ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୁଲା ଦହିବରା ବିକାଳିଙ୍କ ଠାରୁ ଖାଇଥିଲେ ଦହିବରା।ରାତିରେ ଝାଡ଼ା ଓ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅଧିକାଂଶ ଘରକୁ ଫେରିଲେ। ତେବେ ଉପଯୁକ୍ତ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ସେବାରେ ଅବହେଳା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। କୌଣସି ରୋଗୀ ବାହାରକୁ ସ୍ଥାନାନ୍ତର ହୋଇନଥିବା ମଧ୍ୟ ସୂଚନା ମିଳିଛି। ଦହିବରା ଖାଇବା ପରେ ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେବାର ପ୍ରକୃତ କାରଣ କ’ଣ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ।
