କୋରାପୁଟଜିଲ୍ଲା ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ରାମଗିରିସ୍ଥିତ ବିଏସଏଫ୍ କ୍ୟାମ୍ପ ପଛପଟୁ ଥିବା ଜଙ୍ଗଲରୁ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର ହୋଇଛି । ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏନ ବିଏସଏଫ ଯବାନମାନେ ପାଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏହି ସମୟରେ କ୍ୟାମ୍ପ ନିକଟରେ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର କରିଥିଲେ।ଗୁଣ୍ଡୁଚି ମୂଷା ଅସୁସ୍ଥ ଥିବା ଅନୁଭବ କରି ଯବାନମାନେ ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ପାଣି ଦେଇ ଟିକେ ସୁସ୍ଥ କରିଥିଲେ। ପରେ ରାମଗିରି ବିଏସଏଫ […]
ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଓଡ଼ିଶା ଓ ତତ୍ ସଂଲଗ୍ନ ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହାସହ ୩୦ ରୁ ୪୦ […]
ବସ୍ତୁ ଓ ସେବା କର (ଜିଏସ୍ଟି)ର ଚାରୋଟି ସ୍ଲାବ ହ୍ରାସ ପାଇ ଏବେ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତରେ ସୀମିତ ହୋଇଛି। ବୁଧବାର ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ୨୨ ସେପ୍ଟେମ୍ବରଠାରୁ ଏହି ଦୁଇଟି ସ୍ଲାବ ଲାଗୁ ହେବ।ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ବର୍ଗ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଯଥା ଟିଭି, ଏୟାର କଣ୍ଡିସନର ଓ ୩୫୦ ସିସିରୁ କମ୍ ମୋଟରସାଇକେଲ ଏବେ ୧୮% […]
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ନୟାଗଡ଼, (ଓଡ଼ିଶା ଦର୍ପଣ):ଆଜି ନୟାଗଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନରେ ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧକ୍ଷତା ରେ ନୟାଗଡ ବ୍ଲକ ଓ ଏନଏସି ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଖିଳ ଭାରତ କଂଗ୍ରସ କମିଟି ସାଧାରଣସମ୍ପାଦକ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁ […]
କୁଜଙ୍ଗ ଥାନା ବନାପାଟ ଗାଁରେ ଅଭାବନୀୟ ଘଟଣା। ମଦ ନପିଇବାରୁ ନାବାଳକକୁ ନିସ୍ତୁକ ମାଡ଼। ମଙ୍ଗଳବାର ରାତିରେ ଜଣେ ନାବାଳକକୁ କିଛି ଯୁବକ ବଳପୂର୍ବକ ମଦ ପିଆଇ ମାଡ଼ ମାରିଥିଲେ। ଏହି ଘଟଣା ପ୍ରଘଟ ପରେ ନାବାଳକର ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଅଭିଯୁକ୍ତମାନେ ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ ନିଶା ସେବନ କରୁଥିବା ବେଳେ ନାବାଳକ ପୁତ୍ର ସେହି […]
ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ବଳିଆପଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କୋକେଇରେ ଏକ ପ୍ରତୀକାତ୍ମକ ଶବ ରଖି ପରିବାର ଓ ପରିଜନ ଲୋକେ ଯେବେ ଏଭଳି ଏକ କାମ କରିଥିଲେ ରାସ୍ତାରେ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏପରିକି ଗାଁ ଦାଣ୍ଡରେ ଅନୁରୂପ ଭାବରେ କୋକେଇ କାନ୍ଧରେ ବୋହି ନେଇଥିଲେ ଜନ୍ମକଲା ବାପା । ଶେଷରେ ଗାଁ ଶ୍ମଶାନରେ ତାହାକୁ ଦାହ ମଧ୍ୟ କରାଯାଇଥିଲା । […]
୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ । ୩୫ତମ ରାଜ୍ୟ […]
ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।ବିଦ୍ୟାଳୟ ସହିତ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି।ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମିଶ୍ରଣ ନୀତିର ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଜରିଆରେ ଅଙ୍ଗନବାଡ଼ି […]
ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଭବନୀୟ ଘଟଣା I ମାଡ଼ ମାରି ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ । ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ଶିକ୍ଷୟିତ୍ରୀ I ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି Iଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି […]
ଆସନ୍ତା କାଲି ବାମନ ଜନ୍ମ, ଏହି କାରଣରୁ ପୁରୀ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସନ୍ତା କାଲି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ।ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଏହି ସମୟ ମଧ୍ୟରେ ମନ୍ଦିର ଭିତରକୁ କୌଣସି ସାଧାରଣ ଲୋକଙ୍କୁ ଛଡ଼ାଯିବ ନାହିଁ । […]
ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।ଏଭଳି ଘଟଣା ରୋକିବାକୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଏଭଳି ଅଭାବନୀୟ ଘଟଣା ରୋକିବାକୁ ଜିଲା ହେଡକ୍ବାଟରରେ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସେପ୍ଟେମ୍ବର ୧୦ […]
