author

କାଙ୍କଣଶିଖରୀରେ ନିଆରା ରଥଯାତ୍ରା,  ଜଳ ରାଶିରେ ଗଲେ ମହାପ୍ରଭୁ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ସହ ବିଶ୍ୱର ଅନେକ ସ୍ଥାନ । ତେବେ ଚିଲିକା ମଧ୍ୟରେ ଥିବା ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ସ୍ଥିତ ନୀଳ ଜଳ ରାଶିରେ ହୋଇଛି ନିଆରା ରଥଯାତ୍ରା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀସ୍ଥିତ ଚିଲିକା ନୀଳ ଜଳ ରାଶି ମଧ୍ୟରେ ଥିବା କାଙ୍କଣ ଶିଖରୀ କୁଦରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର ନୌକାରେ ପ୍ରସ୍ତୁତ ରଥରେ ତିନି ଠାକୁର ରଥାରୁଢ଼ ହୋଇ କାଙ୍କଣ […]

RAW ର ନୂତନ ମୁଖ୍ୟ ଭାବେ ପରାଗ ଜୈନ ନିଯୁକ୍ତ

ପରାଗ ଜୈନଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ ’ର’ ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ‘ର’ ଚିଫ୍ ଭାବରେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ରହିବ। ସେ ରବି ସିହ୍ନାଙ୍କ ସ୍ଥାନ ନେବେ, ତାଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ରେ ଶେଷ ହେବାକୁ ଯାଉଛି। ପରାଗ ବର୍ତ୍ତମାନ ବିମାନ ଅନୁସନ୍ଧାନ କେନ୍ଦ୍ରର ନେତୃତ୍ବ ନେଉଛନ୍ତି। ଏହି ରିସର୍ଚ୍ଚ ସେଣ୍ଟରରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନୀ ସଶସ୍ତ୍ର ବାହିନୀ ବିଷୟରେ ଗୁଇନ୍ଦା ସୂଚନା ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା […]

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, ଆଜି ପୁଣି କମିଲା ସୁନା ଦାମ୍‌ ।

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ତେବେ ଆଜି ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୪୨୦ ଟଙ୍କା ରହିଛି । ଗତକାଲି ୯୮,୦୨୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୩୦୦ ଟଙ୍କା ରହିଛି । ଗତକାଲି ୮୯,୮୫୦ ଟଙ୍କା ଥିଲା […]

ପୁରୀ ରଥଯାତ୍ରାରେ ୭୪୨ ଭକ୍ତ ଅସୁସ୍ଥ, କେହି ମୃତାହତ ହୋଇନାହାନ୍ତି

ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ପେଲାଠେଲା ଫଳରେ ୧୦ ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ ୭୪୨ ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡରେ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ରଥଯାତ୍ରାରେ କେହି […]

ରଥଟଣାରେ ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ Xରେ ପୋଷ୍ଟ କରି ନବୀନ କହିଛନ୍ତି, ଆମେ ଏଠାରେ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କିମ୍ବା ଗତ କାଲିର ନନ୍ଦିଘୋଷ ରଥ ଟାଣିବାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦାୟୀ କରିବାକୁ ଆସି ନାହୁଁ । କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ […]

ରଥ ଚକ ତଳେ ଗଲା ଭକ୍ତଙ୍କ ଜୀବନ।

ରଥଯାତ୍ରାରେ ଅଘଟଣ। ରଥ ଚକ ତଳେ ଗଲା ଯୁବକଙ୍କ ଜୀବନ। ଭିଡ଼ ଅଧିକ ହୋଇଥିବା କାରଣରୁ ଠେଲା ପେଲା ବେଳେ ରଥଚକ ତଳେ ପଡ଼ିଯାଇଥିଲେ ଯୁବକ। ଫଳରେ ରଥ ତାଙ୍କ ଉପରେ ଚଢ଼ିଯାଇଥିଲା। ଆଉ ତାଙ୍କର ମୃତ୍ୟୁ ହେଲା।ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ତେବେ ରଥଚକା ତଳେ ପଡି ଯିବା ଫଳରେ ରଥ ତାଙ୍କ ଉପରେ ଚଢ଼ିଗଲା। ସଙ୍ଗେ ସଙ୍ଗେ ଯୁବକଙ୍କୁ […]

ଟଙ୍କା ପାଇଁ ଦମ୍ପତିଙ୍କ ମୋବାଇଲ୍ ଆପରେ ଅନ୍ତରଙ୍ଗ ମୁହୂର୍ତ୍ତର କଲେ ଲାଇଭ୍ ଷ୍ଟ୍ରିମିଂ

ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ଏବଂ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ଅନ୍‌ଲାଇନରେ ବିକ୍ରି କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ପୁଲିସ କହିଛି କି ଏହି ଦମ୍ପତିଙ୍କର ଟଙ୍କା ଦରକାର ଥିଲା । ସେମାନଙ୍କର ଦୁଇ ଝିଅଙ୍କ କଲେଜ ଫି ଦେବାକୁ ଟଙ୍କା ନଥିବାରୁ ସେମାନେ ମୋବାଇଲ ଆପ୍‌ ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ କରିଥିଲେ ଦୁଇ ଝିଅ ଉଭୟ ମେଧାବୀ ଛାତ୍ରୀ […]

ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ।

ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ । ଏଥିସହିତ କମ୍ପାନିର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆଦାନୀ ପୁରୀସ୍ଥିତ ହୋଟେଲ ମେ ଫେୟାରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ମଧ୍ୟାହ୍ନ […]

ଆଉ ନାହାନ୍ତି ‘କାଣ୍ଟା ଲଗା’ ଗର୍ଲ

ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍‌ ବସ୍‌ ପ୍ରତିଯୋଗି ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂତ୍ର ମୁତାବକ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା ଅଭିନେତ୍ରୀଙ୍କୁ ଗତକାଲି ରାତି ପାଖାପାଖି ୧୧ ଟା ବେଳକୁ ଅସୁସ୍ଥ ହେଲା ପରି ଅନୁଭବ ହେଲା । ଛାତିରେ ଯନ୍ତ୍ରଣା ହେବା କାରଣରୁ ସ୍ବାମୀ ପରାଗ ତ୍ୟାଗି […]

ଅବସରର ୩ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଯନ୍ତ୍ରୀ ।

ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଭିଜିଲାନ୍ସ ମାଡ଼ିବସିଛି ।ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ବ୍ରହ୍ମପୁର ରାମହରିନଗର ତିନି ମହଲା ବିଶିଷ୍ଟ ବାସଭବନ, ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ସେହିପରି ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ଅନ୍ୟ ଏକ ଫ୍ଲାଟ୍‌, ପୁରୀରେ ଥିବା ଫ୍ଲାଟ୍‌, କବିସୂର୍ଯ୍ୟନଗର ଗୁଡ଼ିଆଳିରେ ଥିବା ତାଙ୍କର ପୈତୃକ ବାସଭବନ, ପୁରୁଷୋତ୍ତମପୁର ବେଢ଼ରେ […]

ଆଜିଠୁ ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା ୮ ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ ବିଶେଷଜ୍ଞ ।ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ […]

ଆଜି ଏସବୁ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ବର୍ଷା ଲାଗି ରହିଥିବାବେଳେ ଆଜି ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, […]