author

ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୨ଟି ଗେଟ୍

ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୨ଟି ଗେଟ୍ । ମୋଟ ୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାଷନ ହେଉଛି | ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି । ସେଥିମଧ୍ୟରେ ବାମପାଶର୍‌ବର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍‌ ୪ଟି ସ୍ଲୁଇସ୍‌ ଗେଟ୍‌ରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୫୯ ହଜାର ୬୦୮ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୪,୫୫୪ ଘନଫୁଟ, […]

ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। ଚାରିଆଡେ ବନ୍ୟାପାଣି

କେନ୍ଦ୍ରାପଡାରେ ବନ୍ୟା ବିଭୀଷିକା ଭିତରେ ଦେଖାଦେଇଛି କୁମ୍ଭୀର ଭୟ । ଚଉଦ କୁଲାଟ ଅଞ୍ଚଞ୍ଚଳରେ ଅନେକ କୁମ୍ଭୀର ବୁଲୁଥିବା ନେଇ ଖବର ମିଳିଛି । ବ୍ରାହ୍ଣଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀର ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାତିରେ ଘରୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ଭିତରେ କୁମ୍ଭୀରଙ୍କୁ ଦେଖିବା ଏକ ସାଧାରଣ ଘଟଣା ହୋଇପଡ଼ିଛି, […]

ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ହେଲେ ଗର୍ଭବତୀ

ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ। ରାୟଗଡ଼ ବିଷମକଟକ ଅଞ୍ଚଳରେ ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷମ କଟକ ଥାନାରେ ଏତଲା ଦେଇଥିଲେ।ଆବାସିକ ବିଦ୍ୟାଳୟର ଏତଲାକୁ ଆଧାର କରି ବିଷମ କଟକ ପୋଲିସ ଏଘଟଣାରେ ସଂପୃକ୍ତ ଜଣେ ଯୁବକକୁ ବିଷମକଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ ଗତକାଲି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ […]

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି ।ସମସ୍ତ କଲେଜ କର୍ତ୍ତୃପକ୍ଷ, ପୋଲିସ, ପ୍ରଶାସନ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରି ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଅନ୍ୟପଟେ ଏହା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି […]

ଆସୁଛି ଆଉ ଏକ ଲଘୁଚାପ; ଏହି ଜିଲାରେ ବର୍ଷିବ

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଶନିବାର ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବାଘଛାଲ ରାକେଟ ଖିଅ ଖୋଜୁ ଖୋଜୁ ମୋବାଇରେ ମିଳିଲା ୪ ଶହ ମହିଳାଙ୍କ ଅଶ୍ଳୀଳ ଫଟୋ

ଆନ୍ତଃରାଜ୍ୟ ବାଘଛାଲ ରାକେଟ ଖିଅ ଖୋଜୁ ଖୋଜୁ ମିଳିଲା ସାଂଘାତିକ ତଥ୍ୟ । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକେଇ ଦେବା ଭଳି ଭିଡ଼ିଓ ।ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍‌ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି । ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ […]

ସହୀଦ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ନାରୀ ନିର୍ଯ୍ୟାତନା ସମାପ୍ତ ଦାବୀରେ ଭୁବନେଶ୍ବରରେ ଯୁବଛାତ୍ର ସମ୍ମିଳନୀ। ୪ ଅଗଷ୍ଟରୁ ୧୮ ଅଗଷ୍ଟ ବାଲେଶ୍ବରରୁ ଭୁବନେଶ୍ବର ପଦଯାତ୍ରା

ଭୁବନେଶ୍ବର: ଛବିରାଣୀ ଠାରୁ ଇତିଶ୍ରୀ, ଇତିଶ୍ରୀ ଠାରୁ ସୌମ୍ୟାଶ୍ରୀ, ୩ ଦଳର ୩ ପ୍ରତୀକ। ସମସ୍ତେ କିନ୍ତୁ ଏବେ ମହିଳାଙ୍କ ପାଇଁ ରାସ୍ତାରେ। ନିଜ ନିଜ ଶାସନରେ ମହିଳାଙ୍କୁ ସୁରକ୍ଷା ଦେଇପାରିନଥିବା ଅଭିଯୁକ୍ତମାନେ ଏବେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ । ଏହାହିଁ ତ ବିଷ୍ମୟ। ଦଳ ବଦଳୁଛି, ବ୍ୟବସ୍ଥା ବଦଳୁନାହିଁ। ବ୍ୟବସ୍ଥା ପରିବର୍ତ୍ତନ ସଂଗ୍ରାମର ପ୍ରାରମ୍ଭ ୧୯୯୯ରୁ ଆଜି ପର୍ଯ୍ୟନ୍ତ ଲମ୍ବା ଯାତ୍ରା- ନବନିର୍ମାଣର। ଇତିଶ୍ରୀ, ବେବିନା, ମାଧବିଲତା, ପିହୁ ଠାରୁ ଆରମ୍ଭ କରି ରୁଚିକା ମହାନ୍ତି […]

ନିର୍ଦ୍ଦେଶର ଘଣ୍ଟାକ ପରେ ପ୍ରତ୍ୟାହାର କରିନେଲା ରେଭେନ୍ସା

ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କରିନେଇଛି। ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନାରୀମାନଙ୍କ ସୁରକ୍ଷା ପାଇଁ ବଢିଲା କଟକଣା

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସା କ୍ୟାମ୍ପସ ମନା କରାଯାଇଛି। ନୂଆ କଟକଣା ଲଗାଇଲା ରେଭେନ୍ସା ବିଶ୍ବବିଦ୍ୟାଳୟ। ମହିଳା […]

ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ କ’ଣ ଥିଲା ଶେଷ କଥା

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ଶେଷ କଥା କ’ଣ କହିଛନ୍ତି। ଏନେଇ ସୌମ୍ୟାଶ୍ରୀଙ୍କ ଅତି ଘନିଷ୍ଠ ବନ୍ଧୁ ପ୍ରକାଶ କରିଛନ୍ତି। ଯେବେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଲା ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଧଗ୍ଧ ଅବସ୍ଥାରେ ପଡିଥିଲେ। ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ, ମୁଁ […]

ସିଦ୍ଦରମୈୟାଙ୍କୁ ମାରିଦେଲା ମେଟା: ଲେଖିଲା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି

ସୋସିଆଲ ମିଡିଆ କମ୍ପାନୀ ମେଟାର ମସ୍ତବଡ ଭୁଲ । ମେଟା ଲେଖିଲା,କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାକ୍‌ଫୁଟରେ ମେଟା। ଅଟୋ ଟ୍ରାନ୍ସଲେସନ ପାଇଁ ମେଟା ପୁଣି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ମେଟା ଅଟୋ ଟ୍ରାନ୍ସଲେସନ କରି ସିଦ୍ଧରମୈୟା ଆଉ ନାହାଁନ୍ତି ବୋଲି ପୋଷ୍ଟ କରିଛି। ମେଟାର ମାଲିକାନାରେ ଥିବା ଇନଷ୍ଟାଗ୍ରାମରେ ଏକ କନ୍ନଡ଼ […]

୧୯ରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ

୧୯ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ । ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ଓ ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ପ୍ୟାକ୍ସ ଓ ଲ୍ୟାମ୍ପସ୍‌କୁ ଠିକ୍ ଭାବେ ଜଣାଇବେ। ଏହାସହ ଠିକ୍ ସମୟରେ ଚାଷୀଙ୍କ ପଞ୍ଜୀକରଣ ହୋଇପାରିବ, ତାହା ସୁନିଶ୍ଚିତ କରାଇବା […]