ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି । ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ।ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୁପୂର ସେଠ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧୀକାରୀଙ୍କୁ ଗୃହ କରାଇଦେବା ନାମରେ ୧୦,୦୦୦ […]
ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ବିଧାନସଭାରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଡେଲିଭରୀ ହୋଇଥିବାବେଳେ, ସେଥିରୁ ୯୯ ହଜାର ୯୯୮ଟି ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ଡେଲିଭରୀ । ସେଥିରୁ ୧ ଲକ୍ଷ ୧୩ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ମିଶନ ପରିଚାଳନା ଶାଖା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନୟାଗଡ଼ଙ୍କ ମିଳିତ ସହଯୋଗରେ ଜିଲ୍ଲାପରିଷଦ ନୟାଗଡ଼ଙ୍କ ଡିପିଆର୍ସି ଗୃହରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ସମ୍ବନ୍ଧରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଓଡ଼ିଶା ଜୀବିକା ମିଶନର […]
ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି) କନେଷ୍ଟବଲ ସିପାହି ନିଯୁକ୍ତି ମାମଲାରେ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ସୀମା କୋହଳ ନେଇ ସରକାରଙ୍କ ସମ୍ମତି ପରେ କୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ନେଇ ବସିଥିଲା ବୈଠକ । ବୟସ ୩ ବର୍ଷ କୋହଳ ନେଇ ନିଷ୍ପତ୍ତି ନେର କୋଟଙ୍କୁ ଜଣାଇଥିଲେ ଏଜି ।
ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ୪ ବର୍ଷରେ ପାଉଁଶ ହେଲାଣି ୫୩ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ।ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ବେହେରା ଜଙ୍ଗଲ ପ୍ରସଙ୍ଗରେ ଲିଖିତ ପ୍ରଶ୍ନ ପଚାରିଥିଲେ । ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ୨୦୨୧ରେ ୨୮ ହଜାର ୫୬୯ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଥିବା ବେଳେ ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ଜଳିଯାଇଛି । […]
ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଅରୁଣ ଅରୁଣ କହିଛନ୍ତିି। ଏବେ କୌଣସି ରାଜନୈତିକ ସମୀକରଣ ହେବାର ନାହିଁ।ବିଜେଡି ଗୋଟେ ଖୋଲା ବହି । ଯାହା ବି ରାଜନୈତିକ ଆଲୋଚନା ହେବ ସମସ୍ତେ ନିଶ୍ଚୟ ଜାଣିବେ । ଡିଲିମିଟେସନ ବୈଠକରେ ବିଜେଡି ସାମିଲ ହେଲା ସମସ୍ତେ ଜାଣିଲେ । ଆଗକୁ ଯାହା ରାଜନୈତିକ ପଦକ୍ଷେପ ନିଆଯିବ ସମସ୍ତଙ୍କୁ […]
ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କୋଠା ଓ ଜମି ସଉକ । ଭିଜିଲାନ୍ସ ଚଢାଉ ବେଳେ ୧୧ଟି ପ୍ଲଟ ଓ ବଡ଼ ବଡ଼ କୋଠା ଠାବ କରିଛି ଭିଜିଲାନ୍ସ ।ରେଡ୍ ବେଳେ ଖଟ ତଳୁ ମିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର।ଖଟ ତଳେ ଗଦି ମରାଯାଇ ରଖା ଯାଇଥିଲା ଖାଲି ପାଞ୍ଚ ଶହ ଟଙ୍କିଆ ବିଡା।ଏହା ସହ ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା […]
ବିଧାନସଭା ହଟ୍ଟଗୋଳ ପାଇଁ ବଡ ଆକ୍ସନ । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ନିଲମ୍ବିତ । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆକ୍ସନ । ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିବା ବେଳେ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି ୧୨ କଂଗ୍ରେସ ବିଧାୟକ ।ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା […]
ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଓଡିଶା ସରକାର ୯ ଏପ୍ରିଲରେ ଲାଲ ଚନ୍ଦନ କାଠର ବିଶ୍ୱସ୍ତରୀୟ ଇ-ନିଲାମର ଚତୁର୍ଥ ପର୍ଯ୍ୟାୟ କରିବାକୁ ଯାଉଛନ୍ତି। ଏହି ନିଲାମ ଇ-ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ କରାଯିବ, ଯାହା ଦ୍ୱାରା ଆନ୍ତର୍ଜାତୀୟ […]
ଉତ୍ତର ପ୍ରଦେଶର ଔରୈୟା ଜିଲାରେ ବିବାହର ମାତ୍ର ୧୫ ଦିନ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପ୍ରେମିକଙ୍କ ସୁପାରୀ କିଲର ଦ୍ବାରା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ମିଶି, ହତ୍ୟା ପାଇଁ ଦେଇଥିଲେ ସୁପାରୀ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଖବର ମୁତାବକ, ମାର୍ଚ୍ଚ ୫ ତାରିଖରେ ୨୨ ବର୍ଷୀୟ ପ୍ରଗତି ଯାଦବଙ୍କର ୨୫ ବର୍ଷୀୟ ଦିଲ୍ଲୀପଙ୍କ ସହ […]
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କବି ଗୋଦାବରୀଶ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ […]
