କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଚିରା ସିଟରେ ବସି କଲେ ବିମାନ ଯାତ୍ରା । ଏୟାର ଇଣ୍ଡିଆ ବିମାନର ଚିରା ସିଟରେ ବସି କେନ୍ଦ୍ର ମନ୍ତ୍ରୀ ଯାତ୍ରା କରିଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଶିବରାଜ ନିରାଶ ହୋଇ ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ।ବିମାନରେ ତାଙ୍କୁ ସିଟ୍ ନମ୍ବର ୮ସି ଆବଣ୍ଟନ କରାଯାଇଥିଲା, ତେବେ କେନ୍ଦ୍ରମନ୍ତ୍ରୀ ସିଟ ପାଖକୁ ଯିବା ସମୟରେ ଏହା ଭାଙ୍ଗିଯାଇଥିବା […]
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଆଇନମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ। ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଯୋଜନା କରାଯାଉଛି। ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟ କରିବ। ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ ପ୍ରକୃତ କଥା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]
ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ସୂଚନା ଅନୁସାରେ, ଝାଙ୍କରପାଲି ଅଞ୍ଚଳର ମହାଦେବ ପ୍ରଧାନଙ୍କ ଧର୍ମପତ୍ନୀ ଉମାକାନ୍ତିଙ୍କ ଲିଭର ଖରାପ ହୋଇଯିବାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଲିଭର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ […]
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ଅଛନ୍ତି କି ନାହିଁ, ମନ୍ତ୍ରୀ ତାହାର ଯାଞ୍ଚ କରିଛନ୍ତି । ଭିତ୍ତିଭୂମିର ବିକାଶ […]
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଠାବ ହେଲା ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନଙ୍କ କୋମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି।ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ […]
ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଶୁକ୍ରବାର ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ନବମ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଯେଉଁଭଳି ଭାବରେ ଶପଥ ନେଇଥିଲେ ତାହା ଏବେ ସବୁଠି ଆଲୋଚନାର କେଦ୍ରବିନ୍ଦୁ ପାଲଟିଛି। ଶପଥ ନେବା ବେଳେ ସେ ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ […]
ଆଗାମୀ ଫବୃଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଧାନସଭାର ତୃତୀୟ ଅବେଶନ (ବଜେଟ ଅଧିବେଶନ) ଚାଲୁଥିବା ହେତୁ ଏହି ସୋମବାର ଭୁବନେଶ୍ବର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ […]
ଯଦି ଆପଣ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କିନ୍ତୁ ପୂର୍ବରୁ ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ । ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ […]
ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ-୨୦୨୫ରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିବା ୩ ଜଣଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଏଣୁ ମାମଲାର ତଦନ୍ତ ଜାରି ରହିଛି। ପୋଲିସ ଅନୁସାରେ ଅଭିଯୁକ୍ତମାନେ କୁମ୍ଭ ସ୍ନାନ କାଳରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେଗୁଡିକୁ ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକୁଥିଲେ। ସୂଚନାମୁତାବକ ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ […]
ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ଉଦିତ ନାରାୟଣ ଅନେକ ଥର କୋର୍ଟରେ ଅନୁପସ୍ଥିତ ଥିବାରୁ ଅଦାଲତ ତାଙ୍କୁ ୧୦ ଟଙ୍କା ଜରିମାନା ଆଦାୟ କରିଥିଲେ। ପୂର୍ବ ସୂଚନା ଅନୁଯାୟୀ କିଛିଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ […]
କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି କଲଣ୍ଡା ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସ୍ଥାନୀୟ ଅମୃତପଡା ଗାଁର ନେତ୍ର ମୁଣ୍ଡା ସେଠାକୁ ଆସିଥିଲେ। ଏହି ସମୟରେ ସେ ଟାୱାର ଉପରକୁ ଚଢି ଉପରେ ଶୋଇ ପଡିଥିଲେ । ଲୋକେ ବୁଝା […]
ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅଦିନିଆ ବର୍ଷା ଲାଗିରହିଛି। କେଉଁଠି କୁଆପଥର ତ ଆଉ କେଉଁଠି ବର୍ଷା ପବନ ହୋଇଛି। ବିଶେଷକରି ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେବାରୁ ବ୍ୟାପକ ଫସଲ ନଷ୍ଟ ସହ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ ରହିଛି। ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି। ପ୍ରଭାବରେ […]
