author

ଅନଲାଇନରେ ରଥଯାତ୍ରା ପାଇଁ ହୋଟେଲ୍ ବୁକ୍ କରୁଥିଲେ ସାବଧାନ !

ଜୁନ୍ ୨୭ ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ୍ ରୁମ୍ ଚାହିଦା ବୃଦ୍ଧି ପାଉଥିବାବେଳେ କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଜନସାଧାରଣଙ୍କୁ ଅନଲାଇନ୍ ବୁକିଂ ଠକେଇ ନେଇ ସତର୍କତା ଜାରି କରିଛି।ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି […]

ସିବିଏସ୍‌ଇର ବଡ଼ ନିଷ୍ପତ୍ତି ; ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା ।

ସିବିଏସଇ ବୋର୍ଡରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବାକୁ ବର୍ଷକୁ ହେବ ୨ଟି ବୋର୍ଡ ପରୀକ୍ଷା । ଏହି ପରିବର୍ତ୍ତନ ୨୦୨୬ରୁ କାର୍ଯ୍ୟକାରୀ ହେବ । ଫେବୃଆରୀ ଏବଂ ମେରେ ହେବ ପରୀକ୍ଷା ।ତଥାପି, ଏଥିରେ ଏକ ବିଶେଷ କଥା ହେଉଛି ଯେ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ପରୀକ୍ଷାରେ ଯୋଗଦେବା ବାଧ୍ୟତାମୂଳକ […]

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ଦେହାନ୍ତ

ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ପରଲୋକ ଘଟିଛି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ । ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ […]

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ଫେରିବା ନେଇ ସୂଚନା

ସୁସ୍ଥ ହେଉଛନ୍ତି ନବୀନ। ସେପଟେ ବିରୋଧୀ ଦଳ ନେତାଙ୍କୁ ମୁମ୍ବାଇରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ହସ୍ପିଟାଲରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଜେଡି ନେତା ଅମିତ […]

ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟେସନ ଆପ୍ ।

ଆଉ ଆପଣଙ୍କୁ ତହସିଲ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ । ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ବ ତଥ୍ୟ । ଇ-ରେଜିଷ୍ଟ୍ରେସନ ଆପ୍‌ କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏବେ ରାଜସ୍ଵ ସଂକ୍ରାନ୍ତ ବିଭିନ୍ନ ଜାଗଜପତ୍ର ଘରେ ବସି ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିହେବ। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଙ୍ଗ୍, ନିଜର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା ଆଦି ସମସ୍ତ କାର୍ଯ୍ୟ ମୋବାଇଲ ମାଧ୍ୟମରେ ସମ୍ଭବ ହେବ।ଏହାଦ୍ୱାରା […]

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ବେଳେ ଉତ୍ତେଜନା । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମୋହନ ମାଝୀଙ୍କ କ୍ୱାର୍ଟର୍ସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ନେତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି ।ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା […]

୨୪ ଘଣ୍ଟାରେ ଲଘୁଚାପ, ଭୀଷଣ ବର୍ଷା

ଉତ୍ତରପଶ୍ଚିମ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଗାମୀ ୩ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ତେବେ ବର୍ଷା ସମୟରେ ସମୁଦ୍ର […]

ଶସ୍ତା ହୋଇଗଲା ସୁନା, ରୂପା ଦର ବି କମିଗଲା

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୨ହଜାର ଟଙ୍କା ଦାମ୍‌ କମିଛି । ଜୁନ୍‌ ୨୫ ଅର୍ଥାତ୍‌ ବୁଧବାର କମିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୯୯, ୨୨୦ […]

ଓଡ଼ିଶାରେ ନାରୀ ଅସୁରକ୍ଷିତ ନେଇ କଲେଜ କ୍ୟାମ୍ପସରେ ବିଜେଡିର ସୁରକ୍ଷା ପ୍ରତିବାଦ

ଏବେ ରାଜ୍ୟରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣ ଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି । ଏହା ବିରୋଧରେ ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡ଼ିର ଅଲ ଓଡିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଆଜି ବେଲଗଡ଼ ପିଏନ କଲେଜ ସମ୍ମୁଖରେ ବିଜେଡି କରିଛି ପ୍ରତିବାଦ । […]

ଲୋନ ପାଇଁ ଆଉ ବ୍ୟାଙ୍କ ନୁହେଁ ! ଏବେ ଲୋନ ଦେବେ Google Pay ଓ Phone Pe

ଏବେ ଗୁଗଲ ପେ ଓ ଫୋନ ପେ ଭଳି ଲୋକପ୍ରୀୟ ୟୁପିଆଇ ପ୍ଲାଟଫର୍ମ ଇନଷ୍ଟାଣ୍ଟ ଲୋନ ସୁବିଧା ଆରମ୍ଭ କରିଛନ୍ତି। ଯଦି ଋଣ ନିତ୍ୟାନ୍ତ ଆବଶ୍ୟକ ପ୍ରଥମେ ଗୁଗଲ ପେ ଆପ ଖୋଲନ୍ତୁ ‘ମନି ସେକ୍ସନ’ କୁ ଯାଇ ‘ଲୋନ’ ବିକଳ୍ପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କ ଲାଗି ଉପଲବ୍ଧ ଲୋନ ଅଫର ଦେଖାଯିବ। ଏଥିରେ ‘ପ୍ରି ଆପ୍ରୁଭଡ’ ଲୋନକୁ ସିଲେକ୍ଟ କରନ୍ତୁ ଓ ଆପଣ ଆବଶ୍ୟକ କରୁଥିବା ଋଣ ରାଶି ଓ ଅବଧି ନିର୍ଦ୍ଧାରିତ କରନ୍ତୁ। […]

ଲଞ୍ଚ ହେଲା ଆକ୍ସିଅମ୍-୪ ମିଶନ, ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା

ଶେଷରେ ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା।ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ 39A ରୁ ଫାଲକନ-୯ ରକେଟ ମାଧ୍ୟମରେ ଉଡ଼ାଣ କରିଛି।ଏହି ନାସାର ମିଶନ୍ ଭାରତ ପାଇଁ ମଧ୍ୟ ସ୍ୱତନ୍ତ୍ର। କାରଣ […]

ନାବାଳିକାକୁ କ୍ଲିନିକକୁ ଡାକି ଦୁଷ୍କର୍ମ କଲେ ନକଲି ଡାକ୍ତର

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଲାଗିରହିଥିବାବେଳେ ପୁଣି ବ୍ରହ୍ମପୁରରୁ ଆସିଛି ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକା ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । । କୋର୍ଟପେଟା ଛକରେ ଆରୋଗ୍ୟଧାମ ନାମକ ଏକ କ୍ଲିନିକ ଖୋଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ ଆପାର୍ଟମେଣ୍ଟରେ ଥିବା ତାର କ୍ଲିନିକକୁ ପୀଡିତାଙ୍କୁ ଡାକି ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ମାଗଣାରେ […]