ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି, ତଥାପି କଳ୍ପନାଜଳ୍ପନା ଚାଲିଛି। ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନରୁ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନ ସ୍ୱଭାବିକ ନାହିଁ । ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ହରିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ରଥ ଯୋଗଦାନ କରି ପିଲାମାନଙ୍କୁ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସୁଚିନ୍ତିତ ଉପଦେଶ ଦେଇଥିଲେ। ସେହିପରି ମୁଖ୍ୟ […]
ଚୋରି କରିବାକୁ ଆସି କୂଅରେ ପଡିଲା ଚୋର। ରାତି ସାରା କୂଅ ଭିତରେ ଥିବା ଚୋରକୁ ଆଜି ସକାଳୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲେ । ପୋଲିସ ଚୋରକୁ କୂଅରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି […]
ଫେବୃଆରୀ ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।ଶେଷଥର ପାଇଁ ନଡ୍ଡା ଗତବର୍ଷ ସେପ୍ଟେମ୍ବର ୨୬ରେ ଓଡ଼ିଶା ଗସ୍ତ କରିଥିଲେ । ଏହି ଗସ୍ତବେଳେ ନଡ୍ଡା ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଅନ୍ୟପଟେ ଭାଜପା ରାଜ୍ୟ ସଭାପତି କିଏ ହେବେ ସେନେଇ ଚୟନ ହୋଇନାହିଁ। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ […]
୨୦୨୫ ମାର୍ଚ୍ଚ ୮ ତାରିଖରେ, ଅନ୍ତର୍ଜାତୀୟ ମହିଳା ଦିବସ ସହିତ ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୧ କୋଟି ଯୋଗ୍ୟ ମହିଳା ୫,୦୦୦ ଟଙ୍କାର ଦ୍ୱିତୀୟ କିସ୍ତି ପାଇବେ। ଏ ନେଇ ଇସାରା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ଭାଗ୍ୟବାନ ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ […]
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ। ଦିଲ୍ଲୀରେ ୧୯୮୪ରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ। ତେବେ ଦଣ୍ଡାଦେଶ ପୂର୍ବରୁ ସଜ୍ଜନ କୁମାର ଦଣ୍ଡ କୋହଳ କରିବା ପାଇଁ ଅପିଲ୍ କରିଥିଲେ । ସେ ଦଲିଲରେ କହିଥିଲେ ଏହି ମାମଲାରେ ମୋତେ ଫାଶୀ ଦଣ୍ଡାଦେଶ ଶୁଣାଇବାର କୌଣସି ଆଧାର ନାହିଁ । ସେ ଆହୁରି କହିଥିଲେ, ମୁଁ ୮୦ ବର୍ଷର ହୋଇଛି । […]
ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ପରୀକ୍ଷା ଦେଉଥିବା ସମୟରେ ଧରାପଡିଛି ନକଲି ପରୀକ୍ଷାର୍ଥୀ । ପରୀକ୍ଷା ଦେଉଥିବା ସମୟରେ ସୁପରିଟେଣ୍ଡଙ୍କ ଦ୍ଵାରା ଧରାପଡ଼ିଥିଲା ଛାତ୍ର ଜଣକ । ଏହାପରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ନିମାପଡ଼ା ପୋଲିସ । ପରୀକ୍ଷାର୍ଥୀ ଜଣଙ୍କ ହେଉଛନ୍ତି ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ । ନିମାପଡା ବ୍ଲକ୍ ସଲଙ୍ଗ ପଂଚାୟତରେ ଥିବା ମଧୁବନ ଶିକ୍ଷାଶ୍ରମ ହାଇସ୍କୁଲ ଶେଖ୍ ମୁସିଲିମ୍ ଉଦିନଙ୍କ ନାଁରେ ରାଜା ପରୀକ୍ଷା ଦେଉଥିଲେ । ତେବେ ପରୀକ୍ଷା […]
ରାଜ୍ୟରେ ସରକାରଙ୍କ ପକ୍ଷରୁ ଧାନ କିଣା ଜାରି ରହିଛି। ଏହାରି ମଧ୍ୟରେ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ଡେଡ୍ ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି। ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ପୂର୍ବରୁ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟକୁ ୬୫ ଲକ୍ଷ ମେଟ୍ରିକ୍ […]
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ । ସେନେଇ […]
ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ମାଡ଼ିଗଲା ମୋ ବସ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି।ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ […]
ରାୟଗଡ଼ – ରାୟଗଡ଼ ସହର ସର୍ବ ଶ୍ରେଷ୍ଠ ଦେବତା ସ୍ଵୟଂଭୂ ସଦାଶିବ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ବାଲୁଙ୍କେଶ୍ବର ମହାଦେବଙ୍କ ବାର୍ଷିକ ଉତ୍ସବ, ମହା ଶିବରାତ୍ରି ପାଳନ ଏବଂ ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞ ଅନୁଷ୍ଟିତ ହେବ। ସପ୍ତ ଦିନାତ୍ମକ ଏହି ପବିତ୍ର କାର୍ଯ୍ୟକ୍ରମ ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଯୁକ୍ତ ଦ୍ଵାଦଶୀ ଚଳିତ ମାସ ୨୪ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ଫାଲଗୁନ ମାସ ଶୁକ୍ଲ ପକ୍ଷ […]
ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ। ତେବେ ରାଜ୍ୟରେ ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ବି ପାଗ ସ୍ୱାଭାବିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।ସୋମବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଝାରସୁଗୁଡ଼ା ଓ ମାଲକାନଗିରିରେ ୩୫.୪ ଡିଗ୍ରୀ ଲେଖାଏଁ, ଟିଟିଲାଗଡ଼ରେ ୩୫ ଏବଂ ଭୁବନେଶ୍ବରରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସର୍ବନିମ୍ନ […]
