଦେଶ ଆଣିବ। ସଂକ୍ରମିତ କଫ ସିରପ ଖାଇବା ପରେ ଛିନ୍ଦୱାଡାରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ […]
ଅଘଟଣ ନା ଅଶୁଭ ସଙ୍କେତ। ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି ।ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି।ବୁଧବାର ହୋଇଥିବା ବର୍ଷା ଓ […]
ଆଜି ହେଉଛି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ୧୪୮ ତମ ଜନ୍ମ ଜୟନ୍ତୀ । ଏହି ଦିନକୁ ସାରା ଓଡିଶା ଗୋପବନ୍ଧୁ ଜୟନ୍ତୀ ଭାବରେ ପାଳନ କରନ୍ତି । ଆଜକୁ ଠିକ ୧୪୭ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାର ପୂର୍ବବର୍ତ୍ତୀ ଅଂଚଳରେ ଅବସ୍ଥିତ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇଥିଲେ ଓଡିଶା ମାଟିର ଏହି ବରପୁତ୍ର । ୧୮୭୭ ମସିହା ଆଜିର ଦିନରେ ମାତା ସ୍ଵର୍ଣ୍ଣମୟୀ ଦେବୀ ଓ ବାପା ଦୈତାରୀ ଦାସଙ୍କ […]
ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏ ଏହା ସକ୍ରିୟ ରହିବ । ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ଯାଜପୁର, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।୧୧ରେ […]
ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]
ଏସ୍ଆଇ ପରୀକ୍ଷା ମହାଘୋଟାଲା ମାମଲା। ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ ଏବଂ ୫ ଜଣ ଦଲାଲଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି।ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ରାଜ୍ୟରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା […]
