author

ହଂକଂ ଏବଂ ସିଙ୍ଗାପୁରରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି

କିଛି ଦିନର ବ୍ୟବଧାନ ପରେ ପୁଣିଥରେ ବ୍ୟାପିବାରେ ଲାଗିଛି କୋଭିଡ-19 ଭାଇରସ୍ । ବ୍ଲୁମବର୍ଗ ରିପୋର୍ଟ କରିଛି ଯେ ଏସିଆର ଅନେକ ସ୍ଥାନରେ ଏକ ନୂତନ ଲହରୀ ବ୍ୟାପିବା ସହିତ ହଂକଂ ଏବଂ ସିଙ୍ଗାପୁରର ସ୍ୱାସ୍ଥ୍ୟ ଅଧିକାରୀମାନେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ବିଷୟରେ ସତର୍କ କରାଇଛନ୍ତି ।ହଂକଂରେ ଏବେ କରୋନା ତାର ପ୍ରକୃତ ରଙ୍ଗ ଦେଖାଉଛି। କରୋନା ଭାଇରସ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସେଣ୍ଟର ଫର୍‌ ହେଲ୍ଥ ପ୍ରୋଟେକ୍ସନର ସଂକ୍ରାମକ ରୋଗ […]

ମୋଟାପଣ ଦୂର କରେ ଏହିସବୁ ଜିନିଷ !

ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେବେ ଆପଣ ମଧ୍ୟ ଯଦି ମୋଟାପଣ କାରଣରୁ ଚିନ୍ତିତ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମୋଟାପଣ କମ୍‌ ହେବାରେ ସହାୟକ ହୋଇଥାଏ ।ଧଳା ଚାଉଳର ଭାତ ନଖାଇ ମାଟିଆ ଚାଉଳର ଭାତ ଖାଇବା ଉଚିତ। ଏହାକୁ […]

ବିବାହିତା ମହିଳାଙ୍କୁ ପ୍ରେମକରି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲା ଯୁବକ ।

ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବତୀ ଅନ୍ୟ ଗାଁରେ ବିବାହ କରିଥିଲେ । ସେ ତାଙ୍କ ବାପଘରକୁ ଆସିଥିଲେ । ବିବାହିତା ମହିଳାଙ୍କୁ ପ୍ରେମ କରୁଥିବା ପାଟଣାଗଡ ଅଞ୍ଚଳର ଜଣେ ଯୁବକ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବକ ଏବଂ ସାଙ୍ଗରେ ଆସିଥିବା […]

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ପୂରଣ

ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ତେବେ ମେ ୨୬ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।ରେଗୁଲାର ପରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । ୪୨୦ ଟଙ୍କା ଦେୟ ଦେବାକୁ ହେବ । ସୂଚନାମୁତାବକ ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା […]

ହାୱଡ଼ା- ପୁରୀ ବନ୍ଦେ ଭାରତରେ ଲାଗିବ ଅଧିକ ୪ଟି କୋଚ୍ ।

ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମେ ମାସ ୧୬ ତାରିଖରୁ 22895/22896 ପୁରୀ-ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ କୋଚ୍ ସଂଖ୍ୟା ୨୦ରେ ପହଞ୍ଚିବ।ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍‌ରେ ୧୬ଟି ଏସି ଚେୟାର କାର୍ କୋଚ୍, ୨ଟି […]

ଆଜିଠୁ ବଢିବ କାଳବୈଶାଖୀ ପ୍ରଭାବ,୨୮ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍‌ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍‌ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, […]

ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା-ଓଡ଼ିଶା ସରକାର

ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ । ଏହି ନିଷ୍ପତ୍ତି ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସକ୍ଷମ କରିଛି। ଅନୁମୋଦିତ ଯୋଜନା ଅନୁଯାୟୀ, […]

ଆଜିର ରାଶିଫଳ(୧୬ ମଇ, ୨୦୨୫)

ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]

ବିଷ୍ଣୁପଦଙ୍କୁ ହାଇକୋର୍ଟରୁ ପୁଣି ଆଶ୍ବସ୍ତି

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲାରେ ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ସହ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି । ସିବିଆଇକୁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଜାରି ହୋଇଛି ।ସିବିଆଇର ଚଢ଼ାଉକୁ ‘ବେଆଇନ’ ଦର୍ଶାଇ ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ରୋକ୍ ଲଗାଇବାକୁ କୋର୍ଟରେ ପ୍ରାର୍ଥନା କରିଥିଲେ […]

ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ । ନିଆଯିବ ଉଚିତ୍‌ ପଦକ୍ଷେପ

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ।ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି […]

ପାକିସ୍ତାନ ଆତଙ୍କବାଦ ବନ୍ଦ ନକରିବା ଯାଏ, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର : ଏସ ଜୟଶଙ୍କର

ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ ଦେଇଛନ୍ତି।ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK। ପାକିସ୍ତାନ ଦ୍ବାରା କାଶ୍ମୀରରେ ଅବୈଧ ଅଧିକୃତ […]

ଭାରତ-ପାକ୍‌ ମଧ୍ୟରେ ମଧ୍ୟସ୍ଥତା କରିନି-ଟ୍ରମ୍ପ

ମଧ୍ୟସ୍ଥତା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ଣ୍ଣ । କହିଲେ, ଭାରତ-ପାକ୍‌ ମଧ୍ୟରେ ମଧ୍ୟସ୍ଥତା କରିନି । କେବଳ ବୁଝାମଣା ପାଇଁ ସହଯୋଗ କରିଥିଲି । ଉଭୟ ଦେଶର ସର୍ବୋଚ୍ଚ ନେତା କୂଟନୈତିକ ସ୍ତରରେ ଆଲୋଚନା କରି ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି ।ତଥାପି, ଟ୍ରମ୍ପ ବାଣିଜ୍ୟ ଉପରେ ତାଙ୍କ ବିବୃତ୍ତିରେ ଅଟଳ ରହିଥିଲେ। ସେ କହିଲେ ଯେ ଯେତେବେଳେ ମୁଁ ବ୍ୟବସାୟ ବିଷୟରେ କଥା ହେଲି, ସେତେବେଳେ ହିଁ ସମସ୍ୟାର ସମାଧାନ ହୋଇଥିଲା। ଟ୍ରମ୍ପ […]