ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ଵାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର। ସୂଚନାନୁଯାୟୀ, ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ଵାର୍ଟରରେ ଥିବା ବେଳେ ସୋମବାର ରାତିରେ ଏକ ବିରାଟ ଅଜଗର ସାପ କ୍ଵାର୍ଟର ପରିସରକୁ ପଶି ଯାଇଥିଲା। ପଦ୍ମନାଭ ସାପକୁ ଦେଖି ଭୟଭୀତ ହୋଇ ଘରେ କବାଟ ବନ୍ଦ କରି ରହିଥିଲେ। ସାପଟି ବାହାର ପଟୁ କବାଟକୁ ଲାଗି ଶୋଇ ରହିଥିଲା। ଏନେଇ ଖବର ପାଇବା ପରେ ବନ […]
ଆସୁଛି ଆଉ ଏକ ଲଘୁଚାପ । ୧୦ରୁ ବଢିବ ବର୍ଷା । ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡିବ। ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍ ସହିତ ବଙ୍ଗୋପସାଗରରେ ଏକ […]
ଆଜି ଉପରାଷ୍ଟ୍ରପତି ନିର୍ବାଚନ । ୫୦ ଦିନ ପରେ ଜଗଦୀପ ଧନଖଡଙ୍କ ସ୍ଥାନରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ସେମାନଙ୍କ ଏମ୍ପିମାନଙ୍କୁ ସୋମବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ସହ […]
ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]
ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଇବ ।ଏହି ସେବାଗୁଡ଼ିକ ଅକ୍ଟୋବର 21/22 ପର୍ଯ୍ୟନ୍ତ ଉପଲବ୍ଧ ରହିବ।ବ୍ୟସ୍ତବହୁଳ ପାର୍ବଣ ସମୟରେ ଆପଣଙ୍କୁ ସହଜରେ ଘରକୁ କିମ୍ବା ଆପଣଙ୍କ ଛୁଟିଦିନ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାରେ ସାହାଯ୍ୟ କରିବା ପାଇଁ ଓ ଅଧିକ ସିଟ୍ ଅର୍ଥ ନିଶ୍ଚିତ ଟିକେଟ୍ ପାଇବାର ଅଧିକ ସମ୍ଭାବନାକୁ ନଜରରେ […]
ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆଜି ଆସି ପହଞ୍ଚିଛନ୍ତି। ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପୁର ବିମାନ ବନ୍ଦରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରୋହିତ ବର୍ମା,ଉପ ଜିଲ୍ଲାପାଳ ଜୟପୁର ଆକ୍କାଭରମ ଶଶ୍ୟା ରେଡ଼ି ଉପସ୍ଥିତ ରହିଥିଲେ। ପରେ କୋରାପୁଟ କଫି ବୋର୍ଡ଼ରେ ପହଞ୍ଚି କଫି ଚାଷୀ ମାନଙ୍କ ସହ ଆଲୋଚନା […]
ପୁରୀ ସହରରେ ଅଠରନଳା ନିକଟରେ ଜଣେ ବ୍ୟକ୍ତି ଯାଉଥିବାବେଳେ ଟଙ୍କା ଛଡାଇ ନେଇଥିଲା ଚୋର । ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା । ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା । ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା । ପୋଲିସ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ତଥା ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ ଆଜି ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲପାଳ ରୋଜିନା ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏକ ସଚେତନ ରାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ,ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ବ୍ରଜେନ୍ଦ୍ର […]
ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ। ଅଧିକାରୀମାନଙ୍କୁ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବାର ଅଧିକାର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା ତାଙ୍କ ୱେବସାଇଟରେ […]
ଏସିଆ କପ ୨୦୨୫ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ଅନଲାଇନ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ ଦଳ ତାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏସିଆ କପ ପାଇଁ ଟିମ ଇଣ୍ଡିଆର ନୂତନ ଜର୍ସି ଶେୟାର କରିଛି। ଟିମ ଇଣ୍ଡିଆ ସେପ୍ଟେମ୍ବର ୧୦ରେ ୟୁନାଇଟେଡ ଆରବ ଏମିରେଟ୍ସ (UAE) ବିପକ୍ଷରେ ଏସିଆ କପରେ ପ୍ରଥମ ମ୍ୟାଚ ଖେଳିବ। ୮ଟି ଦେଶକୁ […]
ଓଡ଼ିଆ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଅସୁସ୍ଥ । ସୂଚନା ଅନୁସାରେ, ଲିଭର ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇଥିବାରୁ ଅଭିଜିତଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ରବିବାର ଦିନ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଆଙ୍କିଛନ୍ତି […]
୨ ଦିନ ମଧ୍ୟରେ ଭଦ୍ର ଚୋରକୁ ଧରିଛି ଦିଲ୍ଲୀ ପୁଲିସ | ଦିଲ୍ଲୀରେ ଏକ କୋଟି ଟଙ୍କାର କଳସ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରିଛି | ବାସ୍ତବରେ କଳସ ଚୋରି ମାମଲା ସାମ୍ନାକୁ ଆସିବା ମାତ୍ରେ ପୁଲିସ ତୁରନ୍ତ ସକ୍ରିୟ ହୋଇପଡିଥିଲା |ଆଉ ୪୮ ଘଣ୍ଟା ମଧ୍ୟରେ ଚୋରକୁ ଗିରଫ କରାଯାଇଛି। କଳସ ଚୋରି କରିଥିବା ଚୋର ହାପୁର ପଳାଇ ଯାଇଥିଲା ଓ ପୋଲିସ ତାକୁ ସେଠାରୁ ଗିରଫ କରି […]
