author

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ତୀବ୍ର କରିଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ମାନ୍ୟବର ରାଜ୍ୟପାଳ […]

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା:ସରକାରଙ୍କୁ ତାଗିତ କଲେ ନବୀନ

ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ ସରକାର ସଚେତନ ରୁହନ୍ତୁ ବୋଲି ଲେଖିଛନ୍ତି। ଏହା ସହିତ ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ […]

ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ -ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ବ ଆଇନରେ ସଂସ୍କାର । କମିଲା ରାଜ୍ୟର ଜମି କିସମ ସଂଖ୍ୟା । ୭୦୦୦ ଜମି କିସମ କମି ୨୭ରେ ରଖାଯିବ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । […]

୫ ଜିଲ୍ଲା ନୁହେଁ ୩୦ ଜିଲ୍ଲା ସତର୍କ ରୁହ ; ସତର୍କ କରାଇଲେ ସ୍ୱାସ୍ଥ୍ୟ ସଚିବ

ଡାଇରିଆକୁ ନେଇ ଏବେ ଚିନ୍ତାରେ ଓଡ଼ିଶା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏବେ ଡାଇରିଆ ବ୍ୟାପୁଥିବାବେଳେ, ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ । ୫ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଉପରେ 24 ଘଣ୍ଟା ନଜର ରଖିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ । ବିଶୋଧନ ପ୍ରକ୍ରିୟା ଜାରି ରହିବ । […]

ହଇଜା ମାଡ଼ିବା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ

ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ନମୁନା ପରୀକ୍ଷା ପରେ ସ୍ପଷ୍ଟ ହେଉଛି ଏହାର କାରଣ ।ଝାଡ଼ା-ବାନ୍ତି […]

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ।

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।ଲୋକମାନେ ମୋବାଇଲ୍ ଆପ୍ ‘ଓଡିଶା ଯାତ୍ରୀ’ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ କୁଟ ସହାୟତାରେ ଏହାକୁ ଚଲାଯିବ। ଏହାର ରୋଡ୍ ଚାର୍ଟ ସରକାର ନିର୍ଦ୍ଧାରିତ […]

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଲେ

କେନ୍ଦୁଝର ତେନ୍ତଳାପଶି ଗାଁରୁ ଆସିଲା ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇଥିବା ଅଭିଯୋଗ ।ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ସୂଚନାନୁଯାୟୀ, ଗଛରୁ ଝୁଲନ୍ତା ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାରେ ୨ରୁ ୩ଜଣ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରେସ୍ ଜବତ କରିଛି ପୋଲିସ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି […]

ମହାପ୍ରଭୁଙ୍କ ଅଣସର ସେବା, ଆଜିଠୁ ମହାପ୍ରଭୁଙ୍କ ଓଷଅ ଲାଗି

ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର । ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହି ଓସ୍ୱକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠିଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ ।ପରମ୍ପରା […]

ଖୁବ୍‌ଶୀଘ୍ର ଧନୀ ହେବାକୁ ଯାଉଛି ଭାରତ। ଚୀନକୁ ଟପି ଦ୍ୱିତୀୟ ସର୍ବାଧିକ ଧନୀ ରାଷ୍ଟ୍ର ହେବ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ ସୋମବାର କହିଛନ୍ତି ଯେ ଆଣ୍ଡାମାନ ସାଗରରେ ଏକ ବିଶାଳ ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ମିଳିଛି। ଭାରତ ଆଣ୍ଡାମାନ ସାଗରରେ ପ୍ରାୟ ଦୁଇ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ପାଇପାରିବ।ମନ୍ତ୍ରୀ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ୧୮୪,୪୪୦ କୋଟିର ଅଶୋଧିତ ତୈଳ ମିଳିପାରେ ବୋଲି ଆକଳନ କରାଯାଇଛି। ଯଦି ଆକଳନ ସତ ହେଲା ତେବେ ଭାରତର GDP ପ୍ରାୟ ୫ ଗୁଣ […]

ବଢୁଛି ଡାଇରିଆ ମୃତ୍ୟୁ ସଂଖ୍ୟା । ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି ।

ନିୟନ୍ତ୍ରଣକୁ ଆସୁନି ଡାଇରିଆ । ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି । । ରାଜ୍ୟର ଏପର୍ଯ୍ୟନ୍ତ ଗଲାଣି ୨୧ଜୀବନ । ୧୭୦୦ରୁ ଅଧିକ ଆକ୍ରାନ୍ତ […]

କାଷ୍ଟ ଓ ରେସିଡେଣ୍ଟ ସାର୍ଟିଫେକେଟ ପାଇଁ ମୋବାଇଲ ଆପରେ ହେବ ଆବେଦନ

ରେସିଡେଣ୍ଟ ସାର୍ଟିଫିକେଟ ଓ କାଷ୍ଟ ସାର୍ଟିଫିକେଟ ପ୍ରାୟ ସମସ୍ତଙ୍କର ଆବଶ୍ୟକ ପଡ଼ିଥାଏ ।ଏଥିପାଇଁ ପ୍ରତି ୬ ମାସରେ ଥରେ ହିତାଧିକାରୀଙ୍କୁ ତହସିଲ ଅଫିସକୁ ଦୈଡିବାକୁ ପଡିଥାଏ । କିନ୍ତୁ ଏବେ ଏଥିରୁ ମିଳିବାକୁ ଯାଉଛି ମୁକ୍ତି । ଉପଭୋକ୍ତାଙ୍କୁ ଆଉ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ । ଥରେ କାଷ୍ଟ ସାର୍ଟିଫିକେଟ ବା ଜାତିଗତ ପ୍ରମାଣପତ୍ର ବାହାର କଲେ ତାହା ସବୁଦିନ ପାଇଁ କାମରେ ଲାଗିବ । ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ […]

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । ଯାତ୍ରୀ ଭୟଭୀତ

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ଏୟାରଇଣ୍ଡିଆର ବିମାନ ଏଆଇ ୧୮୦ ସୋମବାର ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର […]