ଲଗାତାର ଦ୍ବିତୀୟ ଥର ଅପରିବର୍ତ୍ତିତ ରହିଛି ରେପୋ ରେଟ୍ । ବଢିବନି ସୁଧହାର । ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୫.୫%ରେ ଅପରିବର୍ତ୍ତିତ ରହିଛି ।ଏହି ନିଷ୍ପତ୍ତି ବିଶ୍ୱ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି। ଘରୋଇ ସ୍ତରରେ, GST ସଂସ୍କାର ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭଳି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ବଜାର ଆଶା କରିଥିଲା ଯେ ଏଥର RBI ସତର୍କତା ଅବଲମ୍ବନ କରିବ।ବର୍ତ୍ତମାନ ଋଣ ଏବଂ EMI ଋଣଗ୍ରହୀତାଙ୍କ […]
ଡାକ ବିଭାଗ ପକ୍ଷରୁ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା ଆଜିଠାରୁ ଲାଗୁ ହୋଇଛି । ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ସେବାର ଆଧୁନିକିକରଣକୁ ଧ୍ୟାନରେ ରଖି ୧୩ ବର୍ଷ ପରେ ନୂଆ ଶୁଳ୍କ ଘୋଷଣା କରାଯାଇଛି ।ନୂଆ ଶୁଳ୍କ ଅନୁଯାୟୀ, ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ପିଡ ପୋଷ୍ଟର ମୂଲ୍ୟ ୧୯ ଟଙ୍କା ରହିବ । ଅଧିକ ୨୦୦ କିଲୋମିଟର ଦୂରତା ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି […]
ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ |ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ମଜା ନେବେ ମୋହନ । ଏ ନେଇ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ମୋହନଙ୍କ କଟକ ବୁଲା ନେଇ ସରକାରୀ ସ୍ତରରେ କାର୍ଯ୍ୟ ସୂଚୀ ସାଙ୍ଗକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ।ସେହିପରି ଆଜି ପୂଜା ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି […]
ଅକ୍ଟୋବର ମାସ ଆରମ୍ଭ ହୋଇଛି ଏବଂ ଏହା ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି। ମାସର ପ୍ରଥମ ଦିନରେ ହିଁ ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତ ଲାଗିଛି। ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୫୯୫.୫୦ ହେବ, ଯାହା ପୂର୍ବରୁ ୧୫୮୦ ଥିଲା।ଏହା ପୂର୍ବରୁ, ଗତ କିଛି ମାସ ଧରି […]
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି ।କୁହାଯାଉଛି ଯେ, ମଙ୍ଗଳବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା […]
ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼। ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି […]
ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ […]
ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଭିଜିବ ଦଶହରା। ୨ ତାରିଖରେ ଅବପାତରେ ପରିଣତ ହୋଇପାରେ ଏବଂ ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଉପକୂଳ ଛୁଇଁ ପାରେ। ୩ […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା । ନ୍ୟୁଡ ଭିଡିଓରେ ବ୍ଲାକମେଲ କରି ଅଭିଯୁକ୍ତ ଗିରଫ । ଛାତ୍ର ନେତା ଦେବୀ ପ୍ରସାଦ ଜେନା ଓରଫ ବୁବୁକୁ ଗିରଫ କଲା ପୋଲିସ । ଚଳନ୍ତା କାରରେ ଭୁବନେଶ୍ବର ୟୁନିଟ୍ –୮ ନୟାପଲ୍ଲୀ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିଥିଲେ । କଟକ ପୁରୀ ବାଏପାସ ରୋଡରେ କରିଥିଲେ ଦୁଷ୍କର୍ମ । ଏଥିରେ ତାଙ୍କୁ ୪ ଜଣ ସହଯୋଗ କରିଥିଲେ । ଘଟଣା ସମୟର ଭିଡିଓ କରି ଭିଡିଓ ଜରିଆରେ […]
ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ମଦ୍ୟପାନ କରି ଗାଡ଼ିଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଆର୍ଟିଓଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ । ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ […]
କରୁର ଦଳାଚକଟା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟଣାରେ ଚାପା ରାଜନୈତିକ ଷଡ଼ଯନ୍ତ୍ର ଥିବା ଇଙ୍ଗିତ ଦେଇ ଅଭିନେତା-ରାଜନେତା ବିଜୟ ମଙ୍ଗଳବାର ନିଜର ପ୍ରଥମ ଭିଡିଓ ବାର୍ତ୍ତାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ଜୀବନରେ ଏପରି ଦୁଃଖଦାୟୀ ପରିସ୍ଥିତି ଦେଖି ନାହିଁ। ଜନସାଧାରଣଙ୍କ ସୁରକ୍ଷା ପାଇଁ ମୁଁ ରାଜନୀତିକୁ ଦୂରେଇ ରଖି ନିରାପଦ ସ୍ଥାନ ବାଛି ପୋଲିସକୁ ଅନୁରୋଧ କରିଥିଲି। କିନ୍ତୁ ଯାହା ହେବା ଉଚିତ ନ ଥିଲା, ତାହା ଘଟିଲା।”ବିଜୟ ନିଜ […]
