author

ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ ।

ଶ୍ରୀକ୍ଷେତ୍ର ଭଉଁରୀକୁ ଆଉ ମାତ୍ର ୪ ଦିନ ବାକି । ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ତେବେ ଭଉଁରୀକୁ ଦୃଷ୍ଟିରେ ତିନି ରଥର ନାହାକା ଚକ ଅଖ ପ୍ରସ୍ତୁତ କରାଯାଉଛି । ଏଥିସହ ଏବେ ବି ଚାଲିଛି ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି ରହିଛି ।ଯନ୍ତାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଆର କରାଯାଉଛି । ଏହାପରେ କଳସା କରାଯାଇ ପହିକୁ […]

ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ବେଳକୁ ଗୋଟିଏ

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ୍‌ ରିପୋର୍ଟ ଏବଂ ଶିଶୁ ପ୍ରସବରେ ତାଳ ମେଳ ନ ରହିବା ଘଟଣା । ଡାକ୍ତରଖାନାର ଜୁନିଅର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ବାଲେଶ୍ବରର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡ଼ିଏମଓ) ଡାକ୍ତର ଗୋପୀନାଥ ପରିଡା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ କହିଛନ୍ତି। ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ କଠୋର ପରିଣାମ ଭୋଗିବାକୁ ପଡିବ ବୋଲି ସେ […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍‌ ଷ୍ଟିଲ ଆସୋସିଏସନ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ

ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ । ଏଥିରେ ଖଣି ଓ ଷ୍ଟିଲ […]

ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବନି ପାକିସ୍ତାନ ପତାକା ଏବଂ ସମ୍ପର୍କିତ ଜିନିଷ

ଭାରତରେ ଅନ୍‌ଲାଇନ୍‌ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X’ ପୋଷ୍ଟ ସେୟାର କରିଛନ୍ତି । ଆମାଜନ୍ ଇଣ୍ଡିଆ, ଫ୍ଲିପ୍‌କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ ।କେନ୍ଦ୍ର ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପ୍ଲାଟଫର୍ମଗୁଡ଼ିକୁ ଏପରି ତାଲିକା ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନର ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ […]

ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି

ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ବ୍ୟବସାୟ ବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ଫୋନ ନବନାଇବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ମୁଁ ଚାହୁଁନାହିଁ ଆପଣ ଭାରତରେ ଆପଲର କୌଣସି ସାମଗ୍ରୀ ନିର୍ମାଣ କରନ୍ତୁ, ଭାରତ ତା’ର ନିଜ କଥା ନିଜେ ବୁଝିବ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ […]

ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତବୀର ସୈନିକ ମାନଙ୍କ ଅଦମ୍ୟ ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇ ଶୋଭାଯାତ୍ରା

ରାୟଗଡ /୧୫/୦୫ ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ ସମ୍ପର୍କରେ ଦେଶବାସୀ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ଅବସରରେ ଭାରତୀୟ ସେନାର ମନବଳକୁ ଆହୁରି ଦୃଢ଼ କରିବା ଓ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଆୟୋଜିତ ହୋଇଛି । ଜିଲ୍ଲା ପ୍ରଶାସନ […]

କାଳବୈଶାଖୀ ବର୍ଷା ନେଇ ଏହି ଜିଲ୍ଲାକୁ ସତର୍କତା ଜାରି

ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ କାଳବୈଶାଖୀ ହେବାର ଆଶଙ୍କାରହିଛି। ସେହିଭଳି କେନ୍ଦ୍ରାପଡା, ଜଗତସିଂପୁର, ସୁନ୍ଦରଗଡ଼ ଏବଂ କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ […]

ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥ ଯାତ୍ରୀ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥ ଯାତ୍ରୀ ଅସୁସ୍ଥ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ। । ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସ୍‌ ରେ ୨୫ ଦିନ ପାଇଁ ଭ୍ରମଣ ଆରମ୍ଭ କରିଥିଲେ । ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ବାହାରି ଗତକାଲି ଗୟାରୁ ପୁରୀ ଅଭିମୁଖେ ଯାଉଥିଲେ । […]

ବିଡିଓ ଓ ସିଡିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତାଗିଦ ।

ବିଡ଼ିଓମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ମୋ ଛୋଟିଆ ବ୍ରେନ୍‌ରେ ସବୁ ସେଭ୍‌ ଅଛି। ସେକାଳ ପଖାଳ ଆଉ ନାହିଁ। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନ୍‌ରେ ସେଟଅପ୍‌ ହେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି। […]

ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନ ପକ୍ଷରୁ ଆଜି ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୂର୍ଗା ପ୍ରସାଦ ମନ୍ଦିର ଠାରୁ ନୟାଗଡ଼ ପୁରୁଣା ସହର୍ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଅନୁଷ୍ଠିତ ଏକ ବାଇକ ରାଲିକୁ ସକାଳ ୮ଟାରେ ଉଦଘାଟନ କରିଥିଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଅପରେସନ ସିନ୍ଦୁରର ସଫଳତା ଓ ଵୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ଅବସରରେ ଏହି ବାଇକ ରାଲି ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ପରିଷଦ ଅଧ୍ୟକ୍ଷ […]

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ବଡ ଖୁସି ଖବର । ସୁନା ଦର ୨ ହଜାର ଟଙ୍କା ହ୍ରାସ ହୋଇଛି ।

ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୬,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୦୫୦ ଟଙ୍କା ଥିଲା […]

ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସଟେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ୧୪ଟି ପ୍ରଶ୍ନ ପଚାରିଛନ୍ତି। ।ଏହି ଧାରା ମାଧ୍ୟମରେ ରାଷ୍ଟପ୍ରତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ । ଧାରା […]