ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଶ୍ରୀମନ୍ଦିରର ୧ କିମି ପରିଧି କିମ୍ବା ବଡ଼ଦାଣ୍ଡରେ ବିକ୍ରି ହେବନି ମଦ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଏପରରିକି ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି। ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ପାଖେ କୌଣସି ତାମସିକ କଥା ନ ରହୁ। ମଦ […]
ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ବହୁ ମାତ୍ରାରେ ହବିଷ୍ୟାଳିମାନଙ୍କ ଆଗମନ ହେବା ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ହବିଷ୍ୟାଳି ମାଆମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷ୍ୟାଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ ।ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ, ହବିଷିଆଳି ମା’ମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷିଆଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ପରିସର, […]
ହାତୀଙ୍କ ପାଇଁ ଘର କରିବେ ସରକାର । ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘକାଳୀନ ଯୋଜନା । ଓଡ଼ିଶାରେ ୨୧୦୦ ରୁ ଉର୍ଦ୍ଧ ହାତୀ ଅଛନ୍ତି । ୪୦୦ ହାତୀଙ୍କ ନାହିଁ ଘର ସେମାନଙ୍କୁ ଘର ଅଭାବ ଯୋଗୁଁ ବୁଲୁଛନ୍ତି। ସେମାନଙ୍କ ପାଇଁ ନାହିଁ ଉଚିତ ପରିବେଶ । ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ଏଥିସହ ସେ କହିଛନ୍ତି ମାଇନିଙ୍ଗ, ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ […]
ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି। ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯିବ । ସୂଚନାଥାଉକି, କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି ା ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ ଥିଲା […]
ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟତନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍କୁ ଧକ୍କା ଦେଇ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ରହିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହିତ ମନ୍ତ୍ରୀଙ୍କ ଡ୍ରାଇଭର ଏବଂ ସୁରକ୍ଷା ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।ଗୁରୁତର ଆହତ ହୋଇଥିବା ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା […]
ବ୍ରହ୍ମପୁର ପୋଲିସ ଦ୍ୱାରା ଶତାଧିକ ଏସଆଇ ଆଶାୟୀ ଅଟକ ଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଏମାନଂକୁ ଧରିଛି ।ଓଡ଼ିଶା ପୁଲିସର ସବ୍ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ।ଶ୍ରୀକାକୁଲମରେ ଧରାପଡିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରା ଉଚରା କରିଛି । ଓଡିଶା ପୋଲିସ ଏସଆଇ ପରୀକ୍ଷାର ବଡ ଜାଲିଆତି ପଦାରେ ପଡିଥିବା ନେଇ […]
ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ବକପକୁ ଆୟୋଜନ କରୁଛନ୍ତି । ଏହି ମହିଳା ଦିନିକିଆ ବିଶ୍ୱକପରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହି ସମୟ ମଧ୍ୟରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ […]
ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି ।ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା । ଶାସ୍ତ୍ର ବିଧି ବିଧାନ ଅନୁସାରେ […]
ମାହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜଗତଜନନୀ ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ । ନବରାତ୍ରୀର ନବମ ଦିବସରେ ମାଆ ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି । ସମସ୍ତଙ୍କୁ ଅନନ୍ୟ, କୃପା ଓ ଦୟାରେ ଭରିଦେଉ ବୋଲି କହିଛନ୍ତି ମୋହନ। ଅନ୍ୟପଟେ ଶାରଦୀୟ ଦୁର୍ଗାପୂଜା ଅବସରରେ ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ […]
ଜଣେ ପୁଲିସ ବାବୁଙ୍କ ସ୍ତ୍ରୀ ଚାକିରି ପାଇଁ ବାହାରକୁ ଯାଉଥିଲେ । ଯାହାର ଫାଇଦା ଉଠାଇ ସ୍ୱାମୀଜଣକ ପ୍ରେମିକାକୁ ଘରକୁ ଡକାଇ ମଉଜ କରୁଥିଲେ । ଅଚାନକ୍ ସ୍ତ୍ରୀ ପହଞ୍ଚିଯିବାରୁ ହରଡ଼ଘଣା ପଡ଼ିଲେ ସ୍ୱାମୀ । ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ସିପାହୀ ଭାବେ କାର୍ଯ୍ୟରତ ଜଣେ ଯୁବକ ୨୦୧୯ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବିବାହ କରିଥିଲେ । ତେବେ ୫ବର୍ଷର ପୁଅ ଓ ପତ୍ନୀଙ୍କ ସହ ରାଜଧାନୀରେ ରହୁଥିବାବେଳେ ଅନ୍ୟ […]
ବର୍ତ୍ତମାନ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିଥିଲେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରାୟତଃ ପାଗ ଅନୁକୂଳ ରହିଛି। ହେଲେ ଆଗକୁ ପାଗରେ ପରିବର୍ତ୍ତନ ଦେଖାଦେବ। ତେବେ ମଙ୍ଗଳବାର ଅଷ୍ଟମୀରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ନବମୀରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ମଙ୍ଗଳବାରଠୁ ବର୍ଷା ବଢ଼ିବ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବାର […]
ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସ୍ବାଧା ହେଉଛନ୍ତି ସମର୍ଥଙ୍କ ସ୍ତ୍ରୀ। ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କୁ ୩ ସପ୍ତାହ ଭିତରେ ରିଲିଭ କରିବା ଲାଗି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ […]
