author

ଆସନ୍ତାକାଲି ଠାରୁ ଦିଆଯିବ ୧୨-୧୪ ବର୍ଷ ବୟସ ପିଲାଙ୍କୁ କୋଭିଡ ଟିକା

ନୂଆଦିଲ୍ଲୀ(ଓଡିଶା ଦର୍ପଣ): ଆସନ୍ତାକାଲି ଅର୍ଥାତ୍ ୧୬ ମାର୍ଚ୍ଚ, ୨୦୨୨ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ। […]

ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା: ୪ ଟି ସେଟ୍ ର ହେବ ପ୍ରଶ୍ନ ପତ୍ର

ଭୁବନେଶ୍ଵର(ଓଡିଶା ଦର୍ପଣ): ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨ଟି ସିଟିଙ୍ଗରେ ହେବ। ପ୍ରଥମ ସିଟିଙ୍ଗ ସକାଳ ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ସକାଳ ୧୧ ଟାରୁ ଆରମ୍ଭ ହେବେ। ପ୍ରତ୍ୟେକ ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବେଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଷୟ […]

ନୟାଗଡ PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ

ନୟାଗଡ଼,(ଓଡିଶା ଦର୍ପଣ,୧୬/୦୩): ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତୋର ଗଭର୍ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪(PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହେର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପେର ଅୋଲାଚନା ଏବଂ ସମୀକ୍ଷା କରାଯାଇଥିଲା । ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ମଧ୍ୟରୁ ରଶ୍ମି ଡାେଇଗ୍ନାଷ୍ଟିକ୍ ଏବଂ କେୟାର ଡାେଇଗ୍ନାଷ୍ଟିକ୍ […]

ହୋଲିରେ ମଦୁଆଙ୍କୁ ଉପହାର, ଶସ୍ତା ହେବ ମଦ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ହୋଲି ପୂର୍ବରୁ ମଦୁଆ ମାନଙ୍କୁ ଉପହାର । ଶସ୍ତା ହୋଇଯିବ ମଦ । କେବଳ ବିଦେଶୀ ମଦ ନୁହେଁ ବରଂ ଦେଶୀ, ୱାଇନ୍ ଓ ବିୟର ମଧ୍ୟ ଶସ୍ତା ହୋଇଯିବ । ତେବେ ଭାରତ ବର୍ଷରେ କେବଳ ଦୁଇଟି ରାଜ୍ୟରେ ଏହି ଅଫରର ସୁବିଧା ମିଳିପାରିବ । ମଧ୍ୟପ୍ରଦେଶ ଓ ନୂଆଦିଲ୍ଳୀରେ ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିବା ବେଳେ ଏହାର ସିଧାସଳଖ ଫାଇଦା ଗ୍ରାହକଙ୍କୁ ମିଳିବ । ପ୍ରଥମ ରାଜ୍ୟ ଭାବରେ ଦିଲ୍ଳୀ ଏହା […]

‘ନାଟକ ସମଗ୍ର’ରେ ପ୍ରକାଶିତ ହୋଇଛି ନୟାଗଡ଼ ନାଟ୍ୟକାରଙ୍କ ନାଟକ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ […]

ନୟାଗଡ ଜିଲ୍ଲା଼ରେ ଦ୍ୱିତୀୟ ଦିନର ଭୋଟ ଗଣତି

ନୟାଗଡ଼,(ଓଡିଶା ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ଥୀନୀ ବିରଜାଲକ୍ଷ୍ମୀ ସାହୁ ବିଜେପି ପ୍ରାର୍ଥୀନୀ ସବିତା କରଙ୍କ ଠାରୁ ପ୍ରାୟ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ସ୍ୱାଧୀନ ପ୍ରାର୍ଥୀନୀ ଉଜ୍ୱଳ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର,(ଓଡିଶା ଦର୍ପଣ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ। ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ହେମାନନ୍ଦଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ। ୧୯୮୯ ରୁ ୧୯୯୦ ଏବଂ ୧୯୯୦ ରୁ ୨୦୦୦ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ସେ ୬ ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ସୁନ୍ଦରଗଡ […]

ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ରାଷ୍ଟ୍ରପତି

ପୁରୀ,(ଓଡ଼ିଶା ଦର୍ପଣ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅଛନ୍ତି। ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଆସନ୍ତା ପୌର ନିର୍ବାଚନରେ ପ୍ରାର୍ଥୀମାନେ କେତୋଟି ଗାଡ଼ି ବ୍ୟବହାର ଓ କେତେ ଟଙ୍କା ଖର୍ଚ୍ଚ କରିବେ ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଦର୍ପଣ): ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପୌର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡ଼ିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟକ ୱାର୍ଡର କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା […]

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି

ୟୁକ୍ରେନ୍ ରୁ ଭାରତୀୟଙ୍କୁ ସ୍ୱଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଏବେ ଋଷ ଆଉ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଏବେ ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଉଛି ଯେ ହୁଏତ ଆସନ୍ତାକାଲି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ। ଏଭଳି ସ୍ଥିତିରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ଯଥାଶୀଘ୍ର ଭାରତ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ । ଅତି ଜରୁରୀ ନଥିଲେ ୟୁକ୍ରେନ୍‌ରେ ରୁହନ୍ତୁ […]

ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

କଟକ,(ଓଡିଶା ଦର୍ପଣ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଅତିରିକ୍ତ ଏସପିଙ୍କ ଘରୁ ଦାମୀ ବିଏମଡବ୍ୟୁ କାର ସହ ବାଇକ ମଧ୍ୟ ଜବତ ହୋଇଛି । ପୋଲିସ ବାବୁ ଜଣକ ୧.୧୧ କୋଟି ଟଙ୍କାର ବିଏମଡବ୍ଲ୍ୟୁ କାର ଚଢୁଥିଲେ । ବିଏମଡବ୍ୟୁ କାର ସହିତ ଆହୁରୀ ୩ଟି ଦାମୀ କାର ମଧ୍ୟ କିଣିଥିଲେ । ଦାମୀ ବାଇକ ମଧ୍ୟ […]

ଏହି ଲୋକମାନେ ଖାଆନ୍ତି ଭାରତରେ, ଶୋଇଥାନ୍ତି ବିଦେଶରେ

ଓଡିଶା ଦର୍ପଣ,(୧୫/୦୨): ଆଜିକା ଦିନରେ ଦେଶରେ ଲକ୍ଷ ଲକ୍ଷ ଗାଁ ରହିଛି । ପାଖାପାଖି ୭୦ ପ୍ରତିଶତ ଲୋକ ଗାଁରେ ବସବାସ କରିଥାନ୍ତି । କିନ୍ତୁ ନାଗାଲାଣ୍ଡର ଏଭଳି ଗାଁ ଅଛି, ଯେଉଁମାନେ କି ଭାରତରେ ଖାଆନ୍ତି ଓ ବିଦେଶରେ ଶୋଇଥାନ୍ତି । ଏହି ଗାଁରେ ରହୁଥିବା ଲୋକଙ୍କର ଜମିବାଡ଼ି ଭାରତରେ ଓ ବିଦେଶ ତଥା ପଡୋଶୀ ଦେଶରେ ଅଛି । ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଗାଁର ଲୋକଙ୍କ ଘର ଶୋଇବା ଘର ଗୋଟିଏ […]

Odisha Darpan Digital