author

ଆଜି ଭାରତୀୟ ବଜାରରେ ସୁନା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୬୮୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୯୦ ହଜାର ୪୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୪୫୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୧,୦୦୦ ଟଙ୍କା ହୋଇଛି ।

ଜାଣନ୍ତୁ ଅସ୍ତ୍ରବିରତି କଣ ?

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ, ସଂଧ୍ୟା ୬ଟାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ତେବେ ଅସ୍ତ୍ରବିରତି କଣ ? ପ୍ରକୃତରେ ଏହା ଏକ ଏପରି ଶଦ୍ଦ ଯେଉଁଥିରେ ଶାନ୍ତି ନିହିତ ଥାଏ । ଏହାର ଅର୍ଥ ଯୁଦ୍ଧ ବା ସଙ୍ଘର୍ଷର ସମାପ୍ତ ଘଟିବାକୁ ଅସ୍ତ୍ରବିରତି କୁହାଯାଇଥାଏ । ଯାହା ଏକ ପ୍ରକାରର ପରସ୍ପର […]

ନୟାଗଡରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ଵବଧାନ ରେଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୪୧୩୯ ମାମଲ। ଫଏସଲା ହୋଇଯାଇଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତ ଗୁଡିକରେ ମୋଟ ୯ ଟି ମୋଟର ଦୁର୍ଘଟଣା ଜନିତ […]

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପ୍ରସ୍ତାବିତ ବିକ୍ଷୋଭ ତଥା ଗଣଧାରଣା ସ୍ଥଗିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ  ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା,  ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ(ନଂ ୧୮୪୨୩/୧୮୪୨୪)କୁ […]

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଦାବି

ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି।ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି। ଶନିବାର ସକାଳେ […]

ହୀରାକୁଦ ଏକ୍ସପ୍ରେସ୍‌ ଆଂଶିକ ବାତିଲ: ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ ଏହି ଟ୍ରେନ ।

ଯୁଦ୍ଧ ପରିସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ହୀରାକୁଦ ଏକ୍ସପ୍ରେସ ଆଂଶିକ ବାଧାପ୍ରାପ୍ତ । ଅମୃତସର ଯାଏଁ ଗଡବନି ହୀରାକୁଦ ଏକ୍ସପ୍ରେସ ।ଏହି ଟ୍ରେନ୍‌ କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ। ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ସପ୍ରେସ୍ (୨୦୮୦୭) ସପ୍ତହରେ ୩ ଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ପରିଚାଳିତ ହୋଇଥାଏ। ଏହି ଟ୍ରେନ୍ ବିଶାଖାପାଟଣା ଠାରୁ ଅମୃତସର ମଧ୍ୟରେ ୪୪ଟି ଷ୍ଟେସନରେ ଅଟକି ଥାଏ। ପୂର୍ବତଟ ରେଳପଥ ଦ୍ବାରା ପରିଚାଳିତ ଏହି ଟ୍ରେନ୍ ପାଇଁ ଓଡ଼ିଶାରେ […]

ଯୁଦ୍ଧ ଖବର ପରିବେଷଣ ବେଳେ ବାଜିବନି ସାଇରନ୍‌

ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନୂଆ କଟକଣା । ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ୍‌ । ଏୟାର ରେଡ୍‌ ସାଇରନ୍‌ ନବଜାଇବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି । ଅଗ୍ନିଶମ ସେବା, ନାଗରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ମହାନିର୍ଦ୍ଦେଶାଳୟ ଏକ ପରାମର୍ଶରେ କହିଛି ଯେ ନାଗରିକ ପ୍ରତିରକ୍ଷା ଆଇନ, ୧୯୬୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ସମସ୍ତ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରାଯାଇଛି […]

ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ : ସୁରେଶ ପୂଜାରୀ

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କେଉଁଠି, କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ୍ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର […]

ଭାରତର ’ଅପରେସନ୍ ସିନ୍ଦୂର’ vs ପାକିସ୍ତାନର ’ଅପରେସନ୍ ବୁନୟାନ୍-ଅଲ୍-ମାର୍ସୁସ୍

ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ’ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ ।ତେବେ ଆଜି ଭୋର୍ ସମୟେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଫତାହ-୧ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା। ଭାରତର ଅପରେସନ୍ ସିନ୍ଦୂର […]

ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ !

ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ମୌସମୀ ଜୁନ୍‌ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ । କାରଣ ୨୦୦୯ରେ ମୌସୁମୀ କେରଳରେ ୨୩ […]

ଜମ୍ମୁ ଓ ଉତ୍ତରାଖଣ୍ଡରୁ ସୁରକ୍ଷିତ ଫେରିଲେ ଓଡିଆ ଛାତ୍ରଛାତ୍ରୀ

ବାଲେଶ୍ବରକୁ ଫେରିଆସିଛନ୍ତି ଛାତ୍ର ଛାତ୍ରୀ । ଜମ୍ମୁରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ଫେରାଇ ଆଣିଛନ୍ତି । ସୀମାରେ ଯୁଦ୍ଧ ଭୟ ଘାରିଥିବାରୁ ଅଭିଭାବକମାନେ ତା ପୂର୍ବରୁ ପିଲାଙ୍କୁ ଫେରାଇଆଣିଛନ୍ତି । ଜମ୍ମୁର ସଂସ୍କୃତ ବିଶ୍ବବିଦ୍ୟାଳୟରୁ ୩ ଛାତ୍ରୀ ଫେରି ଆସିଛନ୍ତି । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ ଘର ବାରିପଦା , ଜଳେଶ୍ଵର ଓ ଲଙ୍ଗଳେଶ୍ବର ଅଞ୍ଚଳ ବୋଲି ଜଣାପଡିଛି । ଆହୁରି ୮ ଜଣରୁ […]

ଅତ୍ୟାବଶ୍ୟକ ସାମଗ୍ରୀ ନେଇ କଟକ ମାଲଗୋଦାମ ବଜାରରେ କିପରି ରହିଛି ସ୍ଥିତି ? ଜାଣନ୍ତୁ

ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାର ଲାଗିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଅନେକ ନୂଆ ନୂଆ ତଥ୍ୟ ଆସିବାର ଲାଗିଛି । ଯାହାକୁ ନେଇ ଦେଶରେ ହାଇ ଆର୍ଲଟ ଜାରି ହୋଇଛି | ଯଦି ଉଭୟ ଦେଶ ମଧ୍ୟରେ ଯଦି ଏପରି ଉତ୍ତେଜନା ଲାଗି ରହେ, ଓଡିଶାରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀର ସ୍ଥିତି କେମିତି ରହିବ । ଏହା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ କି ! ମାଲଗୋଦାମରେ ଅତ୍ୟାବଶ୍ୟକ ଗ୍ରସୋରି ସାମଗ୍ରୀ […]