‘ଚିଠି ଲେଖା ଆନ୍ତରିକତା ନା ହାଇ ଭୋଲ୍ଟେଜ୍ ଡ୍ରାମା- ଅରୁଣ

ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ଶାସକ ଦଳର ନେତାଙ୍କ ଚିଠିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା । ସେ କହିଛନ୍ତି ନିଜ ଲୋକଙ୍କ ସମସ୍ୟା ପାଇଁ ସ୍ୱର ଉଠାଇ ଚିଠି ଲେଖିଥିବା ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ଅରୁଣ । ତେବେ ଏହି ଚିଠି ଲେଖା ଶାସକ ଦଳର ନେତାଙ୍କ ଆନ୍ତରିକତା ଓ ସ୍ୱଚ୍ଛ ମନୋବୃତ୍ତି ନା ଆଗକୁ କୌଣସି ‘ହାଇ ଭୋଲ୍ଟେଜ୍ ଡ୍ରାମା’, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି । ଅରୁଣ ସାହୁ କହିଛନ୍ତି, ସାଧାରଣ ଲୋକଙ୍କ ଗ୍ରୀଭାନ୍ସ ଯେଉଁଭଳି ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି, ଥରେ ନିଜ ଦଳର ବିଧାୟକ ଓ ସାଂସଦଙ୍କ ଅଭିଯୋଗ ମଧ୍ୟ ଶୁଣନ୍ତୁ । ଲୋକଙ୍କ ସମସ୍ୟାକୁ ନେଇ ଦଳୀୟ ନେତାମାନେ ସରକାରଙ୍କୁ ଚିଠି ଲେଖୁଥିବାରୁ ସରକାରରେ କାମ ହେଉନଥିବାର ସତ୍ୟ ପ୍ରକାଶ ପାଉଛି ବୋଲି ସେ ଦାବି କରିଛନ୍ତି । ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗ କରିବାର ନୈତିକତା ବିରୋଧୀଙ୍କର ନାହିଁ । ୮୦ ବର୍ଷ ଧରି କରି ନଥିଲେ, ସେମାନେ ଆଜି କଣ ପାଇଁ କହୁଛନ୍ତି । ସରକାର ସବୁ କାମକୁ ତ୍ଵରାନ୍ଵିତ ଢଙ୍ଗରେ କରୁଛନ୍ତି । ସଂକଳ୍ପ ପତ୍ରରେ ଯାହା ଲେଖାଯାଇଛି ସବୁ କାମ ୫ ବର୍ଷରେ କରାଯିବ । ମୌଳିକ ସମସ୍ୟାର ସମାଧାନ ପୁରା କରିବା ସରକାରଙ୍କ ପ୍ରାଥମିକତା ଏବଂ ଏଥିରେ ସରକାର ସଂକଳ୍ପବଦ୍ଧ । ଯେଉଁ କାମ କରାଯାଉଛି ତାହାକୁ ଗତି ଦେବାକୁ ଚିଠି ଲେଖିଛନ୍ତି । ତାକୁ ନକାରାତ୍ମକ ଦିଗରେ ନିଅନ୍ତୁନି । ଚିଠି ଲେଖିଲେ କାମ ତ୍ଵରାନ୍ଵିତ ହେବ ।

ଅଧିକ ପଢନ୍ତୁ