author

CBI ଜାଲରେ ଇପିଏଫଓ ପିଆରଓ

ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ।ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିବା ପରେ ଭୁବନେଶ୍ବର ନେଇ ଯାଇଥିବା ସୂଚନା ।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ […]

ଭୟଙ୍କର କାହାଣୀ ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନଟି ଭିତରେ 1.25 ଲକ୍ଷ ଲିଟର ଇନ୍ଧନ ଥିଲା ଏବଂ ଏହା ଏକ କୋଠା ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରୁ ମିଳିଥିବା ଫଟୋଗୁଡ଼ିକରେ କେବଳ କୋଠା ନୁହେଁ ବରଂ ପାଖରେ ଥିବା ପାର୍କିଂରେ ପାର୍କିଂ ହୋଇଥିବା କାରଗୁଡ଼ିକ ମଧ୍ୟ ଜଳି ଯାଇଥିଲା। କିନ୍ତୁ ଜଣେ ବ୍ୟକ୍ତି ବଞ୍ଚିଗଲେ । ତାଙ୍କ ନାମ ରମେଶ ବିଶ୍ୱାସକୁମାର ବୁଚାର୍ଭାଦା। ସେ ଶେଷ ମୁହୂର୍ତ୍ତରେ ବିମାନରୁ ଡେଇଁ ପଡ଼ିଥିଲେ ବୋଲି ଜଣାପଡ଼ିଛି। ରମେଶ ନିଜକୁ ଦୁର୍ଘଟଣାରୁ ଉଦ୍ଧାର […]

ଅଫିସ ଆସିବା ସମୟରେ ବାୟୋମେଟ୍ରିକ ଆଟେଣ୍ଡେନ୍ସ ପକାଇବେ ସରକାରୀ କର୍ମଚାରୀ ।

ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ […]

ଯାଜପୁରରେ ଅଣାୟତ ଝାଡ଼ାବାନ୍ତି ; ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା

ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଯାହାକି ବର୍ତ୍ତମାନ ମହାମାରୀର ରୂପ ନେଲାଣି। ବିଶେଷକରି ଯାଜପୁର ଜିଲାର ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ ଯେ ଜିଲାରେ ୨୮୫ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ୧୦ଜଣ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଯେଉଁ ରୋଗୀ ଚିକିତ୍ସିତ ହେଉଥିଲେ […]

ଆଜିର ରାଶିଫଳ(୧୩ ଜୁନ, ୨୦୨୫)

ମେଷ ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷ ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, […]

ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ

ରାୟଗଡ଼ା- ତା. ୧୨/୦୬/-କେନ୍ଦ୍ରରେ ସରକାରଙ୍କ ୧୧ବର୍ଷ ପୂର୍ତି ଓ ଓଡିଶା ସରକାରର ୧ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ଗୁରୁବାର ବିକାଶ ମେଳାର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲାରେ ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟାୱରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଏହି ବିକାଶ ବାହନ ଗୁରୁବାର ଠାରୁ ଆସନ୍ତା ୨୧ତାରିଖ […]

ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ତରଫରୁ ବିଶ୍ବ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାରାୟଣ ପାର୍କ ନିକଟସ୍ଥ ନୟାଗଡ଼ ଉତ୍କଳ ବାଳାଶ୍ରମଠାରେ ବାଳାଶ୍ରମର ଅନ୍ତେବାସୀ ତଥା ଜନସାଧାରଣଙ୍କୁ ନେଇ ବିଶ୍ଵ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଇନରେ ଥ‌ିବା ବିଧି […]

ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ପ୍ରତିଶୃତି ଦେଇଛି ।ଏୟାରଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତରେ ରହିଥିବାରୁ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆହତମାନଙ୍କ […]

ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଯୋଗୁଁ ବିଭିନ୍ନ ଅଞ୍ଚଳରେ 5 ଜଣଙ୍କ ମୃତ୍ୟୁ । 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ।

ଯାଜପୁର ଜିଲ୍ଲାରେ ଲାଗି ରହିଛି ଝାଡାବାନ୍ତି ଆତଙ୍କ । ଗତ ଜୁନ 10ରୁ ଆଜି ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଡାଇରିଆ ବା ଝାଡାବାନ୍ତି ରୋଗରେ 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଦୁଇ ମ୍ୟୁନିସିପାଲଟି ସମେତ ଯାଜପୁର ସଦର, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦି ଓ ବଡଚଣା ଆଦି 6ଟି ବ୍ଲକରେ ଏହାର ପ୍ରଭାବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢିଛି । […]

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେ ସିଟ୍ ନଂ 11 Aରେ ବସିଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବ୍ରିଟେନର ବିଶ୍ଵାସ କୁମାର ଏବଂ ତାଙ୍କ ବୟସ ୩୮ ବର୍ଷ। ଏ ସମ୍ପର୍କରେ ଅହମଦାବାଦ […]

ବିମାନ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମୃତ୍ୟୁ

ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଫଳରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।ରୁପାନୀ ଏୟାରଇଣ୍ଡିଆର ଉକ୍ତ ବିମାନରେ ଲଣ୍ଡନ ଯାତ୍ରା କରୁଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଲଣ୍ଡନ ଯାଉଥିଲେ। ତେବେ […]

ଜ୍ବରରେ ପୀଡିତ ଶ୍ରୀଜିଉ: ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ

ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ ।ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ […]