ଓଡ଼ିଶା ସରକାର ରାଜ୍ୟର ସାମୟିକ କର୍ମଚାରୀଙ୍କ ପାଇଁ କାର୍ଯ୍ୟାନ୍ତର ରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଏବେ ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ଏକକାଳୀନ ୨.୫ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ଏହି ରାଶି ଥିଲା ୧ ଲକ୍ଷ ୫୦ ହଜାର ଟଙ୍କା।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା (Cessation Benefit) ମିଳିବ । ଯଦି ସାମୟିକ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।ନବୀନଙ୍କ ଅସ୍ତ୍ରୋପଚାର ଖବର ପ୍ରକାଶ ପାଇବା ପରେ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ଓ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାମୁତାବକ ନବୀନ ପଟ୍ଟନାୟକ ନିକଟରେ ମୁମ୍ବାଇର […]
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୁରୀ ଶଙ୍କରାଚାଯ୍ୟ । ଧାର୍ମିକ ବ୍ୟବସ୍ଥାରେ ନିଷ୍ପତ୍ତି ନେବାରେ ଅସଫଳ । କେବଳ ନିଜର ଆତ୍ମପ୍ରଚାର ପାଇଁ କାମ କରୁଛନ୍ତି । ନିର୍ୱାଚନ ପୂର୍ୱରୁ ଭୟରେ ଭେଟି ଆଶୀର୍ୱାଦ ନେଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ , ରାଜ୍ୟ ସରକାର ପରାମର୍ଶ ନେଉନାହାନ୍ତି । ଏହା ସହ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର […]
୧୫ ଜୁଲାଇରୁ ଦୁଇଚକିଆ ଯାନରୁ ଟୋଲ୍ ଆଦାୟ ହେବ ବୋଲି ସମସ୍ତ କଳ୍ପନାଜଳ୍ପନା ଉପରୁ ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପରଦା ହଟାଇଛନ୍ତି । ଏହାକୁ ସେ ଗୁଜବ ବୋଲି କହିଛନ୍ତି ।କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ ଜାତୀୟ ରାଜପଥ ବ୍ୟବହାର କରିଥାନ୍ତି। ଏପର୍ଯ୍ୟନ୍ତ ଦୁଇ ଚକିଆ ଯାନକୁ ଏହି ରାଜପଥରେ ଟୋଲ୍ ଟିକସରୁ ମୁକ୍ତ କରାଯାଇଛି। […]
ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର | ରଥଯାତ୍ରାକୁ ଅତି ସୁରୁକ୍ଷୁରୁରେ ସମ୍ପାଦନ କରିବାକୁ ତତ୍ପର ହୋଇ ଉଠିଛି ପ୍ରଶାସନ। ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର। ଜଲ, ସ୍ଥଳ ଓ ଆକାଶ ମାର୍ଗରୁ ନଜର ରଖାଯାଇଛି।ଟ୍ରାଫିକ୍ ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀ ସହରକୁ AI ନଜରରେ ରଖାଯାଇଛି। ପୁରୀ ସହରର ୨୭୫ଟି ସ୍ଥାନରେ ଲାଗିଛି CCTV। ଟ୍ରାଫିକ୍ ରୁଟ୍ ମଧ୍ୟ ବଦଳିଛି। ଟ୍ରାଫିକ୍ ରୁଟ୍ ଭିଡ଼ିଓ ଜାରି କରିଛି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ତଥା ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ଖୁଣ୍ଟୁବନ୍ଧ ସରକାରୀ ଆଇ.ଟି.ଆଇ. କଲେଜରେ ଆନ୍ତର୍ଜାତୀୟ ଔଷଧ ଅପବ୍ଯବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ଓ ପୋକସ ଆଇନ ୨୦୧୨ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଚିବ ଅଞ୍ଜଳି ମଚ୍ଛଖଣ୍ଡ […]
ଜଗତସିଂହପୁର ଜିଲ୍ଲାର କୁଜଙ୍ଗା ସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଜଣେ ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ତାଙ୍କ କାର୍ଯ୍ୟାଳୟ ଭିତରେ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି । ଜଣେ ଶିକ୍ଷକଙ୍କ ଗୃହ ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କାର ଅଗ୍ରିମ ବିଲ୍ ପ୍ରଦାନ ପାଇଁ ସେ ୫ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏହି ବିଲ୍କୁ ପୂର୍ବରୁ କର୍ତ୍ତୃପକ୍ଷଙ୍କ […]
ଆଜି କ୍ୟାପିଟାଲ ମେଡିକାଲ କଲେଜ ପରିସର ବୁଲି ଭିତ୍ତିଭୂମି ପରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଗାମୀ ଦିନରେ ରାଜ୍ୟରେ ସବୁଠାରୁ ବଡ଼ ପିଜି କଲେଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏହି କଲେଜ।ପ୍ରଥମ ବ୍ୟାଚ୍ରେ ୨୪ ଜଣ ଛାତ୍ରଛାତ୍ରୀ ପାସଆଉଟ୍ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ବିଭାଗ” ବୋଲି ସ୍ବସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ […]
ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ ।ରଥଯାତ୍ରା ପାଇଁ ପୁରୀକୁ କୋଣ ଅନୁକୋଣରୁ ଭକ୍ତ ଆସିବେ, ଦର୍ଶନ କରିବେ । ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍ ଆସିବ । ୨୮ଟି ଜାଗାରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ […]
ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ ।ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ଶେଷ […]
ରଥଯାତ୍ରାର ଦିନକ ପୂର୍ବରୁ ଆକ୍ଟିଭ୍ ହେଲା ଆଣ୍ଟି ଡ୍ରୋନ୍ ସିଷ୍ଟମ । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୁଲିସ । ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ୍ ଜୋନ୍ରେ ଡ୍ରୋନ୍କୁ ନିଷ୍କ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ଏହାଫଳରେ ଏକ ନେଟ୍ୱର୍କ କ୍ଷେତ୍ର ସୃଷ୍ଟି ହେବ । ବେଆଇନ ଭାବରେ ଡ୍ରୋନ୍ ଉଡ଼ିଲେ ଏହାକୁ ଚିହ୍ନଟ କରି ତୁରନ୍ତ ନିଷ୍କ୍ରିୟ […]
