ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ। ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଗଲା। ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଗଲା। ନୂତନ ସବକମିଟି ଗଠନ କରାଗଲା। ୧୪ଟି ସବକମିଟି ଗଠନ ହୋଇଛି। ଅର୍ଥନୀତି,ରତ୍ନଭଣ୍ଡାର, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ। ଗିରିଶ୍ ମୁର୍ମୁ ଅଧକ୍ଷ,ଜିଲ୍ଲାପାଳ, ଏସପି,ସେବାୟତ ମାନେ ସଦସ୍ୟ ରହିବେ। ପ୍ରତ୍ୟକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି।ଗଜପତି ମହାରାଜାଙ୍କ […]
ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ହୋଇଛି ଆଲୋଚନା । ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡ଼ି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ଅନ୍ୟପଟେ ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର […]
ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।ସମସ୍ତ କର୍ମଚାରୀ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ। ଆପରୁ ଅନୁପସ୍ଥିତି ବିବରଣୀ ଆଧାରରେ ପରମର୍ତ୍ତୀ ଦରମା ମିଳିବ। ଲଗ ଇନ୍ ଲଗ ଆଉଟ୍ ସମସ୍ୟା ହେଲେ ରିପୋର୍ଟ କରିବାକୁ ହେବ। ଅଫିସରେ କର୍ମଚାରୀଙ୍କ ଉପସ୍ଥାପନାରେ ସ୍ୱଛତା ପାଇଁ ବିଭାଗ ପକ୍ଷରୁ ଆପ୍ ବ୍ୟବହାର କରାଯାଉଛି ବୋଲି କୁହାଯାଇଛି।
ବାଙ୍କୀ ମହାନଦୀରେ ନିଖୋଜ ମହିଳା ଘଟଣା ନୂଆ ଟୁଇଷ୍ଟ । ମହିଳା ଜଣକ ପୁରୀରୁ ଉଦ୍ଧାର ହୋଇଛନ୍ତି । ପୁରୀ ଟାଉନ ଥାନା ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସଖି ଗୃହରେ ରଖାଯାଇଛି । ସୂଚନା ଅନୁସାରେ ଦୁଇଟି ପିଲାର ମାଆ ପ୍ରେମିକ ସହ ଖସି ପଳାଇବାକୁ ପ୍ଲାନ କରିଥିଲେ । ସେ ସତରେ ନଦୀରେ ବୁଡ଼ଇ ନାହାନ୍ତି ।ଗତ ଦୁଇ ଦିନ ହେଲା ନଦୀରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମହିଳାଙ୍କୁ ଖୋଜୁଛି । […]
ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ। ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।ସୂଚନାଯୋଗ୍ୟ ଯେ, ବୁଧବାର ପରିବାର ସହ ପ୍ରିୟବ୍ରତ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ଗଭୀର ସମୁଦ୍ର […]
କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସ୍ବାମୀ ବୋଲି ଜଣାପଡିବା ପରେ କଣ୍ଟାବାଞ୍ଜିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ବି ମାମଲା ରୁଜୁ […]
ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ଏଯାଏଁ ନିର୍ବାଚନକୁ ନେଇ ନବୀନ ନୀରବ । ବିଜେଡି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସପୋର୍ଟ କରିବ ଆଉ କାହାକୁ ବିରୋଧ କରିବ, ତା ଏଯାଏଁ ସ୍ପଷ୍ଟ ହେଇନି । ଦଳର କୌଣସି ନେତା ଏ ନେଇ କିଛି କହିପାରୁନାହାନ୍ତି । ସାଂସଦମାନେ ବି ମୁହଁ ଖୋଲୁନାହାନ୍ତି । ଯାହାକୁ ପଚାରିଲେ, ସମାନ ଉତ୍ତର-ଠିକ୍ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ସହ ରୁଷରୁ ତେଲ କିଣିବା ଏବଂ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି। ଭାରତ ଟ୍ରମ୍ପଙ୍କ ଶୁଳ୍କ ଧମକର ଉଚିତ ଜବାବ ଦେଇଛି ଏବଂ ତାଙ୍କ ଧମକକୁ ଅଣଦେଖା କରି ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି। ତେବେ ଭାରତ ଖୁବଶୀଘ୍ର ରୁଷିଆରୁ ଶସ୍ତା ତେଲ ଆମଦାନୀ କରିପାରେ। ରୁଷିଆ ଭାରତକୁ ବ୍ରେଣ୍ଟ ତୁଳନାରେ Urals ଅଶୋଧିତ ତୈଳ […]
ସୁରକ୍ଷା କର୍ମୀଙ୍କ ଅପରେସନ ବେଳେ ଧରା ପଡିଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ୩ଟି ଭିନ୍ନ ଭିନ୍ନ ଜଙ୍ଗଲରୁ ଯବାନ ମାନେ ଏହି ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଖବର ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି । STF, DRG ଏବଂ CRPF ଜବାନଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ବେଳେ […]
ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଚର୍ଚ୍ଚାର କାରଣ ହେଉଛି ନିଜ ତଥା ତାଙ୍କ ପୁଅ ଉପରେ ହୋଇଥିବା ଆକ୍ରମଣ । ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ । ତେବେ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି। ରାତିରେ ଜୋରଜବରଦସ୍ତ ଘରେ […]
ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ସୂଚନା ଅନୁଯାୟୀ, NMC ଫୁଲବାଣୀ ମେଡିକାଲ କଲେଜ ଏବଂ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ପ୍ରତ୍ୟେକ ୧୦୦ ଟି MBBS ସିଟ୍ ଅନୁମୋଦନ କରିଛି। […]
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ଟିକସ ସ୍ଲାବର ସଂଶୋଧନ ଉପରେ ଆଲୋଚନା କରିବା ପାଇଁ ଆଜିଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ GST ଢାଞ୍ଚାରେ ଏକ ବ୍ୟାପକ ସଂସ୍କାର ଆଣିବାକୁ ଘୋଷଣା କରିଥିଲେ। ତାହାକୁ ଦୃଷ୍ଟିରେ ରଖି, GST ପରିଷଦର ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ବୈଠକରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ GST ହ୍ରାସ କରିବାର ନିଷ୍ପତ୍ତି ନିଆଯାଇପାରେ। ଘିଅ, ବଟର, ଟୁଥପେଷ୍ଟ, […]
