author

ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଏଥିପାଇଁ ୧ ମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତ୍ତିକ ବ୍ରତ । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣୟ ହୋଇପଡିଛି। ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି, ହବିଷ୍ୟାଳୀ । ଏଠି ରହି ମାସସାରା ମହାପ୍ରଭୁଙ୍କ ଦର୍ଶନ କରି ହବିଷ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । […]

ରାଉରକେଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର

ରାଉରକେଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର । ରାଉରକେଲାରେ ବିଳମ୍ବିତ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ରଘୁନାଥପଲ୍ଲୀ ଥାନା ପଛ ରେଳଧାରଣାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୀଡିତାଙ୍କ ସହ ଯୁବକଙ୍କ କଣ ସମ୍ପର୍କ ରହିଛି ନା ନାହିଁ କାହିଁକି ଏଭଳି କାଣ୍ଡ ଘଟାଇଲେ ସେନେଇ ପଚରାଉଚରା କରୁଛି ପୋଲିସ । ଏହି ଘଟଣା […]

କଟକ ସହରକୁ ଫେରୁଛି ଶାନ୍ତି। ହଟିଲା କର୍ଫ୍ୟୁ କଟକଣା

କଟକ ସହରକୁ ଫେରୁଛି ଶାନ୍ତି। ହଟିଲା କର୍ଫ୍ୟୁ କଟକଣା। ସହରରେ ଜୀବନଯାତ୍ରା ସ୍ଵାଭାବିକ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଥିଲା। ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା। ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଥିଲାଅବଧି ବୃଦ୍ଧି ନହେବାରୁ କଟକଣା ଉଠାଯାଇଛି। ତେବେ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ […]

ଆଜିର ରାଶିଫଳ(୦୭ ଅକ୍ଟୋବର, ୨୦୨୫)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ସମ୍ବଲପୁରରେ ନିର୍ମାଣ ହେବ ଆକ୍ଵା ପାର୍କ

ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ଦ୍ବିଗୁଣିତ କରାଯିବ । ଏଥିପାଇଁ ମତ୍ସ୍ୟ ଚାଷୀଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି ।ସମ୍ବଲପୁର ଜିଲ୍ଲା ତଥା ଆଖ ପାଖ ଜିଲ୍ଲାରେ ମାଛ ଚାଷର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ସମ୍ବଲପୁର ଗୋଶାଳା, ବାସନ୍ତପୁର ଠାରେ 100 ଏକର ପରିମିତ ଜମିରେ ସରକାର ଏବେ ଏକ ଆକ୍ଵା ପାର୍କ ତିଆରି କରିବାକୁ ଯାଉଛନ୍ତି । ଏଥିପାଇଁ ଇଡ଼କୋ ଜମି ଚିହ୍ନଟ କରି ବର୍ତ୍ତମାନ ବାଉଣ୍ଡ୍ରି ୱାଲ କାମ ଆରମ୍ଭ […]

ଜୋତା ଫିଙ୍ଗିବା ଘଟଣା: ଓକିଲଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କହିଲେ ମୁଖ୍ୟ ବିଚାରପତି

ଆଜି ପ୍ରଧାନ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କୋର୍ଟ ଚାଲିଥିବା ବେଳେ ପ୍ରଧାନ ବିଚାରପତିଙ୍କ ଉପରେ ଓକିଲ ପୋଷାକ ପନ୍ଧିଥିବା ଜଣେ ବ୍ୟକ୍ତି କିଛି ଜିନିଷ ଫିଙ୍ଗିବାକୁ ଚେଷ୍ଟା କରିଥିଲା । ସମ୍ପୃକ୍ତ ବ୍ୟକ୍ତିକୁ ସୁରକ୍ଷାକର୍ମୀ କାବୁ କରିନେଇଛନ୍ତି । ଏଥିପାଇଁ କିଛି ମିନିଟ୍ ଲାଗି କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାକୁ ଆଇନଜୀବୀମାନେ ନିନ୍ଦା କରିଛନ୍ତି ।ଉଲ୍ଲେଖଯୋଗ୍ୟ, ଓକିଲ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କ ସମ୍ମୁଖରେ କୋର୍ଟରେ ହଙ୍ଗାମା […]

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ। ଛତିଶଗଡ଼ ଗରିଆବନ୍ଧ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ନେଇ ମିଳିଛି ସୂଚନା। ଧରାଇଦେବାକୁ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ଥିଲା।ସମସ୍ତ ନକ୍ସଲ ଗତ ୫ ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ ସଂଗଠନ ସହ ଜଡ଼ିତ ଥିଲେ। ଏମାନେ ବଡ ବଡ଼ମାଓ ନେତାଙ୍କ ସହ ମଧ୍ୟ କାମ କରିଥିବା ସ୍ବୀକାର କରିଥିଲେ। ପୁଲିସ ଉପରେ ଆକ୍ରମଣ କରିବା ସହ ଲୋକଙ୍କୁ ମାରପିଟ, ଲୁଟପାଟ, ଲ୍ୟାଣ୍ଡମାଇନ ଖଞ୍ଜିବା ଇତ୍ୟାଦି ହିଂସାରେ […]

ଅବସରପ୍ରାପ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ସଭାରେ ସର୍ବସମ୍ମତି କ୍ରମେ ଡ. ସୁକାନ୍ତି ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରକାଶ କୁମାର ପଟ୍ଟନାୟକ ,ସମ୍ପାଦକ ରାଜକିଶୋର ନାୟକ ,ସହ ସଂପାଦକ ରବି ନାରାୟଣ ପାତ୍ର ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ,ହିସାବ […]

ପଦ୍ମପୁର ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଭୟଭୀତ ପୀଡ଼ିତ ପରିବାର

ରାୟଗଡ଼ା ତା ୦୬/୧୦ (ନିପ୍ର) ଗୁଣିଗାରେଡି ସଂନ୍ଦେହରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ପରିବାର ଆଜି ନ୍ଯାୟ ଭିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ମାନେ ଜାମିନରେ ବାହାରି ପୁଣି ମାନସିକ ନିର୍ଯ୍ଯାତନା ଦେଉଥିବା ବେଳେ ବିଳମ୍ବିତ ରାତିରେ ଘର ଉପରକୁ ଟେକାପଥର ଫିଙ୍ଗୁଥିବା ଅଭିଯୋଗ କରିଛନ୍ତି ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳର ମହିଳା ସଂଞ୍ଜୁ ସାହୁ। ଗତ ଏପ୍ରିଲ ମାସ ୨୧ତାରିଖ ଦିନ ପଦ୍ମପୁର ଥାନା ଖଟମନପୁର ସାହିର ଭୈରବ ସାହୁଙ୍କୁ […]

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ CHSE ତାରିଖ ଘୋଷଣା

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ । ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ । ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌। ସେହିପରି ୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଭରିପାରିବେ ।

ନୂଆପଡାର ସବୁ ବୁଥରେ ୱେବକାଷ୍ଟିଂ ହେବ – ସିଇଓ

ନୂଆପଡାରେ ୨ ଲକ୍ଷ ୪୮ ହଜାର ଭୋଟର । ନୂଆପଡା ଉପନିର୍ବାଚନ ନେଇ ସିଇଓ ଙ୍କ ସୂଚନା । ପୋଲିଂ ଷ୍ଟେସନ ସଂଖ୍ୟା ୩୫୮, ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ । ଆସନ୍ତା ୧୦ ତାରିଖ ଯାଏଁ ନାମ ଯୋଡି ପାରିବେ ଭୋଟର । ନୂଆପଡାର ସବୁ ବୁଥରେ ୱେବକାଷ୍ଟିଂ ହେବ । ତେବେ ଆସନ୍ତା ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର […]

କାଲି ଯାଏଁ ଜାରି ରହିବ କଟକ କର୍ଫ୍ୟୁ

ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ।ଆସନ୍ତାକାଲି ସକାଳ ୧୦ଟା ଯାଏ ବନ୍ଦ ରହିବ କଟକ। ତେବେ ବନ୍ଦ ସତ୍ତ୍ବେ କଟକରେ ବସ୍ ଚଳାଚଳ ସ୍ବାଭାବିକ ରହିଛି।କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ସମସ୍ତ ସରକାରୀ ଅଫିସ ବି ଖୋଲା ରହିବା ସହ ଜରୁରୀ ସେବା ଜାରି ରହିଛି। ତେବେ ଗତକାଲି ବନ୍ଦ ସପକ୍ଷରେ ବାହାରିଥିଲା ବିଶାଳ ଶୋଭାଯାତ୍ରା। କିନ୍ତୁ ଏହି ସମୟରେ ବି ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। […]