ଆରପାରିରେ ଉତ୍ତମ ମହାନ୍ତି । ଦୀର୍ଘ ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରିଥିବା ବେଳେ ତାଙ୍କର ପରଲୋକ ଘଟିଛି । ଏହି ଖବର ଶୁଣିବା ପରେ ଓଲିଉଡଠୁ ଆରମ୍ଭ କରି ପୂରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।ସୂଚନା ଅନୁସାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ କିଛି ଦିନ ହେବ ରାଜଧାନୀର ଏକ […]
ମେଷପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। ବୃଷଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି […]
ଆଜି ମାଟ୍ରିକ୍ ପରୀକ୍ଷାର ଗଣିତ ପରୀକ୍ଷା ଦେଉଥିଲେ ୧୦ମ ପରୀକ୍ଷାର୍ଥୀ। ବର୍ତ୍ତମାନ ଶେଷ ହୋଇଛି ଗଣିତ ପରୀକ୍ଷା। ଏହି ପରୀକ୍ଷାରେ କପି କରି ଧରାପଡ଼ିଛନ୍ତି ୫ ଜଣ ପରୀକ୍ଷାର୍ଥୀ।ଏଥର ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ୬୦୦ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ର ରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି । ଆଜି ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ […]
‘ମୋ ବସ୍’ ଜନିତ ଦୁର୍ଘଟଣା ଜାରି ରହିଛି। କଟକର ଗଣେଶ ଘାଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣାସ୍ଥଳ ସ୍ଥାନୀୟ ଲୋକ ଏକାଠି ହୋଇ ଆହତକୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି । ମୋ ବସଟି ହାଇକୋର୍ଟ ଆଡକୁ ଜୋରରେ ଯାଉଥିବା ବେଳେ ହଠାତ ଇଣ୍ଡିକେଟର ନ ଦେଇ ବାମ ପାର୍ଶ୍ବ କୁ ଅଟକି ଯାଇଥିଲା ଫଳରେ ପଛରେ ଆସୁଥିବା […]
ରାଜ୍ୟରେ ବାଲି ମାଫିଆମାନେ ମାତିଛନ୍ତି। ସରକାରୀ ସଂପତ୍ତି ଲୁଟ୍ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି। ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି।ଏଣିକି ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ନିଆ ଯିବା ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା । ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ । ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର […]
ଆସନ୍ତା ମାର୍ଚ୍ଚ ୩ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି କରିବେ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣଫେବୃୟାରୀ ୨୮ତାରିଖ ୧୧ ଟା ରୁ ଆରମ୍ଭ ହେବ ଏବଂସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ।ଏଥିନିମନ୍ତେ,ଆଗ୍ରହୀ ଜନସାଧାରଣଜନ ଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।
ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।। ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି । ଏହାସହିତ ମହାକୁମ୍ଭ ବ୍ୟବସ୍ଥାରେ କୌଣସି ଅଭାବ ରହିଥିଲେ, ଜନତା କ୍ଷମା କରିଦେବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ […]
ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।ଗାଈ, ଛେଳି ଏବଂ ମେଣ୍ଢା ଇତ୍ୟାଦି ପଶୁପାଳନ ପାଇଁ ଉପଭୋକ୍ତା ଫି ଛାଡ଼ କରାଯାଇଛି। ଲୋକମାନେ ମାର୍ଚ୍ଚ ୧ ରୁ ଏହି ମାଗଣା ପଶୁପାଳନ ସୁବିଧା ପାଇବେ,” ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ । କାର୍ଯ୍ୟରୁ ନିଲମ୍ୱିତ ହେଲେ ୬ ଶିକ୍ଷକ । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଳକର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରିଦର୍ଶନ କରିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ । ଏହି ସମୟରେ ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସୁପାରିଶ […]
ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ […]
ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସୃଷ୍ଟି କରାଯାଉଛି, ଯେଉଁଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବ୍ୟବସାୟୀ, ସ୍ବନିଯୁକ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ।ସୂତ୍ର ଅନୁସାରେ, ନ୍ୟାସ୍ନାଲ ପେନ୍ସନ ସ୍କିମ୍ ଉପରେ ୟୁନିଭର୍ସାଲ […]
ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ଭାଇଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ବାପୁ ପଣ୍ଡା ଓ ବାବି ପଣ୍ଡା। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।ତେବେ ଆକ୍ରମଣର କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।
