ପୁରୀକୁ ଏବଂ ପୁରୀରୁ ଚଳାଚଳ କରୁଥିବା ନିୟମିତ ଟ୍ରେନ ସେବା ସହିତ ସୁନାବେଶ ଓ ଅଧରପଣା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବ ପୂର୍ବତଟ ରେଳପଥ। ଉତ୍ସବ ସମୟରେ ପୁରୀ ଆସୁଥିବା ଭକ୍ତମାନଙ୍କୁ ସୁବିଧାଜନକ ରେଳ ସଂଯୋଗ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ସେବାର ଯୋଜନା କରାଯାଇଛି।ସୁନାବେଶ ଅବସରରେ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା […]
ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟରେ ମୁହଁମୁହିଁ ହୋଇଛନ୍ତି ମଣିଷ-ବାଘୁଣୀ । ଅଭୟାରଣ୍ୟରେ ମହାବଳ ମହାବଳ ବାଘୁଣୀ ଯମୁନାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ହସ୍ପିଟାଲ ପରେ ବାଲେଶ୍ୱର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।ବାଲିଆନାଳ ବିଟ ଅଧିନ ନଟାପଡା ଅଞ୍ଚଳର ସୁନୀଲ କୁମାର ସିଂ ବଳଦ ଖୋଜୁଥିବା ବେଳେ ବାଘୁଣୀ ହଠାତ୍ ଅତର୍କିତ ଆକ୍ରମଣ କରିଥିଲା ।ତାଙ୍କ ଚିତ୍କାର ଶୁଣି ବିଲରେ କାମ କରୁଥିବା ଅନ୍ୟ ଗ୍ରାମବାସୀ […]
ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ପାଇଁ କଡ଼ା ନିୟମ ଜାରି!ଏଣିକି ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ । ଏହା ସହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା ବା ହେଡ୍କ୍ୱାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ ହେବ । କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ […]
ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ରୁ ବଡ଼ ପଥର ଖସିବା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଦିବାସୀ ବହୁଳ ପାଙ୍ଗୀ ଉପତ୍ୟକାର କିଲ୍ଲାର-ଉଦୟପୁର ରାସ୍ତାରେ ଥିବା କାଡୁ ନାଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ପିତି ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି […]
ଆଇଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆପଲ୍ ଏହାର ସବୁଠାରୁ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhone 18 Pro Maxକୁ ସେପ୍ଟେମ୍ବର ମାସରେ ଲଞ୍ଚ କରିବାକୁ ଯାଉଛି। ହେଲେ ଏଥର କିନ୍ତୁ ନୂଆ ଆଇଫୋନ୍ ପାଇଁ ଗ୍ରାହକଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, iPhone 17 Pro Max ତୁଳନାରେ ନୂଆ ମଡେଲର ଦାମ୍ ପ୍ରାୟ ୨୦ ହଜାର ଟଙ୍କାରୁ ୨୮, ୬୦୦ ଟଙ୍କା ମହଙ୍ଗା ହୋଇପାରେ।ଫଳରେ […]
ଜଙ୍ଗଲ ବିଭାଗ ଲାଗି ମାର୍କେଟ୍ ଦରଠାରୁ ଅଧିକ ଟଙ୍କାରେ ଥାର୍ ଗାଡ଼ି କିଣାଯିବା ଓ ତାର ମୋଡିଫିକେସନ୍ ପାଇଁ କୋଟି କୋଟି ଖର୍ଚ୍ଚ ।ଜଙ୍ଗଲ ବିଭାଗ ପକ୍ଷରୁ ‘ଥାର୍’ ଗାଡ଼ି କିଣା ଓ ସାଜସଜ୍ଜା ପ୍ରସଙ୍ଗ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ […]
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ ଭବିଷ୍ୟତର ଡାଟା ଦେଶ ଭିତରେ ହିଁ ସୁରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଓଡ଼ିଶାରେ ଏହାର ଗ୍ଲୋବାଲ୍ ଟେକ୍ନୋଲୋଜି ସେଣ୍ଟର୍ ଏବଂ ଓଡ଼ିଶା ସୋଭରେନ ଏଆଇ ପାର୍କରେ […]
ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଜାରି ଆନ୍ଦୋଳନ ଭିତରେ ଶୁକ୍ରବାର କେନ୍ଦ୍ର ସରକାର ଉଭୟ ମୋର୍ଚ୍ଚାରେ ସକ୍ରିୟତା ଦେଖାଇଛନ୍ତି । ଆଜି କ୍ୟାବିନେଟ୍ ବୈଠକରେ ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪କୁ ଆଧିକ କଠୋର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାର ଆସନ୍ତା ସପ୍ତାହରେ ମୌସୁମୀ ଅଧିବେଶନରେ ଏହି ସଂଶୋଧିତ ବିଧେୟକକୁ ସଂସଦରେ ଉପସ୍ଥାପନା କରିବାକୁ ପ୍ରସ୍ତୁତି କରୁଛନ୍ତି । ନୂତନ ବିଲରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ଦୋଷୀ […]
ଭିଜିଲାନ୍ସ ଜାଲରେ ମହିଳା ଆରଆଇ । ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାଉପଡ଼ା ଡିଭିଜନର ରାଜସ୍ବ ନିରିକ୍ଷିକା ସାଇ ଦର୍ଶିନୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏନେଇ ପୂର୍ବରୁ ସ୍ଥାନୀୟ ଲୋକେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଗରାପୁର ସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଅଭିଯୋଗକାରୀ ଦୁଇଜଣଙ୍କ […]
ରାୟଗଡ଼ା : ତା : ୨୩/୦୭/୨୬ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୂର ସଂଘର ୭୨ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ସଂଘର ନିଷ୍ପତ୍ତି କ୍ରମେ ପ୍ରେମ ପାହାଡ଼ ଏବଂ ଡୁମାଗୁଡା ଗ୍ରାମର ରାସ୍ତାରେ ଅଁଳା , ବେଲ , ଲିମ , ପଣସ , ପିଜୁଳି ଏବଂ ଔଷଧୀୟ ଗଛର ଚାରା ରୋପଣ କରାଯାଇଥିଲା । ପରେ ଭାରତୀୟ ମଜଦୂର […]
ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ଖୁବ୍ଶୀଘ୍ର ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଚଳିତ ସପ୍ତାହନ୍ତରେ ସମଗ୍ର ଓଡ଼ିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏକ ଘୂର୍ଣ୍ଣିବଳୟ ୨୫ ତାରିଖବେଳକୁ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଓଡ଼ିଶାରେ ୨୮ ଯାଏଁ ବର୍ଷା ଲାଗି ରହିବ। ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର […]
ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ। ଗୁଣ୍ଡିଚା ଘରୁ ଆରମ୍ଭ ହେଲା ପହଣ୍ଡି ବିଜେ। ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି। କ୍ଷୀପ୍ର ଗତିରେ ଆସି ଦର୍ପଦଳନ ରଥାରୂଢ ହେଲେ ସୁଦର୍ଶନ। ତାଙ୍କ ପରେ ଆସିଲେ ରୋହିଣୀ ନନ୍ଦନ ବଳଭଦ୍ରଙ୍କ ପହଣ୍ଡି। ନାକଚଣା ଦ୍ଵାର ଦେଇ ରଥାରୂଢ ହେଉଛନ୍ତି ଠାକୁର। ତାଙ୍କ ପରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା। ଶେଷରେ ଆସିଲେ କାଳିଆ ସାଆନ୍ତ। ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ […]
