author

ଏନ ଭାସ୍କର ରାଓ ଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲା ଟ୍ରକ ଆସୋସିଏସନ

ରାୟଗଡ଼ ତା ୦୧/୦୮/୨୫ ରାୟଗଡ ଟ୍ରକ ମାଲିକ ସଂଘ ର ମାଲିକଙ୍କ ୩୭ ବର୍ଷରେ କଲ୍ୟାଣ ପାଣ୍ଠି ଟଙ୍କା ହଡପ ନେଇ ଦୀର୍ଘ ତିନି ବର୍ଷ ହେଲା ମାଲିକ ଓ ପୂର୍ବତନ ରାଜ୍ୟସଭା ସଂସଦ ତଥା ବିଜେଡି ଜିଲ୍ଲା ସଭାପତି ଏନ ଭାସ୍କର ରାଓ ଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି .ରାୟଗଡ ଜିଲ୍ଲାରେ ଆଜି ରାୟଗଡ଼ ଟ୍ରକ ମାଲିକ ସଂଘ ତରଫରୁ ଏକ ପ୍ରେସମିଟ ରାୟଗଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜନ କରା ଯାଇଥିଲା […]

୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି । ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ । ୧ କୋଟି ରୁ ୧୦ କୋଟି ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ଓ ୧୦ କୋଟି ରୁ ୫୦ କୋଟି ପ୍ରକଳ୍ପ ପାଇଁ msme ସଚିବଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ […]

ମନ୍ତ୍ରୀଙ୍କ ଭାଇ ପୋଲିସ କନେଷ୍ଟେବଲଙ୍କୁ ମାରିଲେ ଏକ ଶକ୍ତ ଚାପୁଡା

ଆନ୍ଧ୍ରପ୍ରଦେଶ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାରରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତା ଏବଂ କୋଠାବାଡି ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ଭାଇ ବିସି ମଦନ ଭୂପାଳ ରେଡ୍ଡି ଜଣେ ପୋଲିସ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଛନ୍ତି । ଏହି ଘଟଣା ନାନ୍ଦୟାଲ ଜିଲ୍ଲାର କୋଲିମିଗୁଣ୍ଡଲାର ଏକ ମନ୍ଦିରରେ ଘଟିଛି ।ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉଲ୍ଲେଖଯେ‌ାଗ୍ୟ, ଏଆର କନେଷ୍ଟବଳ ଜସୱନ୍ତ କୁମାର କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ ଏବଂ […]

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ! ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ଥିଲେ ସବ୍ୟସାଚୀ ମିଶ୍ର ଦି କେରଳ ଷ୍ଟୋରୀ ପାଇଁ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ ମିଳିଛି ମିଳିଥିବାବେଳେ ସାନ୍ୟା ମାଲହୋତ୍ରାଙ୍କ ‘କଟହଲ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ସେହିପରି ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା […]

ଆମେରିକା ଠାରୁ F-35 ଯୁଦ୍ଧ ବିମାନ କିଣିବ ନାହିଁ ଭାରତ

ଡିଲ୍ ପୂର୍ବରୁ ଆମେରିକାର ଟାରିଫ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗାଡ଼ିବାରେ ଲାଗିଛି। ଟ୍ରମ୍ପ ଶୁଳ୍କ ଲଗାଇବା କଥା କହିବା ସହିତ ଜରିମାନା ଆଦାୟ କରିବାକୁ ଧମକ ଦେବା ଓ ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି ବୋଲି କହିବା ଆଦି ବିବାଦ ସୃଷ୍ଟି କରିଛି। ଏହାରି ଭିତରେ ଭାରତ ପକ୍ଷରୁ ଆକ୍ସନ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏହି ଡିଲ୍‌ ସହ ଜଡ଼ିତ ଅଧିକାରୀମାନେ ନାମ ଗୋପନ ରଖିବା […]

ଅଗଷ୍ଟ ୪ ସୁଦ୍ଧା ‘ଶକ୍ତିଶ୍ରୀ’ ସଂଯୋଜିକା ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ

ଏଣିକି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି। ବାଲେଶ୍ୱର ଏଫଏମ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାର ପକ୍ଷରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି|ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଘଟି ଚାଲିଥିବା ଅଘଟଣକୁ ଏଡ଼ାଇବା ପାଇଁ ଗତ ଜୁଲାଇ ମାସ ୧୯ ତାରିଖରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ରାଜ୍ୟ ସରକାର। […]

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ କମିବ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ କମିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ବର୍ଷା କମିବା ସହିତ ତାପମାତ୍ରା ସାମାନ୍ୟ ବଢ଼ିପାରେ। ତାପମାତ୍ରାରେ ପ୍ରାୟ ୨ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।ଆଗାମୀ ୪ ଓ ୫ ଜୁଲାଇ ବେଳକୁ ରାଜ୍ୟରେ ଆହୁରି ବର୍ଷା କମିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଆସନ୍ତା ୬ ତାରିଖ ପରେ ରାଜ୍ୟର […]

ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ବୋର୍ଡ ପକ୍ଷରୁ OTET ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଦିଆଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।ଅଗଷ୍ଟ ୨୨ରୁ ୱେବସାଇଟ୍‌ରେ ପରୀକ୍ଷାର୍ଥୀ ନିଜ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ସୂଚନାଯୋଗ୍ୟ, […]

ସେକ୍ସ ଟେପ୍‌ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୋଷୀ ସାବ୍ୟସ୍ତ

କର୍ନାଟକ ହାଇକୋର୍ଟ ବଳାତ୍କାର ଏବଂ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଜନତା ଦଳ (ଏସ) ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ଏହି ମାମଲାରେ ରେଭାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ଆସନ୍ତା କାଲି କୋର୍ଟ ଦଣ୍ଡବିଧାନ କରିବେ । କୋର୍ଟଙ୍କ ରାୟ ଶୁଣିବା ପରେ ରେବନ୍ନା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏହି ମାମଲାର ଶୁଣାଣି ବେଙ୍ଗାଲୁରୁ ସ୍ଥିତି ନିର୍ବାଚିତ ଜନପ୍ରତିନିଧୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା […]

ଆଜି ବିଶ୍ୱ ଫୁସଫୁସ କ୍ୟାନ୍ସର ଦିବସ

ଶରୀରର ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ । ମାରାତ୍ମକ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ‘ବିଶ୍ୱ ଫୁସଫୁସ କର୍କଟ ଦିବସ’ ଭାବରେ ପାଳନ କରାଯାଏ । ବିଶେଷକରି ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHOର ତଥ୍ୟ ଅନୁସାରେ 2020 ମସିହାରେ ଫୁସଫୁସ କର୍କଟ ହେତୁ ବିଶ୍ବରେ 158 ଲକ୍ଷ ଲୋକଙ୍କର ମୃତ୍ୟୁ […]

ରାଜ୍ୟରେ ଖୋଲିବ ମଡେଲ ମଣ୍ଡି: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ମଡେଲ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି । ଆବଶ୍ୟକତା ଦେଖି ବଡ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ ମଣ୍ଡିରେ ରହିବ ବିଶ୍ରାମଗାର ଓ ଟିଫିନ ସେଣ୍ଟର । ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ । ମଡେଲ ମଣ୍ଡିର […]

ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସୂଚନା ମୁତାବକ, ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ କିରାଣି ପେରେଇ । କାର୍ଯ୍ୟ କରାଇ ଦେବାକୁ କହି ଲକ୍ଷ୍ମୀଧରଙ୍କୁ ୫ହଜାର ଟଙ୍କା ଲାଞ୍ଚ […]