ରାଜ୍ୟରେ ବଢିବ ଚିଙ୍ଗୁଡ଼ି ଉତ୍ପାଦନ।ଏଥିପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ୍’ । ଏଭଳି ଏକ ଭିଜନ ରଖି ରାଜ୍ୟ ସରକାର ଏବେ କାମ ଆରମ୍ଭ କରିଛନ୍ତି। ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଥିବାରୁ ଦେଶର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାଜ୍ୟ । ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି । ତେଣୁ ସାମୁଦ୍ରିକ ଅର୍ଥନୀତିକୁ କିଭଳି ମଜଭୁତ କରାଯିବ ସେନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । […]
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାର ଅଭୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି। ଫଳରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି।ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଡିଆର୍ଜି, ଏଟିଏଫ୍ ଯବାନଙ୍କ ଅପରେଶନର ଏହି ସଫଳତା ମିଳିଛି। ସୂଚନା ମୁତାବକ, ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ […]
ରାଜ୍ୟକୁ ସମ୍ପୁଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀଙ୍କ ଅପିଲ ରହିଛି । “ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଭିନ୍ନ ସ୍ଥାନରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଯାଉଛି । ମିଛ କହି ସେମାନଙ୍କୁ ଚାଷରେ ନିୟୋଜିତ କରୁଛନ୍ତି । ସେମାନଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି”ବୋଲି ପଥ୍ବୀରାଜ ହରିଚନ୍ଦନ କହିଛନ୍ତି। ପୋଲିସ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି […]
ସାଧାରଣତଃ ଲୋକ ସାପ ଦେଖିଲେ ଡରି ଯାଆନ୍ତି କିମ୍ବା ସେଠୁ ଡରିକି ପଳାନ୍ତି। ଯଦିଓ ସେମାନଙ୍କୁ ଜଣା ନଥାଏ କି ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଦରକାର । ଆଜି ଏହା ଜାଣନ୍ତୁ । ସୂଚନାମୁତାବକ ସାପ କାମୁଡ଼ାରେ ୨୦୨୩-୨୪ରେ ୧୧୫୦ ଏବଂ ୨୦୨୪-୨୫ରେ ୭୦୯ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ସାପ ସାଜୁଛି ଘାତକ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଲୋକଙ୍କ ଅସାବଧାନତା, ଅସଚେତନତା ଏବଂ ଚିକିତ୍ସାରେ ଅହେତୁକ ବିଳମ୍ବ […]
ଆସନ୍ତା ୨୯ ତାରିଖରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଆରମ୍ଭ କରିବ ଏଏସ୍ଆଇ । ପ୍ରତିଦିନ ସକାଳ ୮ରୁ ରାତି ୧୦ ଯାଏଁ କାମ କରି ବାକି କାର୍ଯ୍ୟକୁ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଶେଷ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି […]
ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ ୯ ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ ।୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । […]
ରାତି ପାହିଲେ ରଥାରୁଢ ହେବେ ତିନିଠାକୁର । ୯ ଦିନ ଯାତ୍ରା କରିବାକୁ ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ କାଳିଆ ଠାକୁର । ପୁରୀରେ ଘୋଷଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ଏପଟେ ୧୫ ଦିନର ଅଣସର ଯାତ୍ରା ପରେ ସୁସ୍ଥ ହୋଇଛନ୍ତି ଦାରୁଦିଅଁ । ସେଥିପାଇଁ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ । ବଡଦେଉଳରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ପାରିମାଣିକ ଦର୍ଶନ । ଘଣ୍ଟାଏ ପାରିମାଣିକ ଦର୍ଶନ […]
ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୨ ଦିନ ଲଗାଣ ବର୍ଷା ନେଇ ସତର୍କତା ଜାରି ।କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ବର୍ଷା ନେଇ ରହିଛି ଆଶଙ୍କା । ଉତ୍ତର-ପଶ୍ଚିମ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଦୁଇଟି ଜିଲା କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ତଥା ଭାରିମାତ୍ରାରେ ବର୍ଷା ହେବା ସମ୍ଭାବନା ରହିଥିବାରୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ନୂଆଗାଁ: ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଆଗରେ ନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତାଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ଥାଉକି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନଥିବାରୁ ଦିନକୁ […]
ସରକାରୀ ଜମିରେ ଜବରଦଖଲ ହୋଇଥିବା ଘରଭଙ୍ଗାକୁ ନେଇ ଉତ୍ତେଜନା । ମୟୂରଭଞ୍ଜ କୁଳିଅଣା ତହସିଲଦାରଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଟଣାଓଟରା କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ । ତହସିଲଦାରଙ୍କୁ କୁଳିଅଣା ଥାନା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡି ନେଲେ ଉତ୍ତ୍ୟକ୍ତ ଗ୍ରାମବାସୀ । କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକ୍ର ତିତିରି ଅଞ୍ଚଳରେ ସରକାରୀ ଜମି ଜବଦଖଲରେ ଥିବା ଘର ଭାଙ୍ଗିବା ନେଇ ସୂଚନା […]
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି । ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିୟୋଜିତ ରହିଛି । ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ଯୋଗାଇ ଦେଉଛି ରେଳବାଇ ।ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି । ଚଳିତ ବର୍ଷ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମେତ ମୋଟ୍ […]
