ନୟାଗଡ଼,(ଓଡିଶା ଦର୍ପଣ) ବିଜୟ ଲକ୍ଷ୍ମୀ ରାଉତ: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ […]
“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ […]
ବାଲେଶ୍ୱର,(ଓଡିଶା ଦର୍ପଣ): ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଗତ ସପ୍ତାହେ ହେଲା ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଅପରାହ୍ଣରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
ନୟାଗଡ଼,(ଓଡିଶା ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସେହି ଓଡିଶାର ମହାନାୟକ ଗାନ୍ଧୀ ଙ୍କ ପ୍ରିୟ ଓଡିଆ ଶ୍ରୀ ମିଶ୍ର ଙ୍କର ୧୩୩ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ନୟାଗଡ଼ ବ୍ଳକ ସଭାଗୃହରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ର […]
ବୋଲଗଡ଼,(ଓଡ଼ିଶା ଦର୍ପଣ) : ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଯୁଗ୍ମ ବିଭାଗର ୭ ଦିନିଆ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପ୍ରମୋଦିନି ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ 25 ତାରିଖରୁ ଆରମ୍ଭ ହୋଇ ଆଜି ଏହା ଉଦଯାପିତ ହୋଇଯାଇଛି l ଉକ୍ତ ଶିବିରକୁ କଲେଜ ଅଧକ୍ଷ ଶେଖ ଅବଦୁଲ ରହିମ ଉଦଘାଟନ କରିବା ସହ ଶିବିର ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶରେ […]
ନୟାଗଡ଼,(ଓଡିଶା ଦର୍ପଣ): ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାକ୍ରମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ବୈଠକ ଡିସେମ୍ବର ୩୦ ତଥା ୩୧ ତାରିଖରେ କଟକର ଇଦଘା ପଡିଆ ଠାରେ ଅନୁଷ୍ଠିତ ହୋଇ ସେତେବେଳେ ଖଣ୍ଡ ବିଖଣ୍ଡିତ ଥିବା ଓଡ଼ିଶାକୁ ଏକାଠି କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ପ୍ରୟାସ […]
ଭୁବନେଶ୍ୱର,(ଓଡିଶା ଦର୍ପଣ): ନୂଆବର୍ଷ ପୂର୍ବରୁ ଆଇପିଏଓସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡ଼ିଶା ସରକାର। ଯାହାଫଳରେ ବଦଳିଛନ୍ତି ୧୧ ଜିଲ୍ଲାର ଏସପି। ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ ଏସ୍ଏପି ଡିଆଜି। ସେହିପରି ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଜି । ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଜି ହୋଇଥିବା ବେଳେ ସୁଧାଂଶୁ ଶେଖର ମିଶ୍ର ହେଲେ ଅନୁଗୁଳ ଏସପି। ରାହୁଲ ପି.ଆର୍ ହେଲେ ଜଗତସିଂହପୁର ଏସପି । ସେହିପରି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରସାହି ପଞ୍ଚାୟତର କଉଡା ଗ୍ରାମରେ ଶନିବାର ଭୋର୍ ସମୟରେ ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ମୃତଦେହଟି ସେହି ଗ୍ରାମର ସୁରେଶ ପ୍ରଧାନଙ୍କ ପତ୍ନୀ ସୀତା ପ୍ରଧାନଙ୍କର ବୋଲି ଜଣାପଡିଛି। ମୃତା ସୀତାଙ୍କ ବାପଘର ବାରିହାପିଟା ହୋଇଥିବା ବେଳେ ୭ବର୍ଷ ପୂର୍ବେ ସେ କଉଡା ଗ୍ରାମର ଯଦୁ ପ୍ରଧାନଙ୍କ ପୁଅ ସୁରେଶଙ୍କୁ […]
କଟକ,(ଓଡିଶା ଦର୍ପଣ): ସିମ୍ ଆକ୍ଟିଭ ନାଁରେ ଠକୁଥିବା ଗ୍ୟାଙ୍ଗର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ସାଇବର ସେଲ୍ । ତେବେ ଏହି ରାକେଟ୍ ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ କ୍ରାଇମବ୍ରାଞ୍ଚ ସବିଶେଷ ତଦନ୍ତ ଜାରି ରଖିଛି । ଲୋକଙ୍କ ମୋବାଇଲକୁ ପ୍ରଥମେ ଏକ ଲିଙ୍କ୍ ମାଧ୍ୟମରେ ମେସେଜ୍ ପଠାଉଥିଲେ ଏହି ଠକମାନେ । ସିମ୍ ବ୍ଲକ୍ ହେଇଯିବ ବୋଲି କହୁଥିଲେ । ଏହାପରେ ଲୋକଙ୍କ ଠାରୁ […]
Banana benefits control Diabetes କଦଳୀ (Banana) ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ (Raw Banana)ଖାଇବା ଦ୍ବାରା ଆପଣଙ୍କୁ ମଧୁମେହ (Diabetes)ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ଚାଲନ୍ତୁ ଜାଣିବା…କଞ୍ଚା କଦଳୀ (Raw Banana) ହୃଦୟ ପାଇଁ ବହୁ ଲାଭଦାୟକ । କଞ୍ଚା କଦଳୀ (Raw Banana)ରେ ଥିବା ଫାଇବର ଯୋଗୁଁ […]
ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ କାରଣରୁ ଉପକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯେମିତିକି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ରକ୍ତରେ ସୁଗାର ପରିମାଣ କମ୍ କରିଥାଏ ଓ ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। ଏହା ଡାଇବେଟସକୁ କଣ୍ଟ୍ରୋଲରେ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଗଣିଆ ଉନୟନ କମିଟି ତରଫରୁ ପରିଚାଳିତ ତପସ୍ୟା ଶିଶୁ ଗୃହର ଅନ୍ତେ ବାସିନୀ ପିଙ୍କି ନାୟକ ଓ ଶିବାନୀ ନାୟକ ନୟାଗଡ ଜିଲ୍ଲାରେ ପ୍ରଥମ କରି ମାଟ୍ରିକ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଊଚ୍ଚ ଶିକ୍ଷା ନିମନ୍ତେ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ନାମ ଲେଖାଇ ଅଛନ୍ତି, କିନ୍ତୁ ଦୈନିକ ଯିବା ଆସିବା କରିବାରେ ଉଭୟ ଙ୍କର ଅସୁବିଧା ଉପୁଜିବା ସମସ୍ୟା ସମ୍ପର୍କ ରେ ଉଷା ପଟ୍ଟନାୟକ ଙ୍କ ଠାରୁ […]