ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ନୂତନ ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ଏବଂ ସେ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ […]
ପରିତକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଅଣ୍ଡାରୁ ବାହାରିଲା ନାଗସାପ ଛୁଆ । ଦୀର୍ଘ ୭ ଦିନ ଧରି ଅଣ୍ଡା ଗୁଡ଼ିକୁ ସଂରକ୍ଷିତ ଭାବେ ରଖାଯିବା ପରେ ଅଣ୍ଡାରୁ ନାଗସାପ ଛୁଆ ବାହାରିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ।ହିଞ୍ଜିଳିକାଟୁ ଶ୍ୟାମଲାଇ ଛକରେ ରହୁଥିବା କାହ୍ନୁ ଚରଣ ବିଷୋୟୀଙ୍କ ଘର ବାଡିରେ ଥିବା ଏକ ପିଜୁଳିର ଗଛ କୋରଡରେ ନାଗସାପଟି ଅଣ୍ଡା ଦେଇଥିଲା । ଏହା ଦେଖି ସ୍ନେକହଲପ […]
ସରିଲା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନିଲମ୍ବନ ଅବଧି । ନିଲମ୍ବନ ହଟିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ରାମକୃଷ୍ଣ ଦାସ ମହାପାତ୍ର । ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ଯୋଗୁ ୩୦ ଦିନ ପାଇଁ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ ହୋଇଥିଲେ । ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା । ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ବିବାଦକୁ ଆସିଥିଲେ ରାମକୃଷ୍ଣ ଦାସ ମହାପାତ୍ର । ବଳକା […]
ଖୁବଶୀଘ୍ର ହେବ ଅପରେସନ୍ ଆନାକୋଣ୍ଡା-୨। ସରଣ୍ଡା ଜଙ୍ଗଲରେ ହେବ ଅପରେସନ୍। ମାଓ ପ୍ରବଣ ଅଞ୍ଚଳରେ ହେବ ଏହି ବଡ଼ କାର୍ଯ୍ୟାନୁଷ୍ଠାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ଆଦି ସାମିଲ କରାଯିବ।ଜଙ୍ଗଲ ଭିତରେ ଲୁଚି ଥିବା ନକ୍ସଲଙ୍କ ଦମନ ଏହି ଅପରେସନର ମୂଳ ଉଦ୍ଦେଶ୍ୟ । ଏଥିସହ CRPFର ସ୍ଵତନ୍ତ୍ର କ୍ୟାମ୍ପ କରିବା ପାଇଁ ଯୋଜନା ହୋଇଛି । ୨୦୨୬ ଶୁଦ୍ଧା ସରଣ୍ଡା ଜଙ୍ଗଲରୁ ମାଓ ନିପାତ ପାଇଁ ଲକ୍ଷ୍ୟ ରଖିଛି ସୁରକ୍ଷା ବାହିନୀ । ସୁନ୍ଦରଗଡ ବାଙ୍କୋରୁ ବାରୁଦ […]
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ।ମନରେଗା ବିଲ୍ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗାଇସିଲେଟ JE ସୁସ୍ମିତା ଓରାମ ବିଲ୍ କରିବାକୁ ପୂର୍ବତନ ସରପଞ୍ଚଙ୍କ ଠାରୁ ଲାଞ୍ଚ ନେଉଥିଲେ । ପୂର୍ୱରୁ ଛପି ରହିଥିବା ବରଗଡ ଭିଜିଲାନ୍ସ ଟିମ ପହଞ୍ଚି ନଗଦ ଟଙ୍କା ଜବତ କରିଛି । ସୁସ୍ମିତା ଓରାମଙ୍କୁ ଗିରଫ କରିବା […]
ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍ସାଇଟ୍ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍ କାର୍ଡ ପାଇପାରିବେ। ସୂଚନାନୁଯାୟୀ, ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ରେଜଲ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ଶିଳ୍ପମନ୍ତ୍ରୀ। ମେ’ ୨ , ୨୦୨୫ ରେ ଓଜେଇଇ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ୩ଟି ପର୍ଯ୍ୟାୟରେ ହୋଇଥିଲା ଏହି ପରୀକ୍ଷା । ପ୍ରଥମ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ‘ ଫାଉଣ୍ଡେସନ, ନୟାଗଡ଼କୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି l ପରିବେଶ ସୁରକ୍ଷା ପାଇଁ ମା ଫାଉଣ୍ଡେସନ ନୟାଗଡ଼ ସହର ତଥା ନୟାଗଡ଼ ବ୍ଲକ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ସହି, ପଥପାର୍ଶ୍ଵ,ଧାର୍ମିକସ୍ଥଳ ଓ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ସହ ଚାରା ରୋପଣ, ବଣ୍ଟନ ଆଦି ବିଭିନ୍ନ ଉଲେଖନୀୟ କର୍ଯ୍ୟ ପାଇଁ […]
ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା । ପତ୍ନୀ ମୋନିକାଙ୍କ ମୃତଦେହ ଘର ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନାମୁତାବକ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ପତ୍ନୀକୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ଜି. ମାଲେସୁଙ୍କ ଝିଅ […]
ପାଲଲହଡାରେ ଥମୁନି ଟିଙ୍କ ଆତଙ୍କ । ଘରେ, ବାହାରେ, ଚାରିଆଡେ ମାଡି ଯାଉଛନ୍ତି ଟିଙ୍କ । ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା କମିବ କଣ ଓଲଟା ବଢି ବଢି ଚାଲିଛି । ଅନୁଗୁଳ ଜିଲ୍ଲା ବତିସୁଆଁର ପଞ୍ଚାୟତ ଶ୍ରୀରାମପୁର ଗାଁର ଲୋକଙ୍କୁ ଟିଙ୍କ ସମସ୍ୟା ନୟାନ୍ତ କଲାଣି । ସନ୍ଧ୍ୟା ହେଲେ ଘରେ ଆଉ ବାହାରେ, ଚାରିଆଡ଼େ ଟିଙ୍କ । କୁଆଡ଼ୁ ମାଡ଼ି ଆସୁଛନ୍ତି। କାନ୍ଥ ବାଡ ଠାରୁ ଆରମ୍ଭ କରି ମଣିଷ ଓ ପଶୁଙ୍କ […]
ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହେଉଛି। ବିବାହ ପୂର୍ବରୁ ମଧ୍ୟ ସୋନମ ‘ବିଧବା’ ହେବାକୁ ଯୋଜନା କରିଥିଲେ।ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ନିଜ ପତ୍ନୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ। ସୋନମ ବିବାହର ମାତ୍ର 5 ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା […]
ଓଡ଼ିଆରେ ଶିକ୍ଷାଦାନ ପାଇଁ ଇଗ୍ନୋଉ ସହ ବୁଝାମଣା କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ଏଥିପାଇଁ ୨ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଖର୍ଚ୍ଚ କରିବ ୨ କୋଟି ୪୫ ଲକ୍ଷ ଟଙ୍କା। ଯେଉଁଥିରେ ପାଖାପାଖି ୫୦୦ ରୁ ଅଧିକ କୋର୍ସର ଲାଭ ପାଇବେ ଛାତ୍ରଛାତ୍ରୀ।ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ ନାଲ୍ ଷ୍ଟଡ଼ିଜ), ଟ୍ରାଭେଲ ଓ […]
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଜିଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାର୍ କରିଛି। କରୋନାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ କହିଛି |ଗତକାଲି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ସେହିପରି ଗତକାଲି ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା […]
