ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଗତିଶୀଳତାକୁ ବଡ଼ ପ୍ରୋତ୍ସାହନ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କୁ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କାର ଅନୁଦାନ ମଞ୍ଜୁର କରିଛି ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ । ଏହି ଅର୍ଥରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ । ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଏହି ଅର୍ଥ ପ୍ରଦାନ କରାଯାଇଛି ।ଓଡ଼ିଶାରେ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ […]
ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍ ଧରିଥିବା ବେଳେ ସରକାର ତାଙ୍କୁ ଅନ୍ୟ କୌଣସି ମନ୍ତ୍ରଣାଳୟକୁ ବଦଳି କରିବା ପାଇଁ ବିଚାର କରୁଛନ୍ତି। ସେ କହିଛନ୍ତି, ମୁଁ ଅନଶନରେ ବସିଥିବା ଛାତ୍ରମାନଙ୍କ ସହ କଥା ହୋଇଛି ଏବଂ ସେମାନଙ୍କର ତିନୋଟି ପ୍ରମୁଖ ଦାବି ଅଛି, ଯାହା ଅଣଦେଖା କରିହେବ ନାହିଁ। ଛାତ୍ରମାନଙ୍କର ପ୍ରାଥମିକ ଏବଂ ସବୁଠାରୁ […]
ଶୁକ୍ରବାର ଦିନ କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ ।ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି । କମର୍ସିଆଲ ଜାହାଜ MV OMORFI ଜୁଲାଇ ୧୮ ତାରିଖ ଦିନ ବ୍ଲାକ୍ ସି’କୁ ପରିବହନ କରୁଥିଲା । ସେହି ସମୟରେ ଋଷିଆ ଆଞ୍ଚଳିକ […]
ରାଜ୍ୟର ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଭିକେ ପାଣ୍ଡିଆନ କ୍ୟାପିଟାଲ ଥାନାରେ ହାଜର ହୋଇପାରିବେ ନାହିଁ । ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ବିଦେଶରେ ଥିବାରୁ ଥାନାରେ ହାଜର ହୋଇପାରିବେ ନାହିଁ । ଭିଡିଓ କନଫେରେନ୍ସ ଜରିଆରେ ବୟାନ ନେବା ପାଇଁ ନିବେଦନ କଲେ । ନଚେତ ବିଦେଶରୁ ଫେରିବା ପରେ ଥାନାରେ ହାଜର ହେବେ ବୋଲି ଜଣାଇଛନ୍ତି । ସୂଚନାଥାଉକି, ସିଏମଓରୁ ଫାଇଲ ଚୋରି ମାମଲାରେ […]
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଛନ୍ତି। ଅନାସ୍ଥା ଆଗତ ହେବା ପରେ ୨୭ ତାରିଖରେ ଅପରାହ୍ନ ୩.୩୦ରେ ସମସ୍ତ ସଭ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏହା ଉପରେ ପ୍ରତିକ୍ରିୟା ରଖି ଚାମେଲି କହିଛନ୍ତି ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ ।
ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଘଟଣା । ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତ ହୋଇଥିବା ନେ଼ଇ ବିରୋଧୀ ଦଳର ମୁଖ୍ୟ ନବିନଙ୍କ ଶୋକ। ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ , ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଘଟଣା ବିଷୟ ରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। କିନ୍ତୁ ରଥଯାତ୍ରା ସମୟରେ ବାରମ୍ବାର […]
ନିଟ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ସଂପର୍କିତ ଅପରାଧର ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ଏସ୍ଟିଏଫ୍ ଗଠନ କଲା ଦିଲ୍ଲୀ ପୁଲିସ୍ କ୍ରାଇମ୍ବ୍ରାଞ୍ଚ । NTA, UPSC, SSC, RRBs, IBPS ଆଦି ପରୀକ୍ଷାରେ ପେପର୍ ଲିକ୍ କିମ୍ୱା କୌଣସି ଅପରାଧ ସାମ୍ନାକୁ ଆସିଲା ଏହି ସ୍ୱତନ୍ତ୍ର ଟାସ୍କଫୋର୍ସ ତାହାର ତଦନ୍ତ କରିବ । ଦିଲ୍ଲୀ ପୁଲିସର କ୍ରାଇମ୍ବ୍ରାଞ୍ଚ ଡିସିପି ଏହାର ନେତୃତ୍ୱ ନେବେ । କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ସିପି ତତ୍ତ୍ୱାବଧାନ କରିବେ […]
ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ମେଲାଣି ନେଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ରଥାରୂଢ଼ ହୋଇ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ ଠାକୁର । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ତାଳଦ୍ବଜ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ, ମହାପ୍ରଭୁଙ୍କ ସୁନାବେଶ । ଏହାକୁ ବଡ଼ତଢ଼ାଉ ବେଶ ଓ ରାଜବେଶ ବୋଲି ମଧ୍ୟ କୁହାଯାଏ । ରଥ ଉପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ […]
ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ କହିବାନୁସାରେ ଶନିବାର (୨୫ ତାରିଖ) ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କଟକ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ କମଳା ରଙ୍ଗର ସତର୍କ […]
ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ଜିଲ୍ଲା ଦେବୋତ୍ତର ବିଭାଗର ମିଳିତ ଆନୁକୂଲ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ଭଜନ ସମାରୋହ ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ସଙ୍ଗୀତଧାରା ସମ୍ପାଦକ ତଥା ପ୍ରତିଷ୍ଠିତ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀ ଭଜନ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେମାନଙ୍କ ମଧ୍ୟରେ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରଶାନ୍ତ […]
ନିଶାମୁକ୍ତ ସମାଜ ଗଠନ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧୮ରେ ସାରା ରାଜ୍ୟରେ ‘ଜାତୀୟ ନିଶା ବିରୋଧୀ ଶପଥ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ରାଜ୍ୟର ଅତିକମରେ ୧୦ ପ୍ରତିଶତ ଜନସଂଖ୍ୟାଙ୍କୁ ଏହି ଶପଥ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।ଏନେଇ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ଏବଂ ସମନ୍ୱୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ, […]
