ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ ! ଅକ୍ଟୋବର ୨ରୁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ

ଅକ୍ଟୋବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଆନ୍ତର୍ଜାତିକ ବିମାନ ସେବା । ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ । ଆଗକୁ ଆନ୍ତର୍ଜାତିକ ବିମାନ ସେବା ବାଧାପ୍ରାପ୍ତ ନ ହେବା ପାଇଁ ହବ୍ ଆଣ୍ଡ ସ୍ପୋକ ସର୍ଭିସ୍ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଫଳରେ ଆଗକୁ ଏକାଧିକ ଡେଷ୍ଟିନେସନ କୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ଉପଲବ୍ଧ ହେବ । ପୁର୍ବରୁ ବ୍ୟାଙ୍କକ , ସିଙ୍ଗାପୁର ଓ ଆବୁଧାବିକୁ ସପ୍ତାହକୁ ଦୁଇ ଥର ଲେଖାଏ ବିମାନ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀ ଅଭାବ ଓ ବିମାନ ଇନ୍ଧନ ବୃଦ୍ଧି ଯୋଗୁଁ କିଛି ବିମାନ ଚଳାଚଳ ସଂସ୍ଥା ମଧ୍ୟ ବିମାନ ଉଡାଣ ବାତିଲ କରିଥିଲେ । ଫଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀ ଅନ୍ୟ ଏୟାରପୋର୍ଟ ଉପରେ ନିର୍ଭର କରୁଥିଲେ ।ତେବେ ହବ ଆଣ୍ଡ ସ୍ପୋକ ସର୍ଭିସ୍ ହେଲେ ଭାୟା ଅନ୍ୟ ସହର ଦେଇ ବିମାନ ଆସିବ ଓ ଯିବ । କିନ୍ତୁ ଯାତ୍ରୀଙ୍କୁ ଆଉ ଲଗେଜ ଓ ବୋର୍ଡିଂର ସମସ୍ୟା ରହିବନି । ଫଳରେ ଅଧିକ ଡେଷ୍ଟିନେସନକୁ ମଧ୍ୟ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ।

ଅଧିକ ପଢନ୍ତୁ