ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତ ନିକଟରୁ ଓରାଳୀ ଗ୍ରାମକୁ ଯିବା ସମୟରେ ଏହି ଘଟଣା ଘଟିଥିଲା।ବୋଟରେ ମନ୍ତ୍ରୀଙ୍କ ସହ ପ୍ରାୟ ୧୨ରୁ ଅଧିକ ଲୋକ ଥିଲେ । କିଛି ବାଟ ଯିବା ପରେ ବର୍ଷା ସାଙ୍ଗକୁ ରେବ ନଦୀର ପ୍ରୋଖର ସ୍ଟ୍ରୋତରେ ବୋଟଟି ନିୟନ୍ତ୍ରଣ ହରାଇ ଏପରି ଏକ ଦୁର୍ଘଟଣା ଘଟିଛି । ପରିସ୍ଥିତି […]
ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ୨୦୨୬ FIH ହକି ବିଶ୍ୱକପ୍ ପୂର୍ବରୁ ହକି ଇଣ୍ଡିଆ ପୁରୁଣା ନୀଳ ଜର୍ସି ବଦଳରେ ପ୍ରମୁଖ ଜର୍ସି ଭାବେ ଗେରୁଆ ରଙ୍ଗର ଜର୍ସି ଉନ୍ମୋଚନ କରିଛି । ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ […]
ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିରେ ସଂସଦର ଉଭୟ ସଦନରେ ଗୁରୁବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଲୋକସଭାରେ ‘ବନ୍ଦେ ମାତରମ’ ବିଧେୟକ ଗୃହୀତ ହୋଇଯାଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ସତ୍ତ୍ୱେ ସଂସଦର ଉଭୟ ସଦନରେ ବିଧେୟକ ପାସ୍ ହୋଇଯାଇଛି। ୨୯ ଜୁଲାଇ ବୁଧବାର ବନ୍ଦେ ମାତରମ ବିଧେୟକକୁ ରାଜ୍ୟସଭାର ମଞ୍ଜୁରୀ ମିଳିଥିଲ। ୩୦ ଜୁଲାଇ ଗୁରୁବାର ବିଧେୟକ ଲୋକସଭାରେ ମଧ୍ୟ ଗୃହୀତ ହୋଇଛି। ଉଭୟ ସଦନରେ ଗୃହୀତ ହେବା ପରେ ଏବେ ଏହାକୁ […]
ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l ରାଜସ୍ବ ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ SRC ରାଜେଶ ପ୍ରଭାକର ପାଟିଲ୍ ମଧ୍ଯ ଉପସ୍ଥିତ ରହି ବନ୍ୟାଞ୍ଚଳ […]
ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର […]
ଦେଶର ସବୁଠୁ ବଡ଼ ସାମାଜିକ ସୁରକ୍ଷା ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହି ଯୋଜନାରେ ଦେଶର ପ୍ରାୟ ୮୦ କୋଟି ଏବଂ ଓଡ଼ିଶାରେ ୩ କୋଟି ୨୧ ଲକ୍ଷ ୯୩ ହଜାରରୁ ଅଧିକ ହିତାଧିକାରୀ ମାଗଣା ଖାଦ୍ୟଶସ୍ୟ ପାଉଛନ୍ତି।ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୨.୨୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଖାଦ୍ୟ ସବସିଡି ବହନ କରୁଛନ୍ତି। ଓଡ଼ିଶାରେ ୩ କୋଟି ୨୧ ଲକ୍ଷ ୯୩ ହଜାରରୁ ଅଧିକ […]
ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ରାମାୟଣ’ର ଦମଦାର ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି ‘ରାମାୟଣ’ର ପ୍ରଥମ ଟ୍ରେଲର୍ । ଫିଲ୍ମର ଜବରଦସ୍ତ ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି । ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।ଟ୍ରେଲରଟି ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ସମତେ ଅନେକ ଭାଷାରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି ।ଏଥିରେ ଦେଖାଯାଇଥିବା […]
ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନଙ୍କ ସହ କଥା ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରରେ ବି ଲୋକ ବି ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର […]
୨୪ ଘଣ୍ଟା ପରେ ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ।ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ଘେରିଯିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ ।ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଥିଲେ ସମୟ । ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ରାତି […]
ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ ଜୋର୍ଡାନରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଯାହା ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଯଦି ଏହି ଅଞ୍ଚଳରେ ଆମେରିକୀୟ ସେନା ଉପରେ ଆକ୍ରମଣ ଜାରି ରଖେ, ତେବେ ଆମେରିକା ତେହେରାନକୁ ଏକ […]
Gen Z ପରେ ଏବେ ଚର୍ଚ୍ଚାରେ Gen Alpha । ଉତ୍ତରପ୍ରଦେଶର ଫତେହପୁରରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଏକ ଆନ୍ଦୋଳନ ଏବେ ସମସ୍ତଙ୍କ ନଜର ଆକର୍ଷଣ କରିଛି ।ଭିଡିଓରେ କଲେଜ ଛାତ୍ରଛାତ୍ରୀ ସେମାନଙ୍କ ମୌଳିକ ଦାବି ପୂରଣ ଲାଗି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ମାମଲା ଫତେପୁରର ସର୍ବୋଦୟ ଇଣ୍ଟର କଲେଜର । ଭିଡିଓରେ ବିଦ୍ୟାର୍ଥୀଙ୍କୁ କଲେଜ ବିରୋଧରେ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଛି ।ଏହି ଘଟଣାକୁ ନେଇ ଏବେ Gen Alphaର ସଚେତନତା ଓ ନିଜ […]
ଭାଙ୍ଗିଲା ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଗଲା। ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ […]
