author

ନନ୍ଦନକାନନରେ ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ

ପ୍ରାଣୀପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲା।ଚିଡ଼ିଆଖାନା ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା। କିନ୍ତୁ, ଜୁନ୍‌ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା। ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା। ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ କରାଯାଉଛି।ବାଘ […]

ବଢିଲା +୩ ନାମଲେଖା ଆବେଦନ ଅବଧି ।

ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍‌ ଜୁନ୍‌ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ (ସିଏଏଫ୍‌) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍‌ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ। […]

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ !ହଂସ ଦାରୁକା ଓଡ଼ିଶା ଟପ୍ପର

JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଂକ ୧ରେ ରହିଛନ୍ତି। ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ ନବନିତ। ହଂସ ଦାରୁକା ଓଡ଼ିଶା ଟପ୍ପର ହୋଇଛନ୍ତି। […]

ଓମଫେଡ ଚାଷୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି

ମହାଙ୍ଗା ହେବ ଓମଫେଡ କ୍ଷୀର । ଦୁଗ୍ଧ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ଷୀର ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ । ଏଥି ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଟର ପିଛା ୪ ଟଙ୍କା ଦର ବଢିବାର ଥିଲା । ରାଜ୍ୟ ସରକାର ୨ […]

ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । 

ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । ତାଙ୍କ ଭାଇ ଶିଶିର ନାୟକଙ୍କ ର ଦୁଇ ଝିଅ ଓ ଇତିଶ୍ରୀଙ୍କ ଦୁଇ ଭଉଣୀ। ତେବେ ସିକ୍କିମ୍‌ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି । ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍‌ ବ୍ୟାଗ ମିଳିଛି । […]

ଆର ପାରିରେ ଜରି ମାଉସୀ କମଳା ମହାରଣା

କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର ପରଲୋକ ଘଟିଛି। କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ କମଳାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଥିଲେ |ବାହାରେ ଫୋପାଡି ଦିଆଯାଉଥିବା ଅଦରକାରୀ ପଲିଥିନ ଓ ବର୍ଜ୍ୟବସ୍ତୁରୁ ସେ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହାକୁ ନେଇ ସେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଥିଲେ […]

ଖୁବ୍‌ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ ।

ଖୁବ୍‌ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଭିବ ଲାଇଟ୍‌ କ୍ୟାମେରା ଆକ୍ସନ । ପ୍ରସ୍ତୁତ ହେବ ନୂଆ ଡିପିଆର। ଆବଶ୍ୟକତା ଅନୁସାରେ ପୂର୍ଣ୍ଣାଙ୍ଗ ହୋଇ ଖୋଲିବ ଫିଲ୍ମ ସିଟି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ କରିଥିଲା । ସମୟକ୍ରମେ ଆଧୁନିକ ଯନ୍ତ୍ରପାତି ଓ ବୈଷୟିକ ଉପକରଣ ଅଭାବରୁ ଷ୍ଟୁଡ଼ିଓଟିର […]

ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ଦୁଇ ବର୍ଷ

ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଛି ଦୁଇ ବର୍ଷ । ଆଜି ବି ସେ କାଳରାତି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟାରେ ହୋଇଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । ମାଲ୍ ବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୋବନ୍ତପୁର ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧନ ଜୀବନ । ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା […]

ମୌସୁମୀ ଛୁଇଁଲା ହେଲା ବର୍ଷା ନାହିଁ

ଜଳବାୟୁ ପରିବର୍ତ୍ତନର ପ୍ରଭାବ । ମୌସୁମୀ ଛୁଇଁଲା ହେଲେ ନାହିଁ ବର୍ଷା । ୧୪ ଦିନ ଯାଏ ଲାଗି ରହିପାରେ ଏପରି ସ୍ଥିତି । କେରଳ ଉପକୂଳକୁ ମୌସୁମୀ ୨୪ ମଇରେ ଛୁଇଁଥିଲା । ଏହାର ୪ ଦିନ ପରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା ମୌସୁମୀ । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୪ ତାରିଖରୁ […]

ଆଜିର ରାଶିଫଳ(୨ ଜୁନ, ୨୦୨୫)

ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ। ବୃଷ:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ […]

ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଙ୍କପଲ୍ଲୀର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନ ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଭାଟସାହି କ୍ଲଷ୍ଟରର ଚଣ୍ଡିବସ୍ତ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଙ୍କପଲ୍ଲୀର ପ୍ରଧାନ ଶିକ୍ଷୟତ୍ରୀ ନଳିନୀପ୍ରଭା ସାହୁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ରମେଶଚନ୍ଦ୍ର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ ମଧ୍ୟ ତା’ର କେବେ ଅବସର ନଥାଏ ।ଏଭଳି ମତବ୍ୟକ୍ତ କରିଛନ୍ତି ଅତିଥିମାନେ । ସେ ଜଣେ କର୍ମଠ, ଦକ୍ଷ ଏବଂ ମେଳାପି ଶିକ୍ଷୟତ୍ରୀ […]

ଆଜିର ରାଶିଫଳ(୦୧ ଜୁନ, ୨୦୨୫)

ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]