author

UPIରେ ଏବେ ମୁହଁ ଚିହ୍ନଟ ଏବଂ ଆଙ୍ଗୁଠି ଚିହ୍ନ ବ୍ୟବହାର କରି ପେମେଣ୍ଟ କରିପାରିବେ

ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଲକ୍ଷ ଲକ୍ଷ ଭାରତୀୟଙ୍କ ଦ୍ୱାରା ପ୍ରତିଦିନ ବ୍ୟବହୃତ ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ (UPI) ପେମେଣ୍ଟ କରିବାର ପଦ୍ଧତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇଛି। ଏହା ସହିତ, UPI ପେମେଣ୍ଟ ବହୁତ ସରଳ ହୋଇଯିବ। ବ୍ୟବହାରକାରୀମାନେ ୪ କିମ୍ବା ୬ ଅଙ୍କ ବଦଳରେ ଫିଙ୍ଗରପ୍ରିଣ୍ଟ ଏବଂ ମୁହଁ ଚିହ୍ନଟ ଭଳି ବାୟୋମେଟ୍ରିକ୍ ବିବରଣୀ ବ୍ୟବହାର କରି ପେମେଣ୍ଟ କରିପାରିବେ। ଏପର୍ଯ୍ୟନ୍ତ […]

ପୁଣି ଏକ ଲଘୁଚାପ ସମ୍ଭାବନା ।

୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା । ବୁଧବାର କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳଠାରୁ ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୦ ତାରିଖ ବେଳକୁ ଦୁଇଟି ଯାକ ଘୂର୍ଣ୍ଣିବଳୟ ମିଶି ବିସ୍ତୃତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ସପ୍ତାହେ ଯାଏ ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ। ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ […]

ପୀତବାସଙ୍କୁ ଗୁଳିମାରି ହତ୍ୟା ଘଟଣା , ଆଜି ସମ୍ପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ କରିବେ ଆଇନଜୀବୀ

ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛି ବାର୍ କାଉନସିଲ୍ । ତଦନ୍ତ ପାଇଁ SIT ଗଠନ କରିବାକୁ ଦାବି କରିଛି ।ନିରପେକ୍ଷ ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେବା ଉଚିତ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ତଦନ୍ତ […]

ଆଜିର ରାଶିଫଳ(୦୮ ଅକ୍ଟୋବର, ୨୦୨୫)

ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]

ନୂଆପଡ଼ା ଉପ ନିର୍ବାଚନ, ଘାସିରାମ ମାଝୀଙ୍କ ନାଁରେ କଂଗ୍ରେସର ମୋହର

ଉପ ନିର୍ବାଚନ ବିଗୁଲ ପରେ ଏବେ ନୂଆପଡ଼ାରେ ବଢିଛି ରାଜନୈତିକ ଉଷ୍ମତା । ଘାସିରାମ ମାଝୀଙ୍କ ନାଁରେ ମୋହର ମାରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଏବେ କେବଳ ବିଧିବଦ୍ଧ ନାଁ ଘୋଷଣାକୁ ଅପେକ୍ଷା। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏକ ପ୍ରକାର ସ୍ଥିର ହୋଇସାରିଛି । ସୂଚନାଯୋଗ୍ୟ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ୍ ଗଣତି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା […]

ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ବିଫଳ: ନବୀନ

ରାଜ୍ୟରେ ବିଶୃଙ୍ଖଳାକୁ ନେଇ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସରକାରଙ୍କୁ କଡା ସମାଲୋଚନା କରି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ, ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ କଲେଣି। ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ। ଏହି […]

ରାଜ୍ୟରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା

ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି। ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, […]

କୁମ୍ଭୀର ପାଟିରେ ମହିଳା,କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନଦୀକୁ ଶୌଚ ହେବା ପାଇଁ ଯିବା ବେଳେ ଟାଣିନେଲା କୁମ୍ଭୀର। ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର ମହିଳାଙ୍କୁ ଟାଣି ନେବା ପରେ ନଦୀକୂଳରେ ଲୋକଙ୍କ ଗହଳି ମଧ୍ୟ ଲାଗି ରହିଛି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଣ୍ଟିଆ ଗାଁର। ସୂଚନାମୁତାବକ ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା ନଦୀକୁ ଶୌଚ ହେବା ପାଇଁ […]

ନଭେମ୍ବର ୧୪ରୁ ରାଜଧାନୀ ପୁସ୍ତକ ମେଳା

୨୫ତମ ରାଜଧାନୀ ପୁସ୍ତକ ମେଳା ନଭେମ୍ବର ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଶହୀଦ ନଗର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟର ୧୨ଟି ବିଭାଗ(ପ୍ରବନ୍ଧ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କାବ୍ୟ-କବିତା, ଅନୁବାଦ, ନାଟକ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗସାହିତ୍ୟ ଓ ଶିଶୁ ସାହିତ୍ୟରେ ୨୦୨୩ ଜାନୁଆରୀରୁ ୨୦୨୫ ନଭେମ୍ବର ମଧ୍ୟରେ ପ୍ରକାଶିତ ପୁସ୍ତକ ଗୁଡ଼ିକୁ ବିଚାରକୁ ନିଆଯାଇ ସର୍ବଶ୍ରେଷ୍ଠ ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯିବ […]

ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା

ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା । ୯ତାରିଖରେ ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳତା ଲୋକଙ୍କ ସାମ୍ନାକୁ ଆଣିବ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପଟେ ନୂଆପଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତିା କହିଛନ୍ତି, ୪୦ରୁ ୫୦ ହଜାର ଭୋଟରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ଜିତିବେ । ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର […]

ବସ ଭିତରେ ଯାତ୍ରୀଙ୍କୁ ହାଣିଲେ: ୪ ଗୁରୁତର

ହରସପଡାରୁ ସୁକଳ ଯାଉଥିବା ଆମ ବସରେ ଅଘଟଣ । ବିନ୍ଧନ ଛକଠାରେ ଜଣେ ଯୁବକ ବସରେ ଚଢି  ବସିଥିବା ଯାତ୍ରୀମାନଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ।  ଫଳରେ  ଆକ୍ରମଣକାରୀଙ୍କ ସମେତ  ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।  କଣାସ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ତେବେ ଦିନ ଦିପହରେ ଏଭଳି ଘଟଣା  କିଏ ଓ କାହିଁକି  ଘଟାଇଲା ତାସ୍ର କାରଣ ସ୍ପଷ୍ଟ ଜଣାପଡିନାହିଁ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି […]

ହତ୍ୟାକୁ ବରଦାସ୍ତ କରାଯିବନି: ମୁଖ୍ୟମନ୍ତ୍ରୀ

ଆଇନଜୀବୀ ପୀତବାସ ପଣ୍ଡା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ । ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଖୋଜି ବାହାର […]