author

ଦୁଇ ଗୋ-ମାଂସ ବେପାରୀଙ୍କ ମୁହଁ-ଦେହରେ ଗୋବର ବୋଳିଲେ ଉତ୍ତ୍ୟକ୍ତ ଲୋକେ

ମହଙ୍ଗା ପଡିଲା ଗୋମାଂସ ବିକ୍ରି କରିବା । ଦୁଇ ବ୍ୟବସାୟୀଙ୍କୁ ଧରି ନିର୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋମାଂସ ବେପାରୀ ପିତାମ୍ବର ମୁଖୀ ଓ ସୁନାରାମ ମୁର୍ମୁ ୩୮ କେଜି ଗୋମାଂସ ବାଇକ ଯୋଗେ ନେଉଥିବାବେଳେ କାବୁ କରିଥିଲେ ବଜରଙ୍ଗ ସେନାର ସଦସ୍ୟ । ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଗୋମାଂସ ବେପାରୀଙ୍କ ବାଇକକୁ ଭାଙ୍ଗିଥିଲେ ଉତ୍ତ୍ୟକ୍ତ […]

ଖୁସିଖବର ! ସାତକୋଶିଆ ଗଣ୍ଡରେ ୩୦ ଘଡିଆଳ ଜନ୍ମ

ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଖୁସି ଖବର। ଗତ ସପ୍ତାହକ ମଧ୍ୟରେ ବିରଳ ଘଡ଼ିଆଳ ଯୋଡ଼ା ପୁଣି ଥରେ ୩୦ଟି ଛୁଆ ଫୁଟାଇଛନ୍ତି । ମହାନଦୀ ସାତକୋଶିଆ ଗଣ୍ଡ ଘଡ଼ିଆଳ ବଂଶ ବୃଦ୍ଧି ପାଇ ଉତ୍କୃଷ୍ଟ ପ୍ରାକୃତିକ ସ୍ଥାନ ବୋଲି ପ୍ରମାଣିତ କରିଛନ୍ତି ଏହି ଯୋଡା ।ଘଡ଼ିଆଳ ହେଉଛି ଏକ ବିରଳ ପ୍ରଜାତିର କୁମ୍ଭୀର । ସେମାନଙ୍କର ବଞ୍ଚିବା ହାର ବହୁତ କମ ଅର୍ଥାତ ଶତକଡା ୧ ଭାଗ ବୋଲି ଆକଳନ କରାଯାଇଛି । ସେଥିପାଇଁ ଗତ […]

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଶିଷ ଠାକରେ

ଡେପୁଟେସନରେ ଆଶିଷ ଠାକରେ। ତାଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି। ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କୁ ତୁରନ୍ତ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।

ରାଜ୍ୟରେ ଅନାଥ ପିଲାଙ୍କ ସର୍ଭେ କରିବେ ରାଜ୍ୟ ସରକାର ।

ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ।ସର୍ଭେ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ ଶତିଶୁ କଲ୍ୟାଣ ବିଭାଗ । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ସର୍ଭେ କରିବାକୁ ଗାଇଡଲାଇନ୍ ଜାରିକରାଯିବ । ଡିଏସଡବ୍ଲ୍ୟୁଓ, ଆଇସିଡିଏସ୍ ସୁପରଭାଇଜର, ସିଡିପିଓ, ଡିସିପିଓଙ୍କୁ ତଦାରଖ ଦାୟିତ୍ୱ ପ୍ରଦାନ କରାଯିବ ।ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ସର୍ଭେ ପାଇଁ ତଥ୍ୟ […]

ବର୍ଷା କ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ରାଜ୍ୟରେ ବର୍ଷା କ୍ଷୟ,କ୍ଷତିକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ବର୍ଷା କ୍ଷୟକ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି ।ଫସଲ ନଷ୍ଟ ରିପୋର୍ଟ ଆସିବା ଆରମ୍ଭ ହେଲାଣି । ଖୁବ୍‌ଶୀଘ୍ର ସହାୟତା ଦିଆଯିବ । ଅଦିନିଆ ବର୍ଷାରେ ଧାନ ନଷ୍ଟ ପାଇଁ ଇନପୁଟ ସବସିଡି ଦିଆଯିବ । ଆଗାମୀ ମୌସୁମୀ ବର୍ଷାକୁ ନଜରରେ ରଖି ସରକାର ସମ୍ପୂର୍ଣ୍ଣ […]

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ୬ ନୁହେଁ ଜୁନ୍ ୭ ତାରିଖ

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୭ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି […]

ବିଶ୍ୱ ସାଇକଲ ଦିବସ

ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ପାଳନ କରାଯାଏ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର […]

ଭୂମିକମ୍ପ ସୁଯୋଗ ନେଇ ୨୦୦ କଏଦୀ ଫେରାର୍

ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୋମବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଥିଲେ । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଅଧିକାରୀଙ୍କ ଅନୁଯାୟୀ, କରାଚୀରେ ହୋଇଥିବା ଭୂକମ୍ପ ସମୟରେ ମାଲିର ଜେଲର କାନ୍ଥ ଫାଟି ଯାଇଥିଲା, ଯାହା ଯୋଗୁ ଅନେକ କଏଦୀ କ୍ଷତିଗ୍ରସ୍ତ ହୋଇଥିବା କାନ୍ଥ ଭାଙ୍ଗି ଖସି ପଳାଇବାରେ ସଫଳ […]

ସଂକ୍ରମିତ ସଂଖ୍ୟା ୪୦୦୦ ପାର୍, ୨୪ ଘଣ୍ଟାରେ ୫ ମୃତ

କରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର୍ । ୨୪ ଘଣ୍ଟାରେ ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୪୦୨୬ରହିଛି କରୋନା ଆକ୍ଟିଭ କେସ । ସୂଚନାମୁତାବକ JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । […]

୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ବାପା।

ମଦ୍ୟପ ବାପାର ନୃଶଂସ କାଣ୍ଡ । ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ବାପା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଶିଶୁକନ୍ୟାକୁ ମାରିଥିବା ଜଣାପଡିଛି ।ସୂଚନାନୁଯାୟୀ, ସ୍ୱାମୀ କାମଧନ୍ଦା ନକରି ଘରେ ବସୁଥିଲା ତେବେ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ୭ ମାସର ଶିଶୁକୁ ସେଠାରେ ଜହ୍ଲାଦ ବାପା କଚାଡ଼ି ମାରିଦେଇଛି । ଏହାପରେ ସ୍ଥାନୀୟ ଲୋକେ ଉଠିଆସି […]

ପର୍ଯ୍ୟଟକ ପାଇଁ ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା

ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାମୁତାବକ ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ନେଇ ଏହି ପଦକ୍ଷପ ନିଆଯାଇଥିଲା |

ମାଓ ନେତା ଜେଜେବାପା ତିରୁପତିଙ୍କୁ ଚିଠି ଲେଖିଲା ନାତୁଣୀ

“ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେବାପା। ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ […]