ଆସନ୍ତାକାଲି କୋରାପୁଟ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗସ୍ତ ବେଳେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା HALର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ । HAL ସୁନାବେଡ଼ା ୟୁନିଟରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ।ରାଜନାଥ ସିଂହଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । ପ୍ରତିରକ୍ଷା ଉତ୍ପାଦନ ଓ HAL ୟୁନିଟ୍ର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗସ୍ତ ଶେଷ କରି ଅପରାହ୍ନରେ ରାୟପୁର ଦେଇ ରାଜନାଥ ସିଂହ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁନାବେଡ଼ା HAL ପରିସର ସହ ସମ୍ପୃକ୍ତ ଅଞ୍ଚଳରେ ଆବଶ୍ୟକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। କାଲି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ କେଉଁ କେଉଁ ପ୍ରକଳ୍ପର ସମୀକ୍ଷା କରିବେ ? ଆଲୋଚନାରେ କେଉଁ ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇବ, ତାହା ଉପରେ ନଜର ରହିଛି ।
