author

 ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । 

ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି।ରାଟ କୋହଲି ସୋସିଆଲ ମିଡିଆରେ ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। ଗତ ୧୪ ବର୍ଷ ଧରି ସେ ଖେଳିଆସୁଥିଲେ ଟେଷ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କ ଅବସରକୁ ଗ୍ରହଣ କରିନଥିଲା । ଏବେ ତାଙ୍କର ଶେଷ […]

ଶିମିଳିପାଳ ସୁରକ୍ଷାରେ ବୃଦ୍ଧି; ନିୟୋଜିତ ହେଲେ ୨ସ୍ନିଫର୍‌ ଡଗ୍‌

 ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍ । ଏନେଇ ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା । ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି । ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବା ପାଇଁ ନାନ୍ତାକୁ ଟ୍ରାକିଂ ତଥା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ହାତୀ ଦାନ୍ତ, […]

ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଦିକ୍ଷିତ କ୍ରୀଷ୍ଣା ଶ୍ରୀପଦ

ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଦିକ୍ଷିତ କ୍ରୀଷ୍ଣା ଶ୍ରୀପଦ। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ପୂର୍ବାହ୍ନ ୧୦ଟାରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଜଷ୍ଟିସ ଶ୍ରୀପଦ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ।ଜଷ୍ଟିସ ଶ୍ରୀପଦ ଜୁଲାଇ ୨୦,୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ […]

ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି କହିଛନ୍ତି। ଏଥିସହିତ ମୋଦି ପ୍ରବଳ ରାଗି ଯାଇଛନ୍ତି। ସେ କହିଛନ୍ତି, ଆମେ କାହାର ମଧ୍ୟସ୍ଥତା ଚାହୁଁନୁ କି କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ। ସୂଚନାମୁତାବକ ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ […]

ଆଗକୁ ଅଧିକ ବଢ଼ିବ ତାତି, ୪୫ ଡିଗ୍ରୀ ଡେଇଁପାରେ ପାରଦ

ଏବେ ତାତିରୁ ନିସ୍ତାର ନାହିଁ । ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ। ମଙ୍ଗଳବାର ଏହି ଦୁଇ ସ୍ଥାନରେ ତାତି ୪୫ ଡିଗ୍ରୀ ରହିପାରେ। ଭୁବନେଶ୍ୱର ଓ ଢେଙ୍କାନାଳରେ ତାତି ୪୨ ଡିଗ୍ରୀ ଛୁଇଁପାରେ […]

ଆଜିର ରାଶିଫଳ(୧୨ ମଇ, ୨୦୨୫)

ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

ସ୍ବର୍ଗତ ଭବାନୀ ଦାଶଙ୍କ ଦ୍ଵାଦଶାହରେ ଶ୍ରଦ୍ଧା ନିବେଦନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ରାଜନୀତିର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ବରିଷ୍ଠ ସାମ୍ବାଦିକ,ସ୍ପଷ୍ଟବାଦୀ,ନିର୍ଭୀକ, କ୍ରାନ୍ତିକାରୀ ବ୍ୟକ୍ତିତ୍ଵ  ତଥା ନୟାଗଡ଼ ଏନଏସିର ତତ୍କାଳୀନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ଦ୍ଵାଦଶାହରେ ତାଙ୍କ ପୁରୁଣା ସହରସ୍ଥିତ ବାସଭବନ ଠାରେ ଏକ ଶ୍ରଦ୍ଧା ନିବେଦନ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଦାଶଙ୍କ ବଡପୁଅ ନାଗଭୂଷଣ ଦାଶ ଓ ସାନପୁଅ ନୀଳକଣ୍ଠ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍ମୃତିସଭା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ,ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ […]

ଆଜିର ରାଶିଫଳ(୧୧ ମଇ, ୨୦୨୫)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କୁ ଦର୍ଶନ କରି ଜନ ସାଧାରଣଙ୍କ ସୁଖ, ସମୃଦ୍ଧି କାମନା କଲେ ନୟାଗଡ ଏବଂ ଦଶପଲ୍ଲା ବିଧାୟକ

ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢପି ପଂଚାୟତର ଅଭୟପୁର ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ସୂର୍ଯ୍ୟପୂଜା, ପାର୍ଶ୍ଵଦେବାଦେବୀଙ୍କ ପୂଜା ପରେ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ସମୟରେ ପୂର୍ଣାହୂତି କରାଯାଇଥିଲା । ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥ୍ ଭାବେ […]

ରଣପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁର ପରିସରରେ  ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଯାଇଛି।ଏଥିରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସଭାପତି ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସଭାପତି ଭାବେ ବିଶ୍ୱଜିତ ମହାପାତ୍ର,ଉପ ସଭାପତି କୁଳମଣି ପ୍ରଧାନ ଏବଂ ରିତାଞ୍ଜଳି ମହାରଣା,ସମ୍ପାଦକ,ଅଶୋକ କୁମାର ବେହେରା,ସହ ସଂପାଦକ ଭାବେ କିଶୋର ଚନ୍ଦ୍ର ମିଶ୍ର […]

ଆଜି ଭାରତୀୟ ବଜାରରେ ସୁନା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୬୮୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୯୦ ହଜାର ୪୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୪୫୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୧,୦୦୦ ଟଙ୍କା ହୋଇଛି ।

ଜାଣନ୍ତୁ ଅସ୍ତ୍ରବିରତି କଣ ?

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ, ସଂଧ୍ୟା ୬ଟାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ତେବେ ଅସ୍ତ୍ରବିରତି କଣ ? ପ୍ରକୃତରେ ଏହା ଏକ ଏପରି ଶଦ୍ଦ ଯେଉଁଥିରେ ଶାନ୍ତି ନିହିତ ଥାଏ । ଏହାର ଅର୍ଥ ଯୁଦ୍ଧ ବା ସଙ୍ଘର୍ଷର ସମାପ୍ତ ଘଟିବାକୁ ଅସ୍ତ୍ରବିରତି କୁହାଯାଇଥାଏ । ଯାହା ଏକ ପ୍ରକାରର ପରସ୍ପର […]