author

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ।।

ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସମେତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ପୁଷ୍ପ ମାଲ୍ୟାର୍ପଣ କରି ବିପ୍ଳବୀ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର […]

ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ରବି ଫସଲର […]

ଆଜିଠୁ ନୂଆ ସମୟ : ସକାଳ ୮ରେ ଖୋଲିବ, ସନ୍ଧ୍ୟା ୫ରେ ବନ୍ଦ ହେବ ନନ୍ଦନକାନନ

ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁଁ ଖୁସି ଖବର । ପ୍ରତିବର୍ଷ ଭଳି ଶୀତଋତୁ ସାଙ୍ଗକୁ ଛୋଟଦିନ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନୀକାଲ ଗାର୍ଡେନ) ଆଜିଠାରୁ ସକାଳ ୮ଟାରୁ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ | ନନ୍ଦନକାନନ ଉପନିର୍ଦେଶକ ସୂଚନା ଦେଇଛନ୍ତି। ଏହି ନିୟମ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ। କିନ୍ତୁ ସପ୍ତାହର ପ୍ରତି […]

ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ଦେଉଥିଲେ ତେଲୁଗୁ ଅଭିନେତ୍ରୀ

ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ୨୨ ବର୍ଷୀୟ ଯୁବତୀ ଜଣକ ଡିମ୍ପଲ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଓଡିଆ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ ଥୟବା ନେଇ ସୂଚନା ମିଳିଛି । ସେ ଡିମ୍ପଲଙ୍କ ଘରେ […]

ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା’ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା’ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ମାଆ କମଲେଶ ଖୁରାନିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ […]

ଆଜିଠାରୁ ଆହୁରି ସହଜ ହେବ ବିଦେଶୀଙ୍କ ପାଇଁ ଭାରତ ଯାତ୍ରା

ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି । ଭାରତରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକୁ ଦେଖିବା ବିଦେଶୀମାନଙ୍କ ସ୍ୱପ୍ନ । କିନ୍ତୁ ସେମାନଙ୍କ ପାଇଁ ଭାରତ ଆସିବା ସେତେ ସହଜ ନୁହେଁ । ଯିବାଆସିବା ବେଳେ ବିମାନବନ୍ଦରରେ ସେମାନଙ୍କୁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧ରୁ ପୂର୍ବରୁ ଥିବା ନିୟମରେ କିଛି ପରିବର୍ତ୍ତନ ହୋଇଛି ।ଟ୍ରାଭେଲ୍ , ପାଠପଢ଼ା ,ବିଜ୍‌ନେସ୍ କିମ୍ବା […]

ୟୁଏଇ କ୍ରିକେଟ ବୋର୍ଡକୁ ଫେରାଇଲେ ଏସିଆ କପ୍ ଟ୍ରଫି

ଟ୍ରଫି ବିବାଦ ମଧ୍ୟରେ ଏସୀୟ କ୍ରିକେଟ ପରିଷଦ (ACC) ଏକ ବୈଠକ କରିଥିଲା। ACC ମୁଖ୍ୟ ମୋହସିନ ନକଭିଙ୍କୁ ଭର୍ତ୍ସନା କରିଥିଲା BCCI। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନକଭିଙ୍କୁ ଭର୍ତ୍ସନା କରିଥିଲେ। ତାଙ୍କୁ କ୍ଷମା ମାଗିବାକୁ ଏବଂ ଟ୍ରଫି ଫେରାଇବାକୁ ବାଧ୍ୟ କରିଥିଲେ। ଫାଇନାଲରେ ଭାରତ ଜିତିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିନଥିଲା ଟିମ୍ ଇଣ୍ଡିଆ । ଭାରତୀୟ […]

କଟକ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ; ଅନ୍ୟପଟେ ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ

କଟକରେ ଲଘୁଚାପ ଜନିତ ବର୍ଷା ଓ ପବନରେ ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ ।ଫଳରେ ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର ଓ ପ୍ରଶାସନର ସଠିକ ଅନୁଧ୍ୟାନର ଅଭାବ ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ସହରରେ ।ଯେଉଁସବୁ ଗେଟ ନିର୍ମାଣ ହେବ ତାହାର ପର୍ଯ୍ୟାୟ କ୍ରମେ ଅନୁଧ୍ୟାନ କରିବାର ଥିଲା । ଟେକନିକାଲ ଟିମ ଏଥିପାଇଁ ଗଠନ କରିଛି […]

ଦେଢ଼ ବର୍ଷ ପରେ ଆସିଲା ଏନ୍‌ସିଆର୍‌ବି ରିପୋର୍ଟ,୨୦୨୩ରେ ଅପରାଧ ହାରରେ ଓଡ଼ିଶା ଦେଶରେ ସର୍ବାଧିକ..

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ତେବେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ପକାଇଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ […]

ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ।

ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହ ରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଆନୁକୁଲ୍ୟରେ ଏକତା ୟୁଥ୍ କ୍ଳବ୍ ନୟାଗଡ଼ ତରଫରୁ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା […]

ରାଜଧାନୀରେ ପୂଜା ପାଉଛନ୍ତି ୬୨ ଫୁଟର ଦୁର୍ଗା ମୂର୍ତ୍ତି

ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି । ଚଳିତ ବର୍ଷ କମିଟି ଅଷ୍ଟମ ବର୍ଷରେ ମା’ଙ୍କ ପୂଜା କରୁଛି ।ଓଡ଼ିଶାରେ ପ୍ରଥମ ଥର ଏତେ ବଡ଼ ଦୁର୍ଗା ମୂର୍ତ୍ତି ନିର୍ମାଣ ହୋଇଛି । ୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି । ମାଆଙ୍କ ବିରାଟ ମୂର୍ତ୍ତି ତଳେ ୧୨ଫୁଟର ୪ ଟି ସିଂହ ନିର୍ମାଣ କରାଯାଇଛି। […]

ଶ୍ରୀକ୍ଷେତ୍ରରେ ହେଉଛି ହାଡ଼ିଆ ଭୂତ ପୂଜା

ପୁରୀରେ ଶାରଦୀୟ ଦୁର୍ଗାପୂଜାରେ ଦେବୀଙ୍କ ଆରାଧନା ସହ ଭୂତକୁ ମଧ୍ୟ ପୂଜା କରାଯାଏ ।ଏଠାରେ ଭୂତ ରୂପରେ ପୂଜା ପାଉଛି ହଡ଼ିଆ ଭୂତ । ଶ୍ରୀମନ୍ଦିର ନିକଟରେ ଥିବା ହରଚଣ୍ଡୀ ସାହିରେ ହାଡିଆ ଭୂତ ପୂଜା ପାଉଛନ୍ତି । ହରଚଣ୍ଡୀ ସାହିର ବାସିନ୍ଦା ଆଦିତ୍ୟ ନାରାୟଣ ସାହୁଙ୍କ ଘରେ ଏହି ହାଡ଼ିଆ ଭୂତ ମେଢ଼ ପୂଜା କରାଯାଏ। ତେବେ ଏନେଇ ଆଦିତ୍ୟ କହିଛନ୍ତି,”ହାଡ଼ିଆ ଭୂତ ପୂଜା ଆମ ପୂର୍ବ ପୁରୁଷମାନେ କରି ଆସୁଛନ୍ତି। ପିଢ଼ି ପରେ ପିଢ଼ି […]