author

କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ

ଭୁବନେଶ୍ଵରରୁ ଆରମ୍ଭ ହେଉଥିବା ମେଟ୍ରୋ​ ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ପୂର୍ବରୁ ଏହି ପ୍ରକଳ୍ପ ଭୁବନେଶ୍ଵରର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି। ତ୍ରିଶୂଳିଆ ପରିବର୍ତ୍ତେ ଏହି ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବାନୁଯାୟୀ, […]

ଏନଆଇଏ ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ଆକ୍ରମଣର ୨ ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ

ପହଲଗାମ୍‌ରେ ଏନ୍‌ଆଇଏ ଡିଜି । ପହଲଗାମ୍‌ ପରେ ବୈସରନ ଘାଟି ଯିବେ ଏନ୍‌ଆଇଏ ଡିଜି ସଦାନନ୍ଦ ଦାତେ । ସେପଟେ ପହଲଗାମ୍ ଆକ୍ରମଣକୁ ନେଇ ଏନ୍‌ଆଇଏ ଯାଞ୍ଚରୁ ବଡ଼ ଖୁଲାସା ହୋଇଛି । OGWଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ ।କିପରି ନରହନ୍ତା ଆତଙ୍କବାଦୀ ନିଜର ବର୍ବର କାଣ୍ଡ ଘଟାଇବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ, ତାକୁ ନେଇ ଭିଡିଓ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ପହଲଗାମରେ ଆଗରୁ ରେକି କରିଥିଲେ […]

ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ କାଟିଲା ଯୁବକ । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ ।ଯୁବକର ଘର ଖୋର୍ଦ୍ଧା ଜଟଣୀରେ ବୋଲି ଜଣାପଡ଼ିଛି । କିଛିଦିନ ହେବ ନାବାଳିକାଙ୍କୁ ଉକ୍ତ ଯୁବକ ଏକତରଫା ପ୍ରେମ କରୁଥିଲା ।ଏ ନେଇ ନାବାଳିକା ଙ୍କ ଘର ଲୋକେ ଥାନାରେ ଯୁବକଙ୍କ […]

ଜୁନ୍ ୧ରୁ କେରଳ ଛୁଇଁବ ମୌସୁମୀ । ଏ ବର୍ଷ ଦେଶରେ ଅଧିକ ମୌସୁମୀ ବର୍ଷା ସମ୍ଭାବନା

ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ଗରମ ବଢ଼ିବନି। କାଳବୈଶାଖୀ ଓ ଟ୍ରପଲାଇନ୍‌ର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ଅଛି। ପବନର ବେଗ ୫୦ରୁ ୬୦ କିମି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। […]

ବାହାଘର ବାଣ ଶବ୍ଦରେ ବରଯାତ୍ରୀଙ୍କୁ ଆକ୍ରମଣ କଲେ ମହୁମାଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜୁନାନି ଗାଁରେ ଅଭାବନୀୟ। ମହୁମାଛି ଆକ୍ରମଣରେ ୪ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରସେସନ ଚାଲିଥିଲା। ଡିଜେ ଗୀତର ତାଳେତାଳେ ଧୁମ ନାଚୁଥିଲେ ବରଯାତ୍ରୀ। ସମସ୍ତଙ୍କ ପାଦ ଉଠୁଥିଲା ପଡୁଥିଲା। ଆଉ ବାଣ ମଧ୍ୟ ଫୁଟୁଥୁଲା। ହେଲେ କିଏ ଜାଣିଥିଲା ଏହି ବାଣର ଶବ୍ଦରେ ଏପରି ଆକ୍ରମଣାତ୍ମକ ହୋଇ ପଡିବେ ମହୁମାଛି। ତେବେ ବାଣ ଫୁଟାଇବା ଯୋଗୁ ନିକଟରେ ଥିବା ବରଗଛରେ ବସା ବାନ୍ଧି […]

ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ ।

ଆଜି ବିଶ୍ୱ ଶ୍ରମିକ ଦିବସ ।। ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ […]

ଆଜିଠୁ ବାଦଳିଯିବ ଏଟିଏମ୍ ରୁ ଟଙ୍କା ଉଠାଣ ଓ ରେଲଓ୍ବେ ୱେଟିଂ ଟିକେଟ ନିୟମ

ଆରମ୍ଭ ହୋଇଛି ମେ’ ମାସ। ଆଜିଠାରୁ ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ରେଳବାଇ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ ଏବଂ ଜୀବନଚର୍ଯ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇବ। ଆଜିଠୁ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି। ଆରବିଆଇ ପକ୍ଷରୁ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା […]

ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।

ଆଜିଠୁ ଭିତରକନିକା ବନ୍ଦ । ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ । ବନ ବିଭାଗ ପକ୍ଷରୁ ଆଖପାଖ ଲୋକଙ୍କୁ ସତର୍କ କରାଯାଇଛି । ଗାଁ ପାଖରେ କୁମ୍ଭୀର ଦେଖିଲେ ତୁରନ୍ତ ସୂଚନା ଦେବାକୁ ସୂଚନା ଜାରି କରିଛି ବନ […]

କାରେଗୁଟ୍ଟା ପାହାଡ଼: ବିଶାଳ ଅପରେଶନ ପରେ ଦଖଲ କଲେ ସୁରକ୍ଷା କର୍ମୀ

ଛତିଶଗଡ଼ର ଏହି ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼। ଜାଗାଟିର ନାଁ କାରେଗୁଟ୍ଟା ପାହାଡ଼। କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି। ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ଯବାନଙ୍କ ୯ ଦିନ ପୁରିଛି। ଯବାନ କାରେଗଟ୍ଟାର ୧୫୦ କିଲୋମିଟର ପାହାଡ଼କୁ ନିଜ କବଜାକୁ ନେବାରେ ସଫଳ ହେଉଛନ୍ତି। ଏହି ଜଙ୍ଗଲର ୨ଟି ପାହାଡକୁ ଯବାନ ନିଜ […]

କ୍ଲାସ ରୁମ୍‌ରେ ୨୦ ଫୁଟର ଅହିରାଜ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୦ ଫୁଟର ଅହିରାଜ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ଆସି ତାକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ସାପକୁ ଜଙ୍ଗଲରେ ଛଡାଯାଇଛି । ତେବେ କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲାବୁଲି କରୁଲା । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହକୁ ସାପଟି ପଶି ଆସିଥିବା […]

ଆଜିର ରାଶିଫଳ(୦୧ ମଇ, ୨୦୨୫)

ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]

ଗଞ୍ଜେଇ ସହ ଗାଡ଼ି ଜବତ କଲା ନୂଆଗାଁ ପୁଲିସ

ନୂଆଗାଁ – ନୂଆଗାଁ ଥାନା ପୋଲିସ ଗଞ୍ଜେଇ ସହ ଏକ କାର ଗାଡିକୁ ଜବତ କରିବା ସହିତ କାହାକୁ ଗିରଫ କରାଯାଇନାହିଁ l ସୂଚନା ଥlଉକି ଗତକାଲି ଏକ କାର ଗାଡି ନମ୍ୱର ଓ ଆର ୦୨ ବିସି ୪୨୭୭ ଦଶପଲ୍ଲା ରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ଗାଡି ଡ଼୍ରାଇଭର ସହିତ ଗଞ୍ଜେଇ ବେପାରି ପାଟି ତୁଣ୍ଡ ହେଇଥିଲା l ଯାହା ଫଲରେ ଉଭୟ ଗାଡ଼ି ଛାଡି ପଳାଇ ଥିଲେ l ଖବର ପାଇ ନୂଆଗାଁ […]