ବିବାଦୀୟ ଜମି ଫେରି ପାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହପାଠୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କୁଲ ବନ୍ଧୁ ୮୧-ବର୍ଷୀୟ ଅସଗର ଅଲ୍ଲୀ ଭୋରା ମହାରାଷ୍ଟ୍ରର ମୀରା ଭାୟନ୍ଦରରେ ତାଙ୍କ ବିବାଦୀୟ ଜମି ଫେରି ପାଇଛନ୍ତି। । ଭୋରା ସେପ୍ଟେମ୍ବର ୮ ତାରିଖରେ ବିଦ୍ୟାଳୟ ସହପାଠୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ବିବାଦୀୟ ଜମି ସମ୍ପର୍କରେ ସୂଚିତ କରିଥିଲେ। ମାମଲାର ସେ ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀଙ୍କଠାରୁ ନ୍ୟାୟ ଭିକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସହପାଠୀଙ୍କୁ ଆଶ୍ୱସ୍ତ କରିଥିଲେ। ଏହି ସାକ୍ଷାତ ଆଲୋଚନାର ତୁରନ୍ତ ବାଦେ ବିଜେପି ନେତା ନରେନ୍ଦ୍ର ମେହେଟ୍ଟାଙ୍କ ସମ୍ପର୍କୀୟ ଡେଭଲପର ବିବାଦୀୟ ସମ୍ପତ୍ତି ପାଇଁ ହାସଲ କରିଥିବା ନିର୍ମାଣ ଅନୁମତି ଫେରସ୍ତ କରିଦେଇଛନ୍ତି।ଗୁଜରାଟର ଭାଡନଗରର ବିଏନ ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ପାଠ ପଢ଼ୁଥିବା ଭୋରା ସେପ୍ଟେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ, ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟାଙ୍କ ସହ ଜଡିତ ବିଲ୍ଡରମାନେ ଭୟାନ୍ଦର ପୂର୍ବରେ ତାଙ୍କ ଜମିକୁ ଜବରଦଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ ଭୋରା ଦାବି କରିଥିଲେ ଯେ, ସେ ୧୯୮୯ ମସିହାରେ ଏକ ପଞ୍ଜିକୃତ ଚୁକ୍ତିନାମା ମାଧ୍ୟମରେ ଭୟାନ୍ଦର ପୂର୍ବର ନବଘରରେ ପ୍ରାୟ ୨୮୧୦ ବର୍ଗ ମିଟର ଜମି କିଣିଥିଲେ ଓ ଏହାକୁ କେବେ ବିକ୍ରି କିମ୍ବା ହସ୍ତାନ୍ତର କରିନଥିଲେ। ସେ ଅଭିଯୋଗ କରିଥିଲେ ଯେ, ୨୦୧୧ ମସିହାରେ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା ଓ ପଭୋରା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନଗର ପାଳିକା ମାମଲାରେ ଶୁଣାଣି ଲାଗି ନୋଟିସ୍ ଜାରି କରିଥିଲେ। ଏଥିରେ ଜମି ମାଡିବସିଥିବା କମ୍ପାନୀ ଓ ବିଲ୍ଡର ଓଭୟଙ୍କୁ ହାଜର ହେବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହା ପୂର୍ବରୁ ଏକ ନୂଆ ଘଟଣାକ୍ରମ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟା ୨୦୧୫ ମସିହାରେ ଏକ ପୋଲିସ ଅଭିଯୋଗ କରିଥିଲେ। ଏ ନେଇ ମେହେଟ୍ଟା ଭୋରାଙ୍କ ସହଯୋଗୀ ଅଜୟ ଧୋକାଙ୍କ ସହ ସମ୍ପର୍କ କରିଥିବା ଜଣାପଡିଛି। ଖବର ଅନୁସାରେ ଧୋକା ଓ ଭୋରାଙ୍କ ବିରୋଧରେ ଜମି ମାଡିବସିବା ଓ ଧମକ ଦେବାର ଅଭିଯୋଗ ଥିଲା। ତେବେ ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିଦିଆଯାଇଥିବା ବେଳେ ମେହେଟ୍ଟା ତାଙ୍କ ଅଭିଯୋଗ ଫେରାଇ ନେଇଛନ୍ତି।ରବର୍ତ୍ତୀ ସମୟରେ ତାଙ୍କ ଅଜାଣତରେ ସମ୍ପତ୍ତିକୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଥିଲା।

ଅଧିକ ପଢନ୍ତୁ