ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ଵନକ୍ଷତ୍ର ଦିବସ ଉତ୍ସବରେ ନୟାଗଡ଼ କଲେଜଲେନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଆଲିସା ପ୍ରିୟଦର୍ଶିନୀ ସାହୁ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।ଭୁବନେଶ୍ୱର ଠାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ତାର ୬୮ତମ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷ୍ୟେ ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ବିଦ୍ୟାଳୟସ୍ତରରୁ ଆରମ୍ଭ କରି କ୍ଲଷ୍ଟର, ମଣ୍ଡଳ […]
ସବ୍ କଲେକ୍ଟର ଅଫିସରେ ଭିଜିଲାନ୍ସ ଚଢ଼ଉ । ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଅଫିସର JRA। ୩୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜୁନିଅର ରେଭିନ୍ୟୁ ଅଫିସର ସୌରଭ ତ୍ରିପାଠୀ । ଏକ ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସାର୍ଟିଫିକେଟ ଦେଉ ନଥିଲେ ସୌରଭ ତ୍ରିପାଠୀ । ହିତାଧିକାରୀ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ୨୦୨୪ ମାର୍ଚ୍ଚ ମାସରେ ଚାକିରୀରେ ଯୋଗ ଦେଇଥିଲେ ସୌରଭ ତ୍ରିପାଠୀ।ଅଭିଯୁକ୍ତ ଶ୍ରୀ […]
କନ୍ଧମାଳରେ ପୁଣି ଲଜ୍ୟା।ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କୋଟଗଡ଼ ଓ ବେଲଘର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିବା ବେଳେ ମାସିକ ଋତୁସ୍ରାବ ତଦାରଖ ସମୟରେ ଦୁଇ ଜଣ ଛାତ୍ରୀ […]
ପୁରୀଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍ବ୍ରାଞ୍ଚର ଟିମ୍ କ୍ରାଇମ୍ ସ୍ପଟ୍ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି। କ୍ରାଇମ୍ବ୍ରାଞ୍ଚ ଟିମ୍ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ ମଧ୍ୟ କରିଛନ୍ତି।କାଲି ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ବେଳର ଭିଡିଓ କରାଯାଇଛି । ଅଧିକାରୀଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି […]
ଓଡ଼ିଶାର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ ।ସଂସଦରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ | ମନ୍ତ୍ରୀଙ୍କ କହିବା କଥା ଯେ କେନ୍ଦ୍ର ସରକାରଙ୍କ ପାଖକୁ ୧୭ଟି ପ୍ରସ୍ତାବ ବିଭିନ୍ନ ରାଜ୍ୟରୁ ଆସିଛି | ପ୍ରକଲ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଛନ୍ତି |ଗୋଟିଏ ପଟେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟରେ ଘନଘନ ବୈଠକ ବସୁଥିବା […]
ଆହୁରି ଶକ୍ତିଶାଳୀ ହେଲା ଭାରତର ସାମରିକ ଶକ୍ତି । ଏବେ ଭାରତ ପା୍ରେ ଡ୍ରୋନରୁ ସଠିକ୍ ଲକ୍ଷ୍ୟଭେଦ କରି କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଶକ୍ତି ଅଛି । ଭାରତ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଜାତୀୟ ଓପନ୍ ଏରିଆ ରେଞ୍ଜ (NOAR)ରେ ଡ୍ରୋନ୍ଲଞ୍ଚ ସଠିକ୍ ମାର୍ଗନିର୍ଦ୍ଦିଷ୍ଟ ମିସାଇଲ (ULPGM-V3)ର ସଫଳତାର ସହିତ ପରୀକ୍ଷଣ କରିଛି। ଡିଫେନ୍ସ ରିସର୍ଚ୍ଚ ଅଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ଏହି ପରୀକ୍ଷଣ କାର୍ଯ୍ୟକରିଛି, ଯାହା ଭାରତର ସାମରିକ କ୍ଷମତାକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛି।ପୂର୍ବରୁ,(ୟୁଏଲପିଜିଏମ)-ଭି୨କୁ ଡିଆରଡିଓର […]
ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏହାରି ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ।ଫେକ୍ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ e-KYC । ତେବେ ଯେଉଁ ବ୍ୟକ୍ତି 3 ମାସ ଭିତରେ e-KYC କରିବେ ନାହିଁ ସେମାନଙ୍କର ଜବ୍ କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନନ୍ତି । ସେ ପୁଣି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି। ସେ କହିଛନ୍ତି, ସବୁ […]
ବଢ଼ିଲା ବୁଣାକାରଙ୍କ ଭତ୍ତା । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତାରେ ୬ ହଜାର ଟଙ୍କା ବୃଦ୍ଧି ଘୋଷଣା କଲେ ମୋହନ ମାଝୀ ।ସେହିପରି ମହିଳା କର୍ମଚାରୀଙ୍କ ଭତ୍ତା ୭ ହଜାରଟଙ୍କାକୁ ବୃଦ୍ଧି କରିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ […]
୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots ଭଳି ଅନେକ ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।ଏହାପୂର୍ବରୁ ମଧ୍ୟ ସରକାର ଓଟିଟି ପ୍ଲାଟଫର୍ମକୁ ନେଇ ବଡ଼ ଆକ୍ସନ ନେଇଥିଲେ । ସେ ସମୟରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଥିଲା । ୨୦୨୪ ମସିହା ଡିସେମ୍ବର ମାସରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ । ସୂଚନା […]
ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ୩ ବର୍ଷ ପୂର୍ତ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ବସି ରଚିଛନ୍ତି ଇତିହାସ । ପିଲୁଲ୍ସ ପ୍ରସିଡେଣ୍ଟ ଭାବେ ମଧ୍ୟ ପାଇଛନ୍ତି ଆଖ୍ୟା ।ସେ ସକ୍ରିୟତାର ସହ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହାରି ଭିତରେ ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ତିନି ବର୍ଷ ପୂରଣ ହୋଇଛି ।ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି , ବିଧାୟିକାରୁ ମନ୍ତ୍ରୀ ପରେ ମନ୍ତ୍ରୀରୁ […]
ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍ । ଏବେ ମୋଟ୍ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍ ଗେଟ୍ ଖୋଲା । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୧୭ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୮୬ ହଜାର ୮୧୫ କ୍ୟୁସେକ ଜଳ ପ୍ରବେଶ କରୁଛି ଏବଂ ୧ ଲକ୍ଷ ୫୬ […]
ରାୟଗଡ଼ ଜିଲ୍ଲା ଗୁଡାରି ବ୍ଲକ ଅଧକ୍ଷା ପ୍ରଥମେ ବିଜେଡି ହାତରେ ରହିଥିଲା . ହେଲେ ପରବର୍ତ୍ତୀ ସମୟରେ ଦୀର୍ଘ ଏକ ବର୍ଷ ପୂର୍ବରୁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ସମର୍ଥନ ରେ ନିଜ କବ୍ଜାକୁ ନେଇଥିଲା କଂଗ୍ରେସ . ଏବେ ପୁଣି ବିଜେଡି ହାତକୁ ଚାଲିଯିବା ନେଇ ବାଟ ଫିଟିଛି .କଂଗ୍ରେସ ସମର୍ଥିତ ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଙ୍କ ବିରୋଧ ରେ ଅନାସ୍ଥା ଆଣିଲେ ବିଜେଡି ସମର୍ଥିତ ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ଶବର […]
