ବଢିଲା ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ତାରିଖ । ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ବା ଦୋକାନ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା ଅନେକ ବ୍ୟବସାୟୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ । ଏପରିକି ହାତରେ କମ୍ ସମୟ ରହିଥିଲା । ଏହି କାରଣରୁ ସମୟ ସୀମା ବୃଦ୍ଧି କରାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ […]
ରାୟଗଡା,୦୮/୧୦ : ବ୍ରହ୍ମପୁର ର ବରିଷ୍ଠ ତଥା ଜଣାଶୁଣା ଆଇନଜୀବୀ ଓ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାରେ ପ୍ରତିବାଦ କରି ଆଜି ରାୟଗଡା ବାର ଆସୋସିଏସନର ସଭ୍ୟମାନେ ସଂପୂର୍ଣ କଲମ ଛାଡ କରିବା ସହ ୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ନିଜ ଦାବିରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତିଙ୍କ ଦ୍ବାରା ବିଚାର ବିଭାଗୀୟ […]
କୋଣାର୍କ ମାଧିପୁର ଛକରେ ଏକ ଇ-ବାଇକ ସୋ’ ରୁମ ନିଆଁ ଲାଗି ଜଳିଯାଇଛି। ସୋ’ରୁମରେ ଗୋଟିଏ ବାଇକ ଚାର୍ଜ ସମୟରେ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ବାଇକକୁ ନିଆଁ ବ୍ୟାପି ହୁତୁହୁତୁ ହୋଇ ଜଳିଥିଲା। ତେବେ ନିଆଁ ଲାଗିବା ସମୟରେ ସୋ’ ରୁମ ମାଲିକ ଓ କର୍ମଚାରୀ ଭୟରେ ବାହାରକୁ ଦୌଡି ପଳାଇ ଆସିଥିଲେ। ଘଟଣାସ୍ଥଳରେ ୩ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋରୁମ୍ରେ ଥିବା କର୍ମଚାରୀ ଏବଂ ଗ୍ରାହକ ସୁରକ୍ଷିତ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର) ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (NMIA) ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ୧୯୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ । ଏହି ବିମାନବନ୍ଦରକୁ ସରକାରୀ-ଘରୋଇ ସହଭାଗୀତା (PPP) ମଡେଲ ଅଧୀନରେ ବିକଶିତ କରାଯାଇଛି ।ମୁମ୍ବାଇ ମହାନଗରରେ ଦ୍ବିତୀୟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭାବେ ଏନଏମଆଇଏ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ବିମାନ ବନ୍ଦର […]
ନୂଆ ରୁପରେ ଝଲସିବ ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ପୁରୀ ସ୍ଥିତ ବାସଭବନ। ଏଠାରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିରଳ ସ୍ମୃତି ଓ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ପାଇଁ, “ପଥେର ପୁରୀ”କୁ ପୁନରୁଦ୍ଧାର କରାଯାଇ ମହାନ କବିଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ଏ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶା ସରକାର।ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି […]
ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା । ତେବେ ଚଳିତ ବର୍ଷ ବାଲିଯାତ୍ରା ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ।। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା […]
ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବକେୟା ଦରମା କରାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଏରିୟର ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଯାହାପରେ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ […]
ଏକ ମାନବ ସଦୃଶ ବା ହ୍ୟୁମାନଏଡ୍ ରୋବୋଟ୍କୁ ମହାକାଶକୁ ପଠାଯିବ, ଯାହାର ନାମ ‘ବ୍ୟୋମମିତ୍ର’ (Vyom Mitra) ରଖାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମିଶନର ଅଂଶ ଭାବରେ ଏକ ମାନବହୀନ ରକେଟ୍ ଲଞ୍ଚ କରିବାକୁ ଯାଉଛି । ତେବେ ଏଥିରେ ରୋବୋଟ୍ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ କ୍ୟାପିଟାଲ ସିଟି ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ଟ୍ରେନିଂ ସେଣ୍ଟର (CTTC)ରେ ନିର୍ମାଣ […]
ନୂଆପଡା ଉପନିର୍ବାଚନ ନେଇ ବିଜେଡିର କସରତ । ପ୍ରାର୍ଥିତ୍ୱ ନେଇ ସଂକେତ ଦେଲେ ବରିଷ୍ଠ ନେତା ଦେବୀ ମିଶ୍ର । କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱରେ ପାରଙ୍ଗମ ଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରକୁ ଟିକେଟ ଦେବାକୁ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ।ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ […]
ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କଲା କିଏ ? ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ , ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମ୍ଏମ୍ ଗୁଳି । ସବୁସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରିଥିଲେ ଦୁର୍ବୃତ୍ତ । ମର୍ଡରର ୪୮ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ସୁରାକ୍ ପାଉନି ପୋଲିସ । ହତ୍ୟା ପଛରେ ସୁପାରି କିଲର କି ? ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ […]
ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ ।ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଏ ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ । […]
ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏ ବାବଦରେ ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି। ତେବେ ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ।ଏହା ବ୍ୟତୀତ, କନଫର୍ମ ଟିକେଟ୍ ତାରିଖରେ ପରିବର୍ତ୍ତନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଯଦି କୌଣସି ତାରିଖରେ କନଫର୍ମ […]
